ଏମିତି ବି ଆସେ ମରଣ.........

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

03-07-18-nila-tractor.jpg - 77.13 kB

ପଦ୍ମପୁର(ନୀଳ ଦୀପ)- ମରଣ ଏମିତି  ଆସିବ ବୋଲି କେବେବି ଭାବିନଥିଲେ ପ୍ରମୋଦ | ବାସ୍ତବିକ ଏମିତି ମୃତ୍ୟୁ ଥିଲା ତାଙ୍କ କଳ୍ପନା ବାହାରେ |   ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଆମ୍ବବାହାଲ ଗ୍ରାମରେ ଶୁକ୍ରବାର ଦିନ ନିଜ କ୍ଷେତରେ ଟ୍ରାକ୍ଟର ଯୋଗେ କାଦୁଅ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି  । ଆମ୍ବବାହାଲ ଗ୍ରାମର ପ୍ରମୋଦ ପଟ୍ଟନାୟକ(୫୦) ଏହି ଦୁର୍ଘଟଣାରେ ନିଜ ପ୍ରାଣ ହରାଇଛନ୍ତି  । ଦିନ ପ୍ରାୟ ୧୧ଟା ସମୟରେ ସ୍ୱର୍ଗତ ପ୍ରମୋଦ ତାଙ୍କ କ୍ଷେତରେ ରୁଆ ପାଇଁ ନିଜେ ଟ୍ରାକ୍ଟର ଚଲାଇ କାଦୁଅ କରୁଥିଲେ  । କିନ୍ତୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ କାଦୁଆ ଭିତରେ ଓଲଟି ପଡିବାରୁ ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା  । ପରେ ବୁଡେନ ପୋଲିସ ଘଟଣାସ୍ଥଳକୁ ଯାଇ ଶବକୁ ଏକ ଜେସିବି ସାହାଯ୍ୟରେ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇ ଦେଇଥିଲେ  । ସ୍ୱର୍ଗତ ପ୍ରମୋଦ ଜଣେ ମେଳାପି ତଥା ପରୋପକାରୀ ବ୍ୟକ୍ତି ଭାବରେ ଅଂଚଳରେ ପରିଚିତ ଥିବାରୁ ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିବା ସହିତ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା  । ସେ ତାଙ୍କ ପଛରେ ନିଜ ଧର୍ମପତ୍ନୀ  ଏବଂ ତିନି ଝିଅଙ୍କୁ ଛାଡି ଚାଲିଯାଇଛନ୍ତି  । 

 

0
0
0
s2sdefault