ହେଡଲାଇନସ୍:

ବିଜୁ ଜନତା ଦଳରୁ ମୁହଁ ଫେରାଇବେ ପ୍ରମୋଦ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା : ଟିକଟ ବଣ୍ଟନ ପରେ ସବୁ ଦଳରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବିଜୁ ଜନତା ଦଳରେ ଏହା ବି ଜୋର ଧରିଲାଣି | ବିଭିନ୍ନ ଜାଗାରେ ଦଳୀୟ ଅସନ୍ତୁଷ୍ଟ ମାନେ ବିଦ୍ରୋହୀ ଭାବେ ଅବତୀର୍ଣ ହେଉଥିବା ବେଳେ ଏବେ ସମ୍ବେଦନଶୀଳ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଅସନ୍ତୋଷର ପଦଧ୍ୱନି ଶୁଣିବାକୁ ମିଳିଛି | ଟିକେଟ ଦେବାରେ ଅବିଚାର କରାଯାଇଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରି ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭର ଅଧ୍ୟକ୍ଷ ପ୍ରମୋଦ ସାହୁ ଦଳଠାରୁ ଦୁରେଇ ରହିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି | ସେ ପାଟକୁରା ଆସନ ପାଇଁ ପ୍ରମୁଖ ଦାବିଦାର ଥିଲେ ଓ ନଚେତ ବୈଜୟନ୍ତଙ୍କ ବିରୋଧରେ ଲୋକସଭା ଲଢ଼ିବା ପାଇଁ ଇଛା ପ୍ରକାଶ କରିଥିଲେ | ହେଲେ ବୟସାଧିକ୍ୟ ସତ୍ତ୍ୱେ ପାଟକୁରା ଆସନରେ ବେଦପ୍ରକାଶ ଅଗ୍ରୱାଲଙ୍କୁ ଟିକଟ ପ୍ରଦାନ କରାଯାଇଥିବା ତଥା କେନ୍ଦ୍ରାପଡା ପରି ରାଜନୈତିକ ସମ୍ବେଦନଶୀଳ ଆସନରେ ଅନୁଭବ ମହାନ୍ତିଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଘଟଣାକୁ ନେଇ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି | ଜଣେ ଭଲ ସଂଗଠକ ଭାବେ ଜଣାଶୁଣା ପ୍ରମୋଦଙ୍କ ଜିଲ୍ଲା ବ୍ୟାପି ବିଭିନ୍ନ ସ୍ଥାନରେ ସଂଗଠନ ରହିଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସଂସ୍ଥା କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟି ମାଧ୍ୟମରେ ଲୋକସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଭିତରେ ବେଶ ପରିଚିତ | ଏବେ କେନ୍ଦ୍ରାପଡାରେ ରାଜନୀତି ଗୋଳିଆ ହୋଇଥିବା ତଥା ବିଜେଡିର ଲୋକମାନଙ୍କୁ ବୈଜୟନ୍ତ ଖେପା ପକାଇ ନିଜ ଆଡକୁ ଟାଣୁଥିବା ବେଳେ ପ୍ରମୋଦଙ୍କ ଏହି ଅସନ୍ତୋଷ ତାଙ୍କୁ ପରୋକ୍ଷରେ ବୈଜୟନ୍ତଙ୍କ ନିକଟବର୍ତ୍ତୀ ଯେ ନକରାଇବ ତାହା କିଏ କହିବା | 

0
0
0
s2sdefault