ହେଡଲାଇନସ୍:

ଠିକାଦାର ଯନ୍ତ୍ରୀଙ୍କ ସଲାସୁତୁରାରେ ଚାଲିଛି ଖୋଳ: ସୁବଣ୍ଣରେଖା ଜଳସେଚନ ପ୍ରକଳ୍ପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଷ ଜମିକୁ ଜଳସେଚନ ନିମନ୍ତେ ନିମ୍ନମାନର କେନାଲ ନିର୍ମାଣର ଅଭିଯୋଗ -
ଲଗାଯାଇ ନାହିଁ ସୂଚନା ଫଳକ,ନିର୍ମାଣ ହେଉଥିବା କେନାଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ

ବାରିପଦା(DILLIP MOHANTY )- ଚିର ସ୍ରୋତା ନଦୀ ସୁବର୍ଣ୍ଣରେଖାର ବହୁମୂଲ୍ୟ ଜଳରାଶିର ସୁବିନିଯୋଗ ନିମନ୍ତେ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ୧୯୭୬ରେ ପରିକଳ୍ପନା କରାଯାଇଥିଲା ଏବଂ ୧୯୭୮ରେ ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ସମନ୍ୱୟରେ ସ୍ୱାକ୍ଷରିତ ଚୁକ୍ତିନାମା ୩୨ : ୧୨ : ୦୧ ଅନୁପାତରେ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ଯୋଜନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ୧୦ଟି ବ୍ଲକର ୯୪,୬୫୫ ହେକ୍ଟରଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ଉପଲବ୍ଧ ହେବାର ବ୍ୟବସ୍ଥା ରହିଥିବା ବେଳେ କୁଳିଅଣା ବ୍ଲକର ୭,୮୨୧ ହେକ୍ଟର ଚାଷଜମି ସାମିଲ ରହିଛି । ଉକ୍ତ ସୁବର୍ଣ୍ଣରେଖା ଜଳସେଚନ ଯୋଜନା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ଜୁଲାଇ ୧୭ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଗସ୍ତରେ ଆସି ମୁଖ୍ୟ କେନାଲ ଆରଡ଼ି ୧୩୯୮୫ର ସୁଇଚ ଦବାଇ ଜିଲ୍ଲାବାସୀଙ୍କ ଉଦେ୍ଧଶ୍ୟରେ ଶୁଭ ଉଦଘାଟନ କରିଥିଲେ ମଧ୍ୟ ଅଦ୍ୟାବଧି ଜିଲ୍ଲାରେ କୌଣସି ଚାଷଜମିକୁ ଗୋଟାଏ ବୁନ୍ଦା ଜଳସେଚିତ କରାଇବାରେ ସଫଳ ହୋଇପାରି ନାହିଁ । ଅଥଚ ଚାଷଜମିକୁ ଜଳସେଚନର ବ୍ୟବସ୍ଥା ଯୋଗାଇ ଦେବା ନାମରେ କୋଟି କୋଟି ଟଙ୍କା ବ୍ୟୟ ବରାଦରେ କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି ଯେ, ଆଜି ପର୍ଯ୍ୟନ୍ତ ଶେଷ ହେବାର ନାମ ଧରୁ ନାହିଁ । ଏହି ସମୟରେ ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାଙ୍ଗିରିପୋଷି ନିର୍ବାଚନର କୁଳିଅଣା ବ୍ଲକର କୁଚେଇ ନିକଟ ବାଇଗଣବାଡ଼ିଆ ପଞ୍ଚାୟତ ପଳାଶବଣି ମୌଜାର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ଶାଖା କେନାଲକୁ ପାଣି ଆସିବା ପାଇଁ ପ୍ରାୟ ଦେଢ଼ କି.ମି. ଲମ୍ବର କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଉକ୍ତ କେନାଲ ନିମନ୍ତେ ଟେଣ୍ଡର ଡ଼କାଯିବା ପରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଛି । କିନ୍ତୁ, କେନାଲର ନିର୍ମାଣ କାର୍ଯ୍ୟ କିପରି ଚାଲିଛି, ନିର୍ମାଣ କାର୍ଯ୍ୟର ମାନ ଓ ଗୁଣବତ୍ତାକୁ ତଦାରଖ କରିବା ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀ, ବିଭାଗୀୟ ପଦାଧିକାରୀଙ୍କ ଅପାରଗତା କାରଣରୁ ଠିକାଦାର ସ୍ୱେଚ୍ଛାଚାରୀ ହୋଇପଡ଼ିଛି । ଫଳରେ ୭୦ ପ୍ରତିଶତରୁ ଅଧିକ ମାଟି ମିଶା ବାଲି, ମାଟି ମିଶା ଚିପ୍ସ ଓ ଖରାପ ହୋଇଯାଇଥିବା ସିମେଣ୍ଟରେ କେନାଲର ନିର୍ମାଣ କାର୍ଯ୍ୟ ଚଳାଇଛି । ପଳାଶବଣି ମୌଜାର ଚାଷ ଜମିକୁ ଜଳସେଚନ ନିମନ୍ତେ ହେଉଥିବା କେନାଲର ନିର୍ମାଣ କାର୍ଯ୍ୟ ସହ ଏହାର ସ୍ଥାୟିତ୍ୱ, ଗୁଣବତ୍ତା ଓ ମାନ ୁପରେ ଗ୍ରାମବାସୀମାନେ ଅଭିଯୋଗ ଆଣିଥିଲେ ମଧ୍ୟ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିÂ ଯନ୍ତ୍ରୀ ଈଶ୍ୱର ଚନ୍ଦ୍ର ନାୟକ ସେମାନଙ୍କ ଅଭିଯୋଗ ପ୍ରତି କଣ୍ଣପାତ କରୁନାହାଁନ୍ତି । ଏଥି ସହିତ ଠିକାଦାର ଉକ୍ତ ନିର୍ମାଣ କାର୍ଯ୍ୟ ଅନ୍ୟ ନିର୍ମାଣ କାର୍ଯ୍ୟଗୁଡ଼ିକଠାରୁ ସବୁଠାରୁ ଭଲ କରୁଛନ୍ତି ବୋଲି ଉତ୍ତର ଦେବାରୁ ପଳାଶବଣି ଗ୍ରାମବାସୀ ଏହାର ପ୍ରତିବାଦ କରିବା ସହ କେତେକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଡ଼କାଇ କେନାଲର ନିର୍ମାଣ କାର୍ଯ୍ୟ ସହ ନିର୍ମାଣ ବ୍ୟବହୃତ ହେଉଥିବା ବାଲି, ଚିପସ ଓ ସିମେଣ୍ଟ ଆଦିକୁ ଦେଖାଇଥିଲେ । ଏଥି ସହିତ କାର୍ଯ୍ୟ ନିକଟରେ ଉପସ୍ଥିତ ରହିଥିବା ଛାଟିଆକୁ ମଧ୍ୟ ଦେଖାଇ ଦେଇଥିଲେ । ଗ୍ରାମବାସୀମାନଙ୍କ କହିବା  ଅନୁସାରେ ନିର୍ମାଣ କାର୍ଯ୍ୟର ଛାଟିଆ ଛୋଟୁ ସିଂ ମଧ୍ୟ କାର୍ଯ୍ୟ ନିମ୍ନମାନର ଥିବାର ସ୍ୱିକାର କରିବା ସମୟରେ ଏହି ପ୍ରକାରର କାର୍ଯ୍ୟ କେବଳ ଗୋଟାଏ ଦିନ ହୋଇଥିଲା ବୋଲି କହିଥିଲେ । କିନ୍ତୁ, କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀ ତଥା JE ଈଶ୍ୱର ଚନ୍ଦ୍ର ନାୟକଙ୍କୁ ଆମର ମୟୂରଭଞ୍ଜ ଜିଲ୍ଲାପ୍ରତିନିଧି ସାକ୍ଷାତ  ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ପ୍ରଶ୍ନ କରିବାରୁ ତାର ଉତ୍ତରରେ ନିର୍ମାଣ କାର୍ଯ୍ୟ ପ୍ଲାନ ଏଷ୍ଟିମେଣ୍ଟ ଅନୁସାରେ ଠିକ୍ଠାକ୍ ଚାଲିଛି । ପ୍ରତ୍ୟେକ ଦିନ ୨/୩ ଥର ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନକୁ ଯାଇ ନିୟମିତ ଭାବେ ଯାଞ୍ଚ କରୁଛନ୍ତି । କୌଣସି ପ୍ରକାରର ଅନିୟମିତତା ପରିଲକ୍ଷିତ ହୋଇନାହିଁ ଏବଂ ଉକ୍ତ ନିର୍ମାଣ କାର୍ଯ୍ୟକୁ ଠିକାଦାର ସୁମନ କୁମାର ସାହୁ ଟେଣ୍ଡରରେ ନେଇଥିବା ବେଳେ ୧.୩୦ କୋଟି ଟଙ୍କା ବ୍ୟୟ ବରାଦରେ ହେଉଛି । ଗ୍ରାମବାସୀମାନେ କୌଣସି କାରଣରୁ ମିଥ୍ୟା ଅଭିଯୋଗ କରୁଥିବାର ସୂଚନା ଦେଇଥିଲେ । ସେହିପରି ପଳାଶବଣି ଗ୍ରାମବାସୀ ରତ୍ନାକର ବେହେରାଙ୍କ ଅଭିଯୋଗ ଆଧାରରେ ଠିକାଦାର ଜାଲିଆତି କରି ବାଲି ବଦଳରେ ମାଟିରେ ନିର୍ମାଣ କାର୍ଯ୍ୟ କରୁଛନ୍ତି । ଶୁଖିଲାରେ ହାତ ମାରିଦେଲେ ଭାଙ୍ଗିଯାଉଥିବା କେନାଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେନାଲରେ ପାଣି ଆସିବା ସମୟରେ ଏହା ଧୋଇହୋଇଯିବାର ସମ୍ଭାବନା ଅଧିକ ରହିଛି । ଠିକାଦାର, ବିଭାଗ କାର୍ଯ୍ୟ କରି ଚାଲିଯିବେ, କିନ୍ତୁ କ୍ଷତି ଗ୍ରାମବାସୀମାନେ ଭୋଗିବେ । ଅଭିଯୋଗ କରିବାରୁ ଠିକାଦାର ଆମକୁ ଧମକ ଦେଉଛି । ଠିକାଦାରୀ ନେଇଛି ମୋର ଇଚ୍ଛା ଅନୁସାରେ ଯାହା ପାରିବି କରିବି ଏବଂ ମାଟିରେ କାମ କରିବି କଣ କରୁଛ କର ବୋଲି କହୁଛନ୍ତି । ଆମ ଦୁଃଖ ବୁଝିବାକୁ କେହି ନାହିଁ ବୋଲି ଅଭିଯୋଗ କରିଛନ୍ତି ପଳାଶବଣି ଓ ବାଆଁଶକଣ୍ଟିଆ ଗ୍ରାମବାସୀମାନେ । ଏଥି ସହିତ ଠିକାଦାର କେନାଲର ନିର୍ମାଣ କାର୍ଯ୍ୟକୁ ନେଇ କୌଣସି ସୂଚନା ଫଳକ ଲଗାଇବା ନିୟମ  ପରିସରରେ ମଧ୍ୟରେ ଆସୁନାହିଁ ଦର୍ଶାଇ ସୁଚନା ଫଳକ ଲଗାଉନଥିବାରୁ କାର୍ଯ୍ୟ ବିଷୟରେ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ଭାବେ ଅନ୍ଧକାର ମଧ୍ୟରେ ରଖାଯାଉଛି ବୋଲି ଅଭିଯୋଗ ହୋଇଛି । ଏବିଷୟରେ ବାରିପଦା ଲକ୍ଷ୍ମୀପୋଷିସ୍ଥିତ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ବିଭାଗୀୟ ପଦାଧିକାରୀଙ୍କ ପ୍ରତିକ୍ରୟା   ଜାଣିବା ନିମନ୍ତେ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ ।

0
0
0
s2sdefault