ହେଡଲାଇନସ୍:

ତିନିମାସ ହେବ ଦରମା ମିଳିନି, ହନ୍ତସନ୍ତ ହେଉଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର/Niroj mishra : 3 ମାସ ହେବ ମିଳିନାହିଁ ଦରମା । ଏପରିକି ବର୍ଦ୍ଧିତ ଦରମା ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇ ଦେଇଛି । ଏଭଳି ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହି କର୍ମଚାରୀମାନେ ମଙ୍ଗଳବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ  । ମିଳିଥିବା ସୂଚନା ମୁତାବକ, ମେଡିକାଲ କଲେଜ ହସ୍ପିଟାଲର ପରିଷ୍କାର ପରିଚ୍ଛନ୍ନ ଭଲି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଛନ୍ତି ଏହି କର୍ମଚାରୀ । କିନ୍ତୁ ଗତ ତିନି ମାସ ହେବ ସେମାନଙ୍କୁ ଦରମା ପ୍ରଦାନ କରାଯାଇ ନାହିଁ । ଏପରିକି ସେମାନଙ୍କ ବର୍ଦ୍ଧିତ ଦରମା ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇଥିବାରୁ ବାଧ୍ୟ ହୋଇ ଧାରଣା ଦେଇଥିବା କହିଛନ୍ତି କର୍ମଚାରୀମାନେ । ଏଥିରେ ହସ୍ପିଟାଲର ୪୦ ଜଣ କର୍ମଚାରୀ ସାମିଲ ଥିବା ଜଣାପଡିଛି ।କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦେବାରୁ ହସ୍ପିଟାଲର ପରିଚ୍ଛନ୍ନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ସେପଟେ ଦରମା ନ ମିଳିବା ଯାଏଁ  ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ଥିର କରିଛନ୍ତି ଏହି କର୍ମଚାରୀ । ତେବେ ସମସ୍ତେ ରୋଗୀ କଲ୍ୟାଣ ସମିତିରୁ ସେମାନଙ୍କୁ ଦରମା ଦିଆଯାଉଥିଲା । କେଉଁ ପରିସ୍ଥିତିରେ ଏହି ସମସ୍ୟା ଉପୁଜିଛି, ସେ ନେଇ ଉଚ୍ଚ କର୍ତ୍ତୃପକ୍ଷ ତଥା ସିଡିଏମଓ ସହିତ ଆଲୋଚନା କରାଯିବ ବୋଲି ମେଡିକାଲ କଲେଜ ହସପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।  

 

0
0
0
s2sdefault