ହେଡଲାଇନସ୍:

ଠିକାଦାର ପ୍ରୀତିର ପ୍ରତିବାଦ ଠିକେଇକି ଦେଲେ ସଫେଇ କର୍ମଚାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ମଇଳା ଉଠାଉଛୁ ସହର ଯାକର, ଭାତିଆ ଦେବାକୁ କୁନ୍ଥୋଉଛି କିଆଁ ଠିକାଦାର !!!

 ଦରମା ଦାବିରେ ବାରିପଦା ପୌରପରିଷଦ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଜମା କରି ଆନ୍ଦୋଳନ  କଲେ ସଫେଇ କର୍ମଚାରୀମାନେ 

ବାରିପଦା(ଦିଲ୍ଲୀପ ମହାନ୍ତି )- କଥାରେ ଅଛି ସିଧା ଅଙ୍ଗୁଳିରେ ଘିଅ ଉଠେ ନାହିଁ । ଫଳରେ ଅଙ୍ଗୁଳିକୁ ବାଙ୍କେଇବାକୁ ପଡ଼ିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାରିପଦା ପୌରପରିଷଦରେ । ପୌରପରିଷଦର ସଫେଇ ଟେଣ୍ଡର ଭୂବନେଶ୍ୱରସ୍ଥିତ ଉକ୍ରଳ ଫେସିଲିଟି ସାର୍ଭିସେସ ପ୍ରା. ଲିଃ.କୁ ମିଳିଛି । ଉକ୍ତ ସଂସ୍ଥା ସଫେଇ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସ ୭ରୁ ୧୦ ତାରିଖ ମଧ୍ୟରେ ଦରମା ପ୍ରଦାନ କରିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କ ନାମ, ଧାମ, ଠିକଣା ଓ ପରିଚୟ ଆଦି ଜାଣିନଥିବାରୁ ସଫେଇ କର୍ମଚାରୀମାନେ ଠିକା ସଂସ୍ଥାରେ କାର୍ଯ୍ୟକରିବାକୁ ଅମଙ୍ଗ ହେଉଥିବା ସମୟରେ ବାରିପଦା ପୌରପରିଷଦ ଏଥି ନିମନ୍ତେ ଉତ୍ତରଦାୟୀ ରହିବ ବୋଲି ସଫେଇ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇଥିଲେ । ମାତ୍ର ଗତ ଅକ୍ଟୋବର ମାସର ଦରମା ନିର୍ଦ୍ଧାରିତ ସମୟସୀମା ୭ରୁ ୧୦ମଧ୍ୟରେ ମିଳିପାରିନଥିଲା । ଫଳରେ ସଫେଇ କର୍ମଚାରୀମାନେ ନଭେମ୍ବର ୧୨ରେ ଦରମା ନ ମିଳିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଥିଲେ ମଧ୍ୟ ପୌର ନିର୍ବାହୀ ଅଧିକାରୀ ଓ ଠିକାନେଇଥିବା ଉକ୍ରଳ ଫେସିଲିଟି ସାର୍ଭିସେସ ପ୍ରା. ଲିଃ. ସଂସ୍ଥା ଧରାଛୁଆଁ ଦେଇନଥିଲେ । ଫଳରେ ନଭେମ୍ବର ୧୩ ପ୍ରାତଃ ସମୟରେ ପୌରପରିଷଦର ସଫେଇ କର୍ମଚାରୀମାନେ ବାହାରୁ ଅଳିଆ ଆବର୍ଜନା ଆଣି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଗଦା କରିଥିଲେ । ଖବର ପାଇ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ, ବାରିପଦା ସଦର ଏସଡ଼ିପିଓ ଓ ବାରିପଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ଆନେ୍ଦାଳନକାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ପୌରନିର୍ବାହୀ ଅଧିକାରୀ ଶ୍ରୀଦାଶ ଆଜି  ସନ୍ଧ୍ୟା ସୁଦ୍ଧା ସଫେଇ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବାର ପ୍ରତିଶ୍ରୁତି ପ୍ରଦାନ କରିବା ପରେ ୨୩୬ରୁ ଅଧିକ ଆଉଟ ସୋର୍ସିଂ ଠିକା ସଫେଇ କର୍ମଚାରୀମାନେ ଚଳାଇଥିବା କାର୍ଯ୍ୟ ବନ୍ଦ ଆନେ୍ଦାଳନ ପ୍ରତ୍ୟାହୃତ କରିଥିଲେ ।

 

0
0
0
s2sdefault