ହେଡଲାଇନସ୍:

ବେପରୁଆ ଉତ୍କଳ ଫେସିଲିଟି ସାର୍ଭିସେସ ,ପୌରପରିଷଦ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଫେଇ କାର୍ଯ୍ୟ ଠପ୍, ସହରରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ।

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ସଫେଇ କର୍ମଚାରୀମାନଙ୍କୁ ଦରମା ମିଳିନଥିବାରୁ ୨୩୬ରୁ ଅଧିକ ଆଉଟ ସୋର୍ସିଂ ଠିକା ସଫେଇ କର୍ମଚାରୀମାନେ ଆଜି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ  ଆରମ୍ଭ କରିଥିବାରୁ ସହରରେ ସଫେଇ କାର୍ଯ୍ୟ ଠପ୍ ହୋଇଥିବାର ଦେଖିବାକୁ ମିଳିଛି । ସଫେଇ କର୍ମଚାରୀମାନେ ପୌରପରିଷଦରେ ଏକତ୍ରିତ ହୋଇ ଆନେ୍ଦାଳନ ଆରମ୍ଭ କରିଥିଲେ । ଫଳରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ପଡ଼ିରହିଛି । ମହିଳା ସଫେଇ କର୍ମଚାରୀ ସଞ୍ଜୁ ଟୁଡ଼ୁଙ୍କ କହିବା ଅନୁସାରେ ଭୂବନେଶ୍ୱରର ଉତ୍କଳ  ଫେସିଲିଟି ସାର୍ଭିସେସ ପ୍ରା. ଲିଃ. ବାରିପଦା ପୌରପରିଷଦର ସଫେଇ ଟେଣ୍ଡର ନେବା ପରେ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସ ୭ରୁ ୧୦ ତାରିଖ ମଧ୍ୟରେ ଦରମା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଆଜି ୧୨ ତାରିଖ ହେଲାଣି ଦରମା ଦେବା ଦୂରର କଥା ତାର ଦେଖା ଦର୍ଶନ ମିଳୁନାହିଁ । ଟଙ୍କା ନ ମିଳିଲେ ପର୍ବ ପାର୍ବଣୀ ମାନିବା  ଏବଂ ପରିବାର ମୁହଁରେ ଆହାର ଦେବା କିପରି ବୋଲି ପ୍ରଶ୍ନ କରିବା ସଂଗେସଂଗେ ଦରମା ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ  ଚାଲୁ ରହିବ ବୋଲି କହିଥିଲେ । ସେହିପରି ପୌରପରିଷଦର ୧୫ ନମ୍ବର ୱାଡର ସୁପରଭାଇଜର ଭାବେ କାର୍ଯ୍ୟକରୁଥିବା କୁଶ କିଶୋର ବେହେରା କହିଛନ୍ତି ସଫେଇ କର୍ମଚାରୀମାନେ ୪୨ ଦିନ ହେବ କାର୍ଯ୍ୟକରି ଦରମା ପାଇପାରୁ ନାହାନ୍ତି । ଠିକାଦାରଙ୍କ କୌଣସି ଠିକ୍ ଠିକଣା ନାହିଁ । ସଫେଇ କର୍ମଚାରୀମାନଙ୍କୁ ନୀତି ନିୟମ ଅନୁସାରେ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ ବୋଲି କହିବା ସହ ଠିକଦାର ପକ୍ଷରୁ ଯେଉଁ ଆଇଟେଣ୍ଟି  କାର୍ଡ ଇସ୍ୟୁ କରାଯାଇଛି ତାର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସୂଚନା ଯୋଗ୍ୟ, ବାରିପଦା ପୌରପରିଷଦର ୨୮ଟି ୱାର୍ଡରୁ  ଦୈନିକ ହାରାହାରି ୫୫ ରୁ ୬୦ ଟନ ଆବର୍ଜନା ବାହାରିଥାଏ । ଉକ୍ତ ଅଳିଆକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଆବଶ୍ୟକୀୟ ମେନ ପାୱାରର ଅଭାବ ରହୁଥିବାରୁ ସହରର ସମସ୍ତ ସ୍ଥାନରୁ ଦୈନିକ ଅଳିଆ ଆବର୍ଜନା ଉଠାଇବା ସମ୍ଭବ ହୋଇପାରିନଥାଏ । ସେହି ସମୟରେ ସଫେଇ କର୍ମଚାରୀମାନଙ୍କ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନ ସହରର ପରିମଳ ବ୍ୟବସ୍ଥାକୁ ବିଶେଷ ଭାବେ ପ୍ରଭାବିତ କରାଇବାର ସମ୍ଭାବନା ସୃଷ୍ଟି କରାଇଛି । 

 

0
0
0
s2sdefault