ହେଡଲାଇନସ୍:

ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା : ଧରିଲା ୮ ଜଣିଆ ବାଇକ ଚୋରି ରାକେଟ , ୭ଟି ଚୋରାବାଇକ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ 

ଦୀର୍ଘ ଦିନ ପରେ ପାରଳାଖେମୁଣ୍ଡି ପୋଲିସକୁ ବାଇକ ଚୋରୀ ରାକେଟ ଧରିବାରେ ସଫଳତା ମିଳିଛି । ପାରଳା ପୋଲିସ ଏ ସଂକ୍ରାନ୍ତରେ ୭ଟି ଚୋରାବାଇକ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ଥିବା ୮ଜଣଙ୍କୁ ଗିରଫ କରିଛି । ୮ଜଣଙ୍କ ମଧ୍ୟରୁ ୫ଜଣ ନାବାଳକ ଥିବା ବେଳେ ୩ଜଣ ବାଳକ ଅଛନ୍ତି । ସେହି ୩ଜଣଙ୍କୁ ଆଜି ଜେଲ ହାଜତକୁ ପଠାଯାଇଛିବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନାର ଇନସପେକ୍‍ଟର ଇନଚାର୍ଜ ବାବୁଲି ନାୟକ ଏକ ସାମ୍ୱାଦିକ ସମ୍ମିଳନୀରେ ସାମ୍ୱାଦିକ ମାନଙ୍କୁ କହିଛନ୍ତି । ପାରଳାଥାନାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ କହିଥିଲେଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହେନ୍ଦ୍ରତନୟା ତଟରେ ପାରଳାରାଜଦାଣ୍ଡ ସାହି ନିବାସୀ ତାରିଣୀ ବସନ୍ତ କୁମାରଙ୍କ ପ୍ଲେଜର ସ୍କୁଟି ଚୋରୀ ହୋଇଯାଇଥିବା ପାରଳାଖେମୁଣ୍ଡିଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ତାକୁ ଆଧାର କରି ପୋଲିସ ପକ୍ଷରୁ ସେହିଦିନ ଠାରୁ ଯିବା ଆସିବା ବାଇକ ଓ ସ୍କୁଟି ଉପରେ କଡା ନଜର ରଖିଥିଲା । ଗତ କାଲି ସ୍ଥାନୀୟ ଜଙ୍ଗମସାହି ଛକରେ ଯାନବାହାନ ମଟର ଯାଞ୍ଚ ପାଇଁ ପୋଲିସ ଜଗି ରହି ଯାଞ୍ଚ କରୁଥିବା ବେଳେ ଗୋଟିଏ ସ୍କୁଟିରେ ୩ଜଣ ସନ୍ଦେହ ଜନକ ଭାବେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ ଏବଂ ପରେ ଜାଣିଥିଲେ ଯେ ତାହା ଚୋରୀ ଗାଡି । ଅଧିକ ପଚରା ଉଚରା ପରେ ସେମାନେ ସେହି ଅନୈତିକ ବାଇକ ଚୋରୀ କାର୍ଯ୍ୟରେ ସଂପୃକ୍ତ ଥିବା ଏବଂ ସେମାନଙ୍କ କହିବା ପ୍ରକାରେ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ନାମ କହିଥିଲେ । ପୋଲିସ ସେସମସ୍ତଙ୍କୁ ଗିରଫ କରିବା ସହ ୭ଟି ବାଇକ ଯାହାକି ହିରୋ ସ୍ପେଲେଣ୍ଡର୨ଟି, ଗ୍ଲାମର ୨ଟି, ପଲସର୧ଟି, ଡ୍ୟକ୍‍ ବାଇକ୨ଟି ଏବଂ ଗୋଟିଏ ସ୍ପେଲେଣ୍ଡର ଇଞ୍ଜିନ ଜବତ କରିଥିଲେ ।  ଗିରଫ ୮ଜଣଙ୍କ ମଧ୍ୟରେ ୫ଜଣ ନାବାଳକ ଅଟନ୍ତି । ସେହି ନାବାଳକକୁ ପରିବାରଙ୍କୁ ହସ୍ତାନ୍ତର କରି ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଯିବ କହିଥିଲେ । ବାଇକ ଚୋରୀର ଅଧିକ ଅନୁନ୍ଧାନ ଚାଲିଛି । ଏମାନେ ଗାଡି ଚୋରୀ କରି ବାଇକର ବିଭିନ୍ନ ପାର୍ଟ କାଡିଦେଇ ପରବର୍ତ୍ତନ କରିଦେଇ ବିକ୍ରିବଟା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ ଥିଲେ । ସବ୍‍ ଇନସେପେକ୍‍ଟର ବନମାଳୀ ବାରିକ, ନରାୟଣ ପତି, ଚନ୍ଦନ ପ୍ରଧାନ ଏବଂ ଡି.ମାଣିଆ ପ୍ରଭୃତି ଉପସ୍ଥିତ ଥିଲେ ।

0
0
0
s2sdefault