ହେଡଲାଇନସ୍:

ପାକିସ୍ତାନର ହିନ୍ଦୁଙ୍କୁ ଭାରତ ଫେରାଇ ଅଣାଯାଉ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପ୍ରଧାନମନ୍ତ୍ରୀଙ୍କୁ ଭିଏଚପି ନେତାଙ୍କ ପତ୍ର

ରାଉରକେଲା/Horachand Deuria - ପାକିସ୍ତାନରେ ହୋଲିର ଦିନକ ପୁର୍ବରୁ ଦୁଇ ନାବାଳିକା ହିନ୍ଦୁ ଝିଅ ରବିନା(୧୩) ଓ ରୀନା(୧୫) ଙ୍କୁ ଅପହରଣ କରାଯିବା ପରେ ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇବା ସହିତ ସେମାନଙ୍କୁ ବିବାହ କରାଇବା ଘଟଣା ଲୋକଲୋଚନକୁ ଆସିବା ପରେ ଏ ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ। ତାସହିତ ସେ ପାକିସ୍ତାନରେ ନିର୍ୟାତିତ ହୋଇ ଜୀବନ କାଟୁଥିବା ହିନ୍ଦୁ ମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ପାକିସ୍ତାନରେ ଥିବା ହିନ୍ଦୁ ମାନଙ୍କୁ ଅତିଶୀଘ୍ର ଭାରତକୁ ଫେରାଇ ଆଣିବାକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିବା ସହିତ ପାକିସ୍ତାନରେ ଜଘନ୍ଯ ଭାବରେ ଅତ୍ୟାଚାରିତ ହୋଇ ନିରୁପାୟ ଥିବା ହିନ୍ଦୁ ମାନଙ୍କ ଦୁଖକୁ ହୃଦୟଙ୍ଗମ କରିବା ପାଇଁ ନିବେଦନ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ,ହୋଲିର ଦିନକ ପୂର୍ବରୁ ପାକିସ୍ତାନରେ ଦୁଇଜଣ ହିନ୍ଦୁ ନାବାଳିକାଙ୍କ ପ୍ରତି ଯେଉଁ ଅତ୍ୟାଚାର ହେଲା ତାହା ମତେ ଗଭୀର ଭାବରେ ବ୍ୟଥିତ କରିଛି। ଏଇ ଘଟଣା ବୟାନ କରୁଛି ଯେ,ପାକିସ୍ତାନରେ ହିନ୍ଦୁ ମାନେ ଭୟଙ୍କର ନୀର୍ୟ୍ୟାତନାର ଶିକାର ହୋଇ ନିରୁପାୟ ହୋଇ ବଞ୍ଚୁଛନ୍ତି। ସବୁଠାରୁ ବଡ କଥା ହେଉଛି ଯେ ହିନ୍ଦୁଙ୍କ ପ୍ରତି ଏଭଳି ଜଘନ୍ୟ ଅତ୍ୟାଚାରକୁ ପାକିସ୍ତାନ ସରକାର ପ୍ରୋସାହିତ କରୁଛି।ହେଲେ ଏଭଳି ପରିସ୍ଥିତିରେ ପାକିସ୍ତାନର ହିନ୍ଦୁ ମାନେ କଣ କରିବେ,କାହାକୁ ଦୁଖ ଜଣାଇବେ,କିଏ ତାଙ୍କପାଇଁ ସାହା ହେବ ତାହାହିଁ ଆଜିର ବଡ ପ୍ରଶ୍ନବାଚୀ। ଶ୍ରୀ କୁସୁମ ୧୯୪୭ ଭାରତ ବିଭାଜନକୁ ମନେପକାଇ ଆହୁରି ଦର୍ଶାଇଛନ୍ତି ଯେ,ବିଭାଜନ ପରେ ଭାରତରେ ପାଖାପାଖି ୨ କୋଟି ମୁସଲମାନ ରହିଯାଇଥିବା ବେଳେ, ପାକିସ୍ତାନରେ ପାଖାପାଖି ୧ କୋଟି ହିନ୍ଦୁ ରହିଯାଇଥିଲେ। ହେଲେ ବିଭାଜନର ୭୨ ବର୍ଷ ପରେ ଭାରତରେ ମୁସଲମାନ ମାନଙ୍କ ସଙ୍ଖ୍ୟା ୨ କୋଟିରୁ ୨୦ କୋଟିକୁ ପହଞ୍ଚିଥିବା ବେଳେ,ପାକିସ୍ତାନରେ ହାତଗଣତି ଆଉ କିଛି ହିନ୍ଦୁ ବଞ୍ଚିଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ଯେ ପାକିସ୍ତାନରେ ହିନ୍ଦୁମାନେ ଦୈନନ୍ଦିନ ଧର୍ମାନ୍ତରୀକରଣ ଓ ହତ୍ଯାର ଶିକାର ହେଉଥିବା ବେଳେ ହିନ୍ଦୁ ମା ଭଉଣୀ ମାନେ ବ୍ୟାପକ ମାତ୍ରାରେ ଅପହରଣ ଓ ଗଣବଳତ୍କାରର ଶିକାର ହେଉଛନ୍ତି। ଶ୍ରୀ କୁସୁମ ଆହୁରି ଦର୍ଶାଇଛନ୍ତି ଯେ,ବିଗତ ଦଶବର୍ଷ ମଧ୍ୟରେ ୫୫୯ ଜଣ ହିନ୍ଦୁ ନାବାଳିକା ଓ ୭୬୯ ଜଣ ହିନ୍ଦୁ ମହିଳା ଅପହରଣ ଓ ଗଣବଳତ୍କାରର ଶିକାର ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୨୭ ଜଣ ମୃତ୍ୟୁବରଣ କରିଛନ୍ତି। ବିଗତ ଦଶବର୍ଷ ମଧ୍ୟରେ ୮୭୬ ଜଣ ହିନ୍ଦୁ ହତ୍ୟାର ଶିକାର ହୋଇଥିବା ବେଳେ,୩୨୦୦୦ ରୁ ଉର୍ଦ୍ଧ ଧର୍ମାନ୍ତରୀକରଣ ହୋଇଛନ୍ତି। ତାସହିତ ୪୨୮ ରୁ ଉର୍ଦ୍ଧ ହିନ୍ଦୁ ପରିବାର ବାସହରା ହୋଇଛନ୍ତି। ତେଣୁ ପାକିସ୍ତାନରେ ଥିବା ହିନ୍ଦୁ ମାନଙ୍କ ଦୁଖକୁ ହୃଦୟଙ୍ଗମ କରି ତାଙ୍କୁ ଅତିଶୀଘ୍ର ଭାରତ ଫେରାଇ ଆଣିବା ଓ ତାଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରିବା ପାଇଁ ଭିଏଚପି କାର୍ୟ୍ୟକର୍ତ୍ତା ଶ୍ରୀ କୁସୁମ ତାଙ୍କ ପତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କୁ ନିବେଦନ କରିଛନ୍ତି।

0
0
0
s2sdefault