ହେଡଲାଇନସ୍:

ଜୀବନ ବୀମା ନିଗମର ଲାଇଫ ପ୍ଲସ କାର୍ଯ୍ୟାଳୟ ଉଦ୍‍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟାଳୟ ସାମନାରେ ଥିବା ମାଦିଗା ସାହି ଠାରେ ଜୀବନ ବୀମା ନିଗମର ଲାଇଫପ୍ଲସ କାର୍ଯ୍ୟାଳୟ ଉଦ୍‍ଘାଟିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଜୀବନ ବୀମା ନିଗମର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଶଙ୍କର ପ୍ରସାଦ ପରିଛା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଲାଇଫ ପ୍ଲସ କାର୍ଯ୍ୟାଳୟର ଉଦ୍‍ଘାଟିତ କରିଥିଲେ । ପରେ ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉଦ୍‍ଘାଟନୀ ସଭାରେ କାର୍ଯ୍ୟାଳୟର ବରିଷ୍ଠ ବ୍ୟବସାୟୀକ ସହଯୋଗୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ପାରଳାଖେମୁଣ୍ଡିର ଏଲ ଆଇ ସି ର ଅଶୋକ କୁମାର ଶତପଥୀଙ୍କର ସଭାପତିତ୍ୱରେ ମୁଖ୍ୟ ଅତିଥି ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଯୋଗଦେଇ ଏହା ପ୍ରଥମ ଏବଂ ମୁଖ୍ୟ ଲାଇଫ ପ୍ଲସ କାର୍ଯ୍ୟାଳୟ ଏଠାରେ ମୁଖ୍ୟ ଜୀବନ ବୀମା ନିଗମର ସମସ୍ତ ପଲିସି ଧାରୀ ପ୍ରିମିୟମ ଜମା କରିପାରିବେ । ଏଥି ସହ ଅନ୍ୟାନ୍ୟ ପଲିସି ସେବା ମଧ୍ୟ ପାଇପାରିବେ । ଏହି କାର୍ଯ୍ୟାଳୟ ସକାଳ ୯ଘଣ୍ଟା ଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ପଲିସି ଗ୍ରାହକ ମାନଙ୍କୁ ସେବା ଯୋଗାଇଦିଆଯିବ । ତେଣୁ ପଲିସି ଗ୍ରାହକ ମାନେ ଏହି ଲାଇଫ ପ୍ଲସ କାର୍ଯ୍ୟାଳୟର ବିଶେଷ ସୁଯୋଗ ନେବାକୁ ଉପସ୍ଥିତ ପଲିସିଧାରୀ ମାନଙ୍କୁ ଆହ୍ୱାନ କରିଥିଲେ । ବରିଷ୍ଠ ବ୍ୟବସାୟୀକ ସହଯୋଗୀ ଅଧିକାରୀ ଅଶୋକ ଶତପଥୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟାଳୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସ୍ଥିତ ଜୀବନ ବୀମା ନିଗମ କାର୍ଯ୍ୟାଳୟର ବିକ୍ରୟ ପ୍ରବନ୍ଧକ ସରୋଜ କୁମାର ପାତ୍ର ଏବଂ ପାରଳାଖେମୁଣ୍ଡି ନିଗମର ଶାଖା ପରିଚାଳକ ଦୁର୍ଗା ମାଧବ ସାହୁ ପ୍ରମୁଖ ମଞ୍ଚାସୀନ ଅତିଥୀ ଭାବେ ଯୋଗ ଦେଇଥିଲେ । ବହୁ ସଂଖ୍ୟାରେ ପଲିସିଧାରୀ, ଏଜେଣ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତଗଣ ଯୋଗଦେଇଥିଲେ ।

 

 

0
0
0
s2sdefault