ହେଡଲାଇନସ୍:

 ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କର ଏକ କର୍ମଶାଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ(ସରୋଜ ସାହୁ) ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କର ଏକ କର୍ମଶାଳା ଆଜି ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଛି । ଏହି କର୍ମଶାଳାଟି ଭୂବନେଶ୍ୱର ସ୍ଥିତ ବେସରକାରୀ ସଂସ୍ଥା (ସାଥୀ) ଓ ମା’ ମଝିଘରୀଆଣୀ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ବେଳେ ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା (ଡିଏସଡବ୍ଲୁଓ) ୱାହୀଦା ବେଗମ ଯୋଦେଇ ନିଜର ଭାଷଣ ପ୍ରସଙ୍ଗରେ କହିଥିଲେ ଯେ, ଟାନ୍ସ ଜେଣ୍ଡର ମାନେ ଆତ୍ମନିର୍ଭରଶୀଳ ହେବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ନିହାତି ଆବଶ୍ୟକ | ଫଳରେ ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ର ନିଯୁକ୍ତି ପାଇ ସମ୍ମାନର ସହ ନିଜର ଜୀବିକା ନିର୍ବାହ କରି ସମାଜର ସୂଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ସାଥୀ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଚନ୍ଦନ କୁମାର ନାୟକ ଏହି ଟ୍ରାନ୍ସ ଜେଣ୍ଡର(ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କ ପ୍ରତି ସମାଜରେ ହେଉଥିବା ଭେଦଭାବ, ନିର୍ଯ୍ୟାତନା, ହିଂସା, ବାଛନ୍ଦ ଓ ଥଟାପରିହାସ କିପରି ରୋକାଯାଇପାରିବ ସରକାର ଓ ଜନସାଧାରଣ ଏଥି ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସହଯୋଗର ହାତ ବଢାଇ ବା ସହ ବର୍ତମାନ ଏହି ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ମାନଙ୍କ ସୁରକ୍ଷା ଓ ଥଇଥାନ ନିମନ୍ତେ ପ୍ରଣୟନ ହୋଇଥିବା ଆଇନ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରାନ୍ସ ଜେଣ୍ଡର(ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କୁ ସରକାରଙ୍କ ଦ୍ୱାରା ନ୍ୟସ୍ତ କରାଯାଇଥିବା ନୂଆ ମା କାର୍ଯ୍ୟକ୍ରମକୁ ଦକ୍ଷତାର ସହ ସମ୍ପାଦନ କରିପାରୁଥିବାରୁ ଉପସ୍ଥିତ ସମସ୍ତ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ବେସରକାରୀ ସଂସ୍ଥାଙ୍କୁ ଏହି ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ବ୍ୟକ୍ତି ସମୁହ ମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସୁଯୋଗ ଦେବା ଓ ସେମାନଙ୍କ ସୁରକ୍ଷା ତଥା ସମ୍ମାନ ରକ୍ଷା ନିମନ୍ତେ ଉପଯୋଗୀ ନିୟମାବଳୀ ପ୍ରଣୟନ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ଅବସରରେ  ଟ୍ରାନ୍ସ ଜେଣ୍ଡର (ଏଲଜିବିଟିଆଇ) ମା’ ମଝିଘରିଆଣୀର ସଭାପତି ରମେଶ ଚନ୍ଦ୍ର ପୁଆଲା (ରେଶ୍ମା), ସମ୍ପାଦକ ଶିଶୀର କାନ୍ତ ମହାପାତ୍ର (ପିଙ୍କି), କୋଷାଧ୍ୟକ୍ଷ କାନ୍ତାରାଓ କଣ୍ଡାଗରୀ ଉପସ୍ଥିତ ରହି ସେମାନେ ସମୁଖୀନ ହେଉଥିବା ବିଭ୍ନନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।    

 

0
0
0
s2sdefault