ହେଡଲାଇନସ୍:

୩୯ ତମ ଭକ୍ତି ସଙ୍ଗୀତ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ  ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ  ଆନୁକୁଲ୍ୟରେ ୩୯ତମ ଭକ୍ତି ସଙ୍ଗୀତ ସମାରୋହ-୨୦୧୯  ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ କାର୍ଯ୍ୟକ୍ରମକୁ  ମହନ୍ତ ମହାରାଜ ରାମାନନ୍ଦ ଦାସଜୀ  ଉଦ୍ ଘାଟନ କରିଥିଲେ । 

ସଂସଦର ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ସମ୍ମାନୀୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ,ପାରଳା ରାଜଜେମା କଲ୍ୟାଣୀଦେବୀ , ସଭାପତି ,  ପାରଳା ବିକାଶ ମଞ୍ଚ , ଭୂବନେଶ୍ୱର ର  ରାସବିହାରୀ ମହାନ୍ତି ପ୍ରମୁଖ ଯୋଗଦେଇ ଭକ୍ତି ସଙ୍ଗୀତ ସଂସଦ ଦ୍ୱାରା ଦୀର୍ଘ ବର୍ଷ ଧରି ଆୟୋଯିତ ହୋଇ ଆସୁଥିବା ଏହି ଭକ୍ତି  ସଙ୍ଗୀତ ସମାରୋହ ଉଦ୍ୟମକୁ ଭୁୟସୀ ପ୍ରସଂଶା କରିବା ସଙ୍ଗେ ସଙ୍ଗେ  ପାରଳାର କଳା,ସଂସ୍କୃତି ଓ ସଙ୍ଗୀତକୁ ଏକ ନୂତନ ଦିଗ୍ଦର୍ଶନ ଦେବା ସହ ବିଭିନ୍ନ ସଙ୍ଗୀତ କଳାକାରଙ୍କୁ ସୃଷ୍ଟି କରି ଏକ ଆଦର୍ଶ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । 

ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ସାହିତ୍ୟିକା, କବୟତ୍ରୀ ଏବଂ ଲେଖିକା ମିନାକ୍ଷୀ ସାହୁଙ୍କ ସଂପାଦନାରେ ପ୍ରକାଶିତ “ଏକବିଂଶ ଶତାବ୍ଦୀର ନାରୀ”  ପୁସ୍ତକ  ଉନ୍ମୋଚିତ କରିଥିଲେ ।

 ଏହି ସମାରୋହରେ ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଞ୍ଚ ରେ ସମ୍ମାନୀତ କରାଯାଇଥିଲା ।

ଇଂ.ସଦାନନ୍ଦ ପାଢ଼ୀ ସ୍ମୃତି ସମ୍ମାନରେ  ମହନ୍ତ ମହାରାଜ ରାମାନନ୍ଦ ଦାସଜୀ  , ଭାଗିରଥି ପାତୀ  ସ୍ମୃତି  ସମ୍ମାନରେ   କବି କୁସୁମ ଘନଶ୍ୟାମ ଜେନା ,ଭୂବନେଶ୍ୱର ମହାନ୍ତି  ସ୍ମୃତି ସମ୍ମାନରେ ବାବୁ ରାଓ ପାତ୍ର , ମଞ୍ଚଶ୍ରୀ ସତ୍ୟ ନାରାୟଣ ପଣ୍ଡା ସ୍ମୃତି       ସମ୍ମାନରେ ନୀଳ ମାଧବ ଚରତି , ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ମୃତି  ସମ୍ମାନରେ ବିଘ୍ନେଶ୍ୱର ସାହୁ , ପଣ୍ଡିତ କିଶୋର ପାଣିଗ୍ରାହୀ ସ୍ମୃତି ସମ୍ମାନରେ ବିଧାନ ଚୌଧୁରୀ ,ବିଷ୍ଣୁ ପ୍ରିୟ ସାମନ୍ତ ସିଂହାର ସ୍ମୃତି ସମ୍ମାନରେ ପୁଷ୍ପାଞ୍ଜଳି ପୁରୋହିତ , ଭାଗିରଥୀ ଦାଶ   ସ୍ମୃତି ସମ୍ମାନରେ  ରାଜେନ୍ଦ୍ର କୁମାର ରଥ , ଦଭା ଶ୍ରେୟ ଚରଣ ପରିଛା ସ୍ମୃତି ସମ୍ମାନରେ  ସୁରେଶ ଚନ୍ଦ୍ର ପାଣିଗ୍ରାହୀ ,  ଆପନ୍ହା ପାଣିଗ୍ରାହୀ ସ୍ମୃତି  ସମ୍ମାନରେ  ରତ୍ନାକର ପୁଷ୍ଟ , ସହଦେବ ମହାରଣା ସ୍ମୃତି  ସମ୍ମାନରେ  ଶ୍ରୀକର ପାଢ଼ୀ , ରାମଚନ୍ଦ୍ର ପାତ୍ର ସ୍ମୃତି ସମ୍ମାନରେ ଯଦୁ ନନ୍ଦନ ପଟ୍ଟନାୟକ , ଅରୁଣ କୁମାର ରଥ ସ୍ମୃତି ସମ୍ମାନରେ ନିତ୍ୟାନନ୍ଦ ଚୌଧୁରୀ  ସମ୍ମାନୀତ ହୋଇଥିଲେ।

 ଏହି  ଭକ୍ତି ସଙ୍ଗୀତ ସମାରୋହରେ ବିଶିଷ୍ଟ ସିତାର ବାଦକ ସୁରେନ୍ଦ୍ର କୁମାର ରାୱଲ(ହରିଆଣା) ,  ତବଲା ବାଦକ ରତ୍ନାକର ପୃଷ୍ଟି (ପୁରୀ)  କଣ୍ଠ ସଙ୍ଗୀତରେ ଗୁରୁ ରଘୁନାଥ ପାତ୍ର , ସଙ୍ଗୀତ ନିର୍ଦ୍ଦେଶକ  ପ୍ରଶାନ୍ତ ପାଢୀ, ଶ୍ରୀକର ପାଢୀ,ପ୍ରତିଭା ପ୍ରଧାନ ଓ ଭକ୍ତି ସଂଗୀତ ସଂସଦର ବେତାର ଶିଳ୍ପୀଗଣଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଶଣ ଉଚ୍ଚକୋଟିର ହୋଇଥିଲା। 

Attachments area

 

0
0
0
s2sdefault