ହେଡଲାଇନସ୍:

 ୫୭ଟି ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ ଓ ୭୮୩ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କାଳିଆ ଯୋଜନାର ଚାଷୀ ଓ ଯୁବ ସମାବେଶ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଗାରାବନ୍ଧ ଗ୍ରାମର ପୋଲିସ ଷ୍ଟେସନ ନିକଟସ୍ଥ ବିରାଟ ପଡିଆ ଠାରେ ଆୟୋଜିତ କାଳିଆ ଯୋଜନାର ଚାଷୀ ଓ ଯୁବ ସମାବେଶରେ ଯୋଗଦେଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଲୋକାର୍ପଣ କରିବା ସହ ବିଭିନ୍ନ ଉନ୍ନୟନମୁଳକ  ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ସ୍ଥଳରେ ପହଞ୍ଚିବା ପୂର୍ବରୁ ସେଠାରେ ଦୁଇଟି ଫଳକରେ ଗଜପତି ଜିଲ୍ଲାର ୭ଗୋଟି ବ୍ଲକ ସମେତ ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ବିଜ୍ଞାପିତ ପରିଷଦ ପାଇଁ ସବୁ ବର୍ଗର ଓ ସମସ୍ତ ଦିଗକୁ ଦୃଷ୍ଟି ଦେଇ ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ଜିଲ୍ଲା ବ୍ୟାପୀ ୪୮କୋଟି ୮୪ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ୫୭ଗୋଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଲୋକାର୍ପଣ କରିଥିଲେ । ସେହି ଭଳି ଅନ୍ୟ ଏକ ଫଳକରେ ଜିଲ୍ଲା ବ୍ୟାପି ମୋଟ ୫୮୨ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୭୮୩ ଗୋଟି ଉନ୍ନୟନମୁଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ତଥା ଶିଳାନ୍ୟାସ କରିଥିଲେ । ସେହିଭଳି ମୋଟ ୬୩୧କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏବଂ ହେବାକୁ ଥିବା ୮୪୦ଗୋଟି ପ୍ରକଳ୍ପ ପାଇଁ ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ ।

ଏହି ଗୁଡିକମଧ୍ୟରେ ମୁଖ୍ୟତଃ କାଶୀନଗର ସାରା ଗ୍ରାମର ମେଗାଲିଫ୍‍ଟ ପ୍ରକଳ୍ପ , ଖସଡାରେ କେ.ଭି ଲାଇନ ସବ୍‍ଷ୍ଟେସନ, ଲିଙ୍ଗିପରୁରେ ଆଦର୍ଶସ୍କୁଲ କୋଠା, ହରଭଙ୍ଗୀ ଜଳ ଭଣ୍ଡାରରେ ବିଦ୍ୟୁତ ପ୍ରକଳ୍ପ, କାଶୀନଗର ଓ ଗୁମ୍ମା ଠାରେ ଜଳ ଯୋଗାଣ ପ୍ରକ୍ରିୟା ପ୍ରଭୃତି ମୁଖ୍ୟ ପ୍ରକଳ୍ପ ଗୁଡିକ ରହିଛି ।

ପରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ଚାଷୀ ଓ ଯୁବ ସମାବେଶରେ ଯୋଗ ଦେଇ ଗଜପତି ଜିଲ୍ଲା ପାଇଁ ମୋଟ ୬୩୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ୫୭ଟି ପ୍ରକଳ୍ପ ଲୋକାର୍ପଣ ଏବଂ ୭୮୩ଗୋଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା କହି ଏଥିରେ ସମସ୍ତେ ଖୁସି ତ- ମୁଁ ବି ବହୁତ ଖୁସି କହି ନିର୍ମାଣ ହେବାକୁ ଥିବା ପ୍ରକଳ୍ପରେ ସ୍ୱଚ୍ଛତା ରଖି ତୁରନ୍ତ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରି କାର୍ଯ୍ୟକ୍ଷମ କରିବାକୁ କହିଥିଲେ ।

ଅନ୍ୟପକ୍ଷରେ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାଳିଆ ଯୋଜନା ଏକ ଲୋକପ୍ରିୟ ଯୋଜନା , ଯାହାକୁ କି ଆଜି ସାରା ଦେଶରେ ଅନୁକରଣ କରିବାରେ ଲାଗିଛି । କାଳିଆ ଯୋଜନା ଓଡିଆ ଜାତି ଓ ଚାଷୀକୁଳକୁ ମହାନ କରିଛି । ଏହି କାଳିଆ ଯୋଜନାରେ କ୍ଷୁଦ୍ର ଚାଷୀ, ଭୁମୀହୀନ ଚାଷୀ ଓ କୃଷି ଶ୍ରମିକ ମାନଙ୍କ ପାଇଁ ଅନେକ ସୁବିଧା ରହିଛି । ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ । କାଳିଆ ଯୋଜନାରେ ୩୦ଲକ୍ଷ ଚାଷୀ ସାମିଲ ହୋଇଥିବା ବେଳେ ଏଥିରେ ୧୦ ଲକ୍ଷ ଚାଷୀ ସାମିଲ କରାଯିବ ବୋଲି କହି ଚାଷୀଙ୍କୁ ଦିଆଯାଉଥିବା ଟଙ୍କା ଫେରସ୍ତ ହେବ ନାହିଁ । କୃଷକ ମାନେ ଏହା କୃଷିକାର୍ଯ୍ୟରେ ଲଗାଇ ଉପକୃତ ହେବେ ବୋଲି କହିଥିଲେ । ମିଶନ ଶକ୍ତି କ୍ଷେତ୍ରରେ ମହିଳା ନେତୃତ୍ୱକୁ ଓଡିଶା ଏକ ନୁଆ ବାଟ ଦେଖାଇପାରିଛି । ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ୩୩ ଶତକଡା ସ୍ଥାନ ସଂରକ୍ଷଣ କରିବାକୁ କେନ୍ଦ୍ର ଠାରେ ଦାବୀ ରଖାଯାଇଛି ।

ସେହିଭଳି ଜଙ୍ଗଲଜମିରେ  ଆଦିବାସୀମାନଙ୍କ ହକ୍‍ ରହିଛି । ସମସ୍ତ ଆଦିବାସୀଙ୍କୁ ଏହି ଜଙ୍ଗଲ ଜମିପଟା ଦିଆଯିବାକୁ କେନ୍ଦ୍ର ଠାରେ ଦାବୀ କରାଯାଇଛି କହି ରାଜ୍ୟ ସରକାର ସମସ୍ତ ବର୍ଗର ଏବଂ ସମସ୍ତ ଅଞ୍ଚଳରେ ବିକାଶ ପାଇଁ ଅହରମ ଉଦ୍ୟମ କରି ଆସୁଛିଓ କରୁଛି ବୋଲି କହିଥିଲେ । ମଞ୍ଚାସୀନ ଚାଷୀ ଅନୁଭୁତି ବଖାଣିଥିଲେ । ଡିଆଇଜି ଯତିନ୍ଦ୍ର କୋୟଲ, ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରାହ ଶର୍ମା, ପୂର୍ବତନ ମନ୍ତ୍ରୀ ଡ. ପ୍ରଦୀପ ପାଣିଗ୍ରାହୀ, ସାଂସଦ ଡ. ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପୂର୍ବତନ ପାରଳା ବିଧାୟକ କେ.ନାରାୟଣ ଓ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ପି.କ୍ରିଷ୍ଣା, ନୃସିଂହ ଚରଣ ପଟ୍ଟନାୟକ, ଜମିଦାର ପଟ୍ଟନାୟକ, ଯୁବରାଣୀ କଲ୍ୟାଣୀ ଦେବୀ ଗଜପତି , ବସନ୍ତ ଦାସଉପସ୍ଥିତ ଥିଲେ ।

0
0
0
s2sdefault