ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲା ବଡେନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମ ପଂଚାୟତ ଓ ଆଖ ପାଖ ଅଞ୍ଚଳରେ ସକ୍ରିୟ ବାଲି ମାଫିଆ ମାନଙ୍କ ଦୁଷ୍କର୍ମର ପରିଣାମ ମଶାଣିରୁ ବାହାରି ପଡୁଛନ୍ତି ପୋତା ଶବ । ପ୍ରଶାସନ ସବୁ ଜାଣି ସୁଦ୍ଧା ନିଦା ବିଷ୍ଣୁ ସାଜିଛି ,କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବାଲି ମାଫିଆ ମାନଙ୍କ ବିରୁଦ୍ଧ ରେ ତାହା ସାଧାରଣ ରେ ପ୍ରଶ୍ନବାଚୀ । ସ୍ଥାନୀୟ ଠିକାଦାର ଏବଂ କିଛି ସ୍ୱାର୍ଥପର ନେତା ଙ୍କ ସହଭାଗିତାରେ ଏପରି ହେଉଥିବା ର ଅନୁମାନ କରାଯାଉଛି । ଅନ୍ତିମ ଅଧିକାର ଶବ ସତ୍କାର ହେଲେ ଶବକୁ ଵି ବାହାର କରି କବର ପାଖର ବାଲି ଚୋରି କରିବା ଭଳି ଜଘନ୍ୟ ଅପରାଧ ପାଈଁ ପ୍ରଶାସନ କି ପଦକ୍ଷେପ ନେବ ଦେଖିବା କଥା ।
ଅଘଟଣ
ବାଲି ମାଫିଆ ମାତିଛନ୍ତି, ମଶାଣି ବି ଛାଡ଼ୁନାହାନ୍ତି
- Hits: 658
