ସ୍ତ୍ରୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ଜଣ ଗିରଫ, ମାରଣାସ୍ତ୍ରସହ ୨ ବାଇକ ଜବତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଥାନା ବିଶିରିଙ୍ଗି ଛକ ରାସ୍ତା ନିକଟ ଦୁରରେ ଗତ ୧୬ ତାରିଖ ଦିନ ସକାଳେ ଘଟିଯାଇଥିବା ସଞ୍ଜିବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭି.ବେଣୁ ଗୋପାଳଙ୍କ ସମେତ ମୋଟ ୩ଜଣଙ୍କୁ କାଶୀନଗର ଥାନା ପୋଲିସ ଗିରଫ କରିଛି । ଅନ୍ୟପକ୍ଷରେ ଏଥି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ୨ଟି କାତି, ୨ଟି ଠେଙ୍ଗା, କିଛି ମରିଚଗୁଣ୍ଡ, ଫୁଲଛାଞ୍ଚୁଣୀ ଏବଂ ୨ଟି ବାଇକ ଜବତ କରାଯାଇଛି ବୋଲି ଗଜପତି ଜିଲ୍ଲା ଏସ୍‍.ପି ଶ୍ରୀ ଅମୁଲ୍ୟ କୁମାର ଦାଶ ସୂଚନା ଦେଇଛନ୍ତି  ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ । ଅନ୍ୟ ୨ ଅଭିଯୁକ୍ତ ହେଲେ ବାତିଲି (ଆନ୍ଧ୍ର) ଥାନା ଅଞ୍ଚଳର ବି.ରବି ଓ ଭୁପତି କିରନ ଏବଂ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା  ବି.ଶରତ ବାବୁ ଫେରାର ଅଛନ୍ତି । ତଦନ୍ତ ଚାଲିଛ ଖୁବ୍‍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି କୁହାଯାଇଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଛି ବୋଲି ଏସ ପି ଶ୍ରୀ ଦାଶ ସୂଚନା ଦେଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦାଶ କହିଥିଲେ ଯେ ଗତ ୧୬ ତାରିଖ ଦିନ ସକାଳେ ଭୁପତି ଲକ୍ଷ୍ମୀପୁରର ସି.ସଞ୍ଜିବ ଏବଂ ତାଙ୍କ ସାଥି ଏସ. ରାମୁ ବାଇକ ଯୋଗେ ପାରଳାଖେମୁଣ୍ଡି ଯାଉଥିବା ବେଳେ ବିଶିରିଙ୍ଗି ଛକ ରାସ୍ତା ନିକଟ ଦୁରରେ ୪ଜଣ ଦୁର୍ବୁତ୍ତ ସେମାନଙ୍କୁ ପେଟ୍ରୋଲ ମାଗିବା ବାହାନା ଦେଖାଇ ବାଇକକୁ ଅଟକାଇ ସଞ୍ଜିବ ଆଖିରେ ଲଙ୍କା ଗୁଣ୍ଡ ପକାଇବା ସହ ଠେଙ୍ଗାରେ ମାରି କାତିରେ ହାଣି ଦେଇଥିଲେ ଓ ଘଟଣା ସ୍ଥଳରେ ସଞ୍ଜିବ  ମରିଯିବା ପରେ ସେମାନେ ଫେରାର ହୋଇ ଯାଇଥିଲେ ।

ଘଟଣା ସମ୍ପର୍କରେ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ଯେ ଘଟଣାର ମୁଖ୍ୟ ଅଭିଯୁକ୍ତ ବେଣୁ ଗୋପାଳଙ୍କ ସ୍ତ୍ରୀ ସହ ମୃତ ସଞ୍ଜିବର ଅନୈତିକ ସମ୍ପର୍କ ରହିଥିଲା । ଏହା ବେଣୁ ଗୋପାଳ ଜାଣିବା ପରେ ଏଥିରୁ ସଞ୍ଜିବକୁ ସମ୍ପୁର୍ଣ୍ଣ ହଟାଇବା ପାଇଁ ନିଜ ଶଳା ମାନଙ୍କ ସହ ସଞ୍ଜିବକୁ ହତ୍ୟା କରିବା ଷଡଯନ୍ତ୍ର କରିଥିଲା ଏବଂ ଯୋଜନା ବଦ୍ଧ ଭାବେ ୧୬ ତାରିଖ ସକାଳେ ସମସ୍ତେ ମିଶି ହତ୍ୟା କରିଥିଲେ । ଏସ.ପି ଙ୍କ ସମେତ ସାମ୍ୱାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ଏବଂ କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।

 

0
0
0
s2sdefault