ହେଡଲାଇନସ୍:

ବେଦାନ୍ତ ଲିଃ ଝାରସୁଗୁଡ଼ାର ଶିକ୍ଷା କାର୍ଯ୍ୟକ୍ରମରେ ମ୍ୟାଟ୍ରିକ ପରୀକ୍ଷାର ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା, (ସୁଭାଷ ସହାରେ) : ବେଦାନ୍ତ ଲିଃ ଝାରସୁଗୁଡା ଏହାର ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ହାର୍ଦ୍ଦିକ  ଅଭିନନ୍ଦନ ଜଣାଇଛି। ଏହି ଅଞ୍ଚଳରେ ବେଦାନ୍ତର ଦୁଇଟି ମୁଖ୍ୟ ଶିକ୍ଷା କାର୍ଯ୍ୟକ୍ରମ ଜାରି ରହିଛି। ଗୋଟିଏ "ବେଦାନ୍ତ-ଡ଼ିଏଭି ଏକାଡେମୀକ ସାହାଯ୍ୟ" ପ୍ରୋଗ୍ରାମ ମାଧ୍ୟମରେ ପାରିପାର୍ଶ୍ବିକ ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଦ୍ଵିତୀୟ କ୍ଷେତ୍ରରେ "ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା" ମାଧ୍ୟମରେ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ବିଷୟ ଯଥା ବିଜ୍ଞାନ, ଗଣିତ ଏବଂ ଇଂରାଜୀ ପାଇଁ ସ୍ପେସିଆଲ କ୍ଲାସ ଦିଆଯାଏ। ଏଥି ସହିତ, ବେଦାନ୍ତ କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଝାରସୁଗୁଡ଼ାର ପାରିପାର୍ଶ୍ବିକ ଛାତ୍ରଛାତ୍ରୀମାନଙ୍କୁ ଏକବିଂଶ ଶତାବ୍ଦୀର କୌଶଳ ଶିକ୍ଷା ଦେବା ସହ, ଡିଜିଟାଲ ବିଭାଜନକୁ ଦୂର କରେ।

ଉଭୟ ଯୋଜନାର ଆଗ ଧାଡ଼ିରେ, ଉମଙ୍ଗ ଦେବ (ବୃନ୍ଦାମାଲ), ସୁଭରାମ ରୋହୀଦାଶ (ସମଲେଶ୍ବରୀ ନଗର), ଅଭିଳାଷ ନାୟକ (କୁରେବାଗା), ଚାନ୍ଦିନୀ କଉଡ଼ି (ବିଶାଡିହି), ନିକିତା ପ୍ରଧାନ (ଦେବାଡିହି), ସ୍ନେହା ଭୁଇ (ଶ୍ରୀପୁରା), ସୋନାଲିସା ଦେହୁରୀ (ବିଶାଡିହି) ଏବଂ ଚନ୍ଦ୍ରମା ପାତ୍ର(ଶ୍ରୀପୁରା) ଉତ୍ତମ ନମ୍ବର୍ ରଖି ନିଜ ପରିବାର ଏବଂ ଗ୍ରାମ ପାଇଁ ଗର୍ବ ଆଣି ଦେଇଛନ୍ତି।

ଡ଼ିଏଭି ପୁବ୍ଲିକ ସ୍କୁଲ, ଝାରସୁଗୁଡ଼ା ସହଭାଗିତାରେ ବେଦାନ୍ତ-ଡ଼ିଏଭି ଏକାଡେମୀକ ସହାୟତା ମାଧ୍ୟମରେ ପାରିପାର୍ଶ୍ବିକ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରିମିୟର୍ ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାର ଲକ୍ଷ୍ୟରହିଛି। ଏଯାବତ, ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହା ଦୁଇଟି ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ଯେଉଁମାନେ ୨୦୧୯ ରେ ମ୍ୟାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ। ଚଳିତ ବର୍ଷ ମୋଟ ୨୨ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବେଦାନ୍ତ ସମର୍ଥିତ ଛାତ୍ରଛାତ୍ରୀଙ୍କ ବ୍ୟାଚର ଶୀର୍ଷରେ ଥିବା ଉମଙ୍ଗ ଦେବ କୁହନ୍ତି, "ବେଦାନ୍ତର ସାହାଯ୍ୟ ପାଇଁ ଆଜି ମୁ ସୁନାରୀମୁଣ୍ଡା ସ୍ଥିତ ଡ଼ିଏଭି ସ୍କୁଲ ରେ ପଢୁଛି। ମୁଁ ଦଶମରେ ୮୬.୬% ଏଗ୍ରିଗେଟ ନମ୍ବର୍ ରଖିଛି। ଦ୍ୱାଦଶ ପରୀକ୍ଷା ପର୍ଯ୍ୟନ୍ତ ବେଦାନ୍ତ ମୋତେ ଆର୍ଥିକ ସହାୟତା ଯୋଗାଇ ଦେବ। ଏଥିପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି।"

ଏଯାବତ, ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା ମାଧ୍ୟମରେ ମୋଟ ୪୬୦୦ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ବଂଜାରୀ, ଦେବଡ଼ିହି, ଶ୍ରୀପୁରା, ବୃନ୍ଦାମାଲ, ସିରିଆପାଲି, ପରମାନୁପୁର ଏବଂ ଗୁଡି ଗାଁ ରେ ମୋଟ ୭ଟି ସେଣ୍ଟର ରେ ଏହି କାର୍ଯ୍ୟକ୍ରମ ଜାରିରହିଛି। 

ଚାନ୍ଦନୀର ସଫଳତାରେ ଉଲ୍ଲସିତ ହୋଇ ତାର ପିତା ଶ୍ରୀ ସନ୍ତୋଷ କଉଡ଼ି କୁହନ୍ତି, "ମୋ ଝିଅ ଅଷ୍ଟମରୁ ଏହି କାର୍ଯ୍ୟକ୍ରମରେ ନାମଲେଖାଇ ଥିଲା ଏବଂ ଚଳିତ ବର୍ଷ ସେ ସଫଳତାର ସହ ମ୍ୟାଟ୍ରିକ ସ୍ନାତକ ହାସଲ କରିଛି। ପ୍ରତିବର୍ଷ, ବେଦାନ୍ତ ମୋ ଭଳି ଅନେକ ପିତାମାତାଙ୍କୁ ସେମାନଙ୍କ ପୁଅଝିଅଙ୍କ ଅଦ୍ଭୂତପୂର୍ବ ସଫଳତା ପାଇଁ ଗର୍ବ ଅନୁଭବ କରାଇଛି।"

ଏହି ଅବସରରେ ଦେବାଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦେବେନ୍ଦ୍ର ପଟେଲ କହିଛନ୍ତି ଯେ ଗତ ୧୧ ବର୍ଷ ଧରି ଚାଲିଆସୁଥିବା ଏହି ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଛାତ୍ରଛାତ୍ରୀ ତଥା ସେମାନଙ୍କ ପିତାମାତାଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ଶିକ୍ଷିତ ପରିବେଶ ସୃଷ୍ଟି କରିପାରିଛି। ଚଳିତ ବର୍ଷ ଫଳାଫଳରେ ସେମାନଙ୍କର ଉତ୍ସର୍ଗୀକୃତ ଏବଂ ଅବଦାନ ପାଇଁ ଏହି କାର୍ଯ୍ୟକ୍ରମରେ ଜଡ଼ିତ ସମସ୍ତଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

 

0
0
0
s2sdefault