ହେଡଲାଇନସ୍:

କି ପ୍ରକାର ଅନ୍ଧବିଶ୍ୱାସ ଭିତରେ ଏବେ ବି ଜିଉଁଛି ମଣିଷ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ କର ) : ଏବେ ବି ମଣିଷ ବଂଚୁଛନ୍ତି କେଉଁ କାଳର ଅନ୍ଧବିଶ୍ୱାସ ଭିତରେ | ସଚେତନତାର ଅଭାବ ଆଉ ଅଜ୍ଞତା ସେମାନଙ୍କୁ ସେଇ ମଧ୍ୟ ବା ପୁରାଣ ଯୁଗୀୟ ମନାସିକତାରୁ ମୁକୁଳାଇପାରୁନି | ଆଉ ଲୋକଙ୍କ ଅଜ୍ଞତାର ଫାଇଦା ଉଠାଇ କିଛି ଲୋକ ଜାରି ରଖିଛନ୍ତି ଅନ୍ଧବିଶ୍ୱାସ କାର୍ଯ୍ୟକଳାପ | ଆଉ ଏହି ପ୍ରକ୍ରିୟାର କାରଣ ସ୍ୱରୂପ ଲୋକ ସହୁଛନ୍ତି ଅକଥନୀୟ ଯନ୍ତ୍ରଣା ! ସେଥିରୁ ବାଦ ପଡୁନାହାନ୍ତି ନିରୀହ ଶିଶୁ | ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ |  ଭୁତ ଛଡେ଼ଇବା ନାଁରେ ଜନୈକ ସାଧକ ୮ ବର୍ଷର ବାଳକକୁ ନିସ୍ତୁକ ମାଡ଼ ମାରିବା ଘଟଣା ଏବେ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି । ଏହିଭଳି ଏକ ସ୍ପର୍ଶକାତର ଘଟଣା ଆଜି ଦେଖିବାକୁ ମିଳିଛି କମର୍ଦ୍ଧା ଥାନା ଅନ୍ତର୍ଗତ ରାଣୀଗୁଡ଼ା ଗ୍ରାମରେ । ମହାଗବ ଗ୍ରାମର ଜଣେ ୮ ବର୍ଷର ବାଳକ ଗତ କିଛିଦିନ ଧରି ଅସୁସ୍ଥ ରହିବାରୁ ପରିବାର ଲୋକେ ତାକୁ ନିକଟସ୍ଥ ରାଣୀଗୁଡ଼ା ଗ୍ରାମର ଗୁଣିଆ ଅଜୟ ରାଉଳଙ୍କ ନିକଟକୁ ଦେଖାଇବାକୁ ଆଣିଥିଲେ । ସମ୍ପୃକ୍ତ ବାଳକକୁ ଭୂତ ଲାଗିଥିବା କହି ଗୁଣିଆ ଏବଂ ମାଆ ମନୀଷା ଦେବୀଙ୍କ ତଥାକଥିତ ସାଧକ ମହିଳା ତାକୁ ବାଡ଼ି ଓ କଣ୍ଟାଗଛରେ ନିସ୍ତୁକ ମାଡ଼ ମାରିଥିଲେ । ଏମିତିକି ଏହି ମାଡ଼ରେ ଆହୁରି ଅସୁସ୍ଥ ହୋଇଥିବା ନାବାଳକୁ ଗୁଣିଆ ଅଜୟ ରାଉଳ ଓ ମନିଷା ଦେବୀଙ୍କ ସାଧକ ବୋଲି କହୁଥିବା ଜନୈକ ମହିଳା ଶେଷରେ ଛିଣ୍ଡା ଚପଲ ପାଟିରେ କାମୁଡ଼ିବାକୁ ଦେଇଥିଲେ । ଅତ୍ୟଧିକ ମାଡ଼ ଭୟରେ ନାବାଳକଟିକୁ ଶେଷରେ ପାଟିରେ  ଚପଲ କାମୁଡ଼ିବାକୁ ପଡ଼ିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଗୁଣିଆ ଫେରାର ହୋଇଯାଇଥିବା ଜଣଶପଡ଼ିଛି । ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଇଥିଲେ ବି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କିମ୍ବା ଶିଶୁ ବିକାଶ କମିଟିର ନିଦ ନ ଭାଙ୍ଗିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । 

0
0
0
s2sdefault