ହେଡଲାଇନସ୍:

 ସାରଳା ସାହିତ୍ୟ ସଂସଦ ,  ବ୍ରହ୍ମପୁର ଶାଖାର ସାହିତ୍ୟ ଆସର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସାହିତ୍ୟ ଅନୁଷ୍ଠାନ କଟକ ସ୍ଥିତ ସାରଳା ସାହିତ୍ୟ ସଂସଦର ବ୍ରହ୍ମପୁର ଶାଖା ପକ୍ଷରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ  ଉତ୍କଳ ହିତୈଷିଣୀ ସମାଜ ସଭା କକ୍ଷରେ ଠାରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।

    ସାହିତ୍ୟ ସାଂସଦର ରାଜ୍ୟ ସଭାପତି ପ୍ରଫେସର ଇଂ ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ୱରେ  ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ସାହା ଉଦ୍ ଘାଟକ ଭାବେ ଯୋଗଦେଇ  ସାରଳା ଦାସଙ୍କ ରଚିତ ମହାଭାରତ  ପଞ୍ଚଦଶ ଶତକର  ଓଡ଼ିଶାର ନିଚ୍ଛକ ପ୍ରତିଛବି  ଏବଂ  ସାରଳା ସାହିତ୍ୟ ଆମ ଓଡ଼ିଆ ଜାତିର  ଦିଗ୍ ଦର୍ଶକ ବୋଲି  ସେ ମତ ଦେଇଥିଲେ । ସାରଳା ଦାସ ଜଗତସିଂହପୁର ଜିଲ୍ଲାର ଝଙ୍କଡରେ  ଜନ୍ମ ହୋଇ ବିଶ୍ବ ସାହିତ୍ୟକୁ ଆଲୋକିତ କରିଛନ୍ତି ବୋଲି କହିଥିଲେ ।     

 

   ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି  ଆଜି ସମଗ୍ର ବିଶ୍ବରେ ମାନ୍ୟତା ଲାଭ କରିଛି । ସାରଳା ଦାସଙ୍କ ରଚିତ ମହାଭାରତ , ରାମାୟଣ , ଚଣ୍ଡୀପୁରାଣ ଓ ଲକ୍ଷ୍ମୀନାରାୟଣ ବଚନିକା ପ୍ରଭୃତି କାଳଜୟୀ କୃତି ବୋଲି ସେ ତାଙ୍କ ବକ୍ତବ୍ୟ ଉଲ୍ଲେଖ କରିଥିଲେ। ସାରଳା ଦାସ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଭାଷାକୁ ତାଙ୍କ ମହାଭାରତରେ ସଂଯୋଜିତ କରିଛନ୍ତି ବୋଲି କହିଥିଲେ । 

  ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଗୁରୁ-ଗୌରବ ଗୌରଚନ୍ଦ୍ର ପଣ୍ଡା ଯୋଗଦେଇ ସାରଳା ଦାସ ଓଡ଼ିଆ ସାହିତ୍ୟର ଆଦିସ୍ରଷ୍ଠା ଥିଲେ । ସେ ଓଡ଼ିଆ ସାହିତ୍ୟରେ  ଅସଂଖ୍ୟ ନୂଆ ଶବ୍ଦ ସୃଷ୍ଟି କରିଛନ୍ତି। ଏହା ଆମ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଛି ବୋଲି ସେ ମତ ଦେଇଥିଲେ।

     ସାରଳା ସାହିତ୍ୟ ସାଂସଦର ସଭାପତି ପ୍ରଫେସର ଇଂ ସ୍ବାଇଁ ତାଙ୍କ ଅଭିଭାଷଣରେ ସାରଳା ଦାସଙ୍କ ମହାଭାରତ ସମଗ୍ର ଭାରତୀୟ ପ୍ରାନ୍ତୀୟ ସାହିତ୍ୟରେ ପ୍ରଥମ ସଂପୂର୍ଣ୍ଣ ମହାଭାରତ । ସାରଳା ଦାସଙ୍କ ସ୍ପଷ୍ଟ କଥା କାହାଣୀ ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ , କୋକୁଆ ଉପାଖ୍ୟାନ , ସତ୍ୟଆମ୍ବ ଉପାଖ୍ୟାନ , ଶ୍ରୀକୃଷ୍ଣଙ୍କ ଗଜପାଦ ଧାରଣ ପ୍ରଭୃତି ବିଶ୍ବ ସାହିତ୍ୟରେ ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

    ବିଶିଷ୍ଠ ସାରସ୍ୱତ ସାଧକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର  ଅନ୍ୟତମ ଅତିଥି ଭାବେ ଯୋଗଦେଇ ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କ ମହାଭାରତ ଯଦି ଓଡ଼ିଆ ଭାଷାରେ ରଚିତ ହୋଇ ନ ଥାନ୍ତା ତାହା ହେଲେ ଓଡ଼ିଆ ଭାଷା ଆଜି ଏହି ସ୍ତରରେ ନ ଥାନ୍ତା । କଳିଙ୍ଗ ଯୁଦ୍ଧ ସମୟରେ ଓଡ଼ିଆ ଭାଷା ଯେତେବେଳେ ବିଲୁପ୍ତ ହେବା ଅବସ୍ଥାକୁ ଆସି ଯାଇଥିଲା , ସେତେବେଳେ ଏହି ଓଡ଼ିଆ ଭାଷାକୁ ପୁନର୍ଜିବିତ ଦେଇଛନ୍ତି ସାରଳା ଦାସ । ସେ ଓଡ଼ିଆ ଭାଷାକୁ ଋଦ୍ଧି ମନ୍ତ କରିଛନ୍ତି । ଆଜି ଓଡ଼ିଆ ଭାଷା  ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି , ତାର ମୁଖ୍ୟ କାରଣ ହେଉଛି , ସାରଳା ଦାସଙ୍କ ରଚିତ ମହାଭାରତ। 

   କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସଦର ବ୍ରହ୍ମପୁର ଶାଖାର ଯୁଗ୍ମ-ଆବାହକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର  ପ୍ରଫେସର ଡ଼ଃ. ପ୍ରସନ୍ନ କୁମାର ସ୍ୱାଇଁ ସାରଳା ଦାସଙ୍କ ଅସାଧାରଣ କାବ୍ୟିକ ପ୍ରତିଭା ଉପରେ ଆଲୋକପାତ କରିଥିଲେ ।    ଏହି ଅବସରରେ ଉପାନ୍ତ ଅଞ୍ଚଳରେ ସାହିତ୍ୟ ଏବଂ ଓଡ଼ିଆ ଭାଷାର ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାରସ୍ୱତ ସାଧକ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସଂସଦ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।

   ସଂସଦର କାର୍ଯ୍ୟକାରୀ କମିଟି ସଦସ୍ୟ ନାଟ୍ୟକାର  ସଞ୍ଜିତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜର କଳାକାର ମାନେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ପରିବେଷଣ କରିଥିଲେ ।

    ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ଶେଷରେ ସାହିତ୍ୟିକ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

    

 

0
0
0
s2sdefault