ପଥର ଛଇରେ ବୁଡ଼ି ନାବାଳକ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

04-08-18-JAYA.gif - 178.12 kB

ଯାଜପୁରରୋଡ୍(ଜୟଶଙ୍କର ଦାଶ) : ଯାଜପୁରରୋଡ୍ ବ୍ୟାସନଗର ତହସିଲ ଅନ୍ତର୍ଗତ ଚାନ୍ଦମା ମୌଜା ଓ ଯାଜପୁରରୋଡ୍ ପଛପାଖରେ ଥିବା ପଥର ଛଇରେ ଶନିବାର ଅପରାହ୍ନରେ କହ୍ନେଇପୁର ଗ୍ର୍ରାମର ଗୌରହରି ନାୟକଙ୍କ ପୁଅ ପ୍ରତୀକ ନାୟକ(୧୪) ବୁଡି ମୃତୁ୍ୟ ଘଟିଛି । ପ୍ରତୀକ ନିଜ ସାଇକେଲ୍ଟିକୁ ଧୋଇବା ପାଇଁ ପଥର ଛଇକୁ ଯାଇଥିଲା । ଦୁର୍ଭାଗ୍ୟବଶତଃ ଗୋଡ଼ ଖସିଯିବାରୁ ଛଇ ଭିତରକୁ ଖସିପଡ଼ିଥିଲା । ଛଇଟି ଗଭୀର ଥିବାରୁ ଏଥିରୁ ବାହାରି ପାରିନଥିଲା । ଫଳରେ ତା'ର ମୃତୁ୍ୟ ଘଟିଥିଲା । ପ୍ରକାଶ ଥାଉକି, ଏହି ପଥର ଛଇରେ ବାରମ୍ବାର ଏପରି ଅଘଟଣ ଘଟୁଥିଲେ  ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ନଜର ଦେଉନାହିଁ । ଅନ୍ୟପକ୍ଷରେ ଏହି ଛଇରୁ ଜେସିବି ଯୋଗେ ମୋରମ ଖନନ କରାଯାଇ ଚୋରାଚାଲାଣ କରାଯାଉଛି । ଫଳରେ ଉକ୍ତ ସ୍ଥାନଟି ଗଭୀର ହୋଇପଡ଼ୁଛି । ଏମିତି ଘଟଣା ବାରମ୍ବାର ନଜରକୁ ଆସୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ମୋରମମାଫିଆଙ୍କ ଢାଲ ସାଜିଥିବା ଅଭିଯୋଗ ହେଉଛି । ତୁରନ୍ତ ଉକ୍ତ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଆହୁରି ଏମିତି କେତେ ଜୀବନ ଅକାଳରେ ଚାଲିଯିବ ତାହା କହିହେଉନାହିଁ ।

0
0
0
s2sdefault