ହେଡଲାଇନସ୍:

ସହୀଦଙ୍କ ପାଇଁ ମୁସଲିମ ସମାଜର ବିଶାଳ ଶୋଭାଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ କୁମାର ପୁରୋହିତ) ; ପୁଲୱାମା ଆତଙ୍କବାଦୀ ଘଟଣାରେ ପାକିସ୍ଥାନର ହାତ ରହିଛି । ଏହାକୁ ଆମେ ବରଦାସ୍ତ କରିବୁନାହିଁ । ଆତଙ୍କବାଦର କୌଣସି ଜାତି ନାହିଁ । ଆମେ ସେମାନଙ୍କୁ ତୀବ୍ର ବିରୋଧ କରୁଛୁ । ଏହା ଉପରେ ସରକାର କଡା କାର୍ଯ୍ୟାନୁଷ୍ଠାନ କରିବା ଦରକାର ବୋଲି ଏହାର ତୀବ୍ର ନିନ୍ଦା କରିଥିଲେ ଖରିଆରରୋଡ ମୁସଲିମ ସମାଜ କର୍ମକର୍ତ୍ତା ସମୂହ ।ମଙ୍ଗଳବାର ସନ୍ଧ୍ୟାରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରି ଶହୀଦଙ୍କୁ ଶ୍ରଦ୍ଧାଞଳୀ ଜଣାଇ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ଅବସରରେ ଏହା କହିଛନ୍ତି । ମୁସଲିମ ସମାଜର ମହମ୍ମଦ ଜୁନେଦ, ମହମ୍ମଦ ଇଳାବଲ, ଅମାନୁଲ୍ଲା ଖାନଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା, ଶିଶୁ ଶୋଭାଯାତ୍ରାରେ ବାହାରିଥିଲେ । ସ୍ଥାନୀୟ ସାହୁ ଭବନଠାରୁ ସନ୍ଧ୍ୟା ୭ଟାରେ ବାହାରିଥିବା ଶୋଭାଯାତ୍ରା ରାତି ୮ଟାବେଳେ ଷ୍ଟେସନ ରୋଡ ଠାରେ ପହଂଚିଥିଲା । ବାଟରେ ଡାଗା ଚୌକଠାରେ ଶିଖ ସମାଜ, ଅଗ୍ରୱାଲ ସମାଜର ବରିଷ୍ଠ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଶହୀଦଙ୍କ ଅମର ଆତ୍ମାର ସଦଗତି ସକାଶେ ନୀରବ ପ୍ରାର୍ଥନା ହୋଇଥିଲା  । ଏଥିରେ ହଲିଫା ଭାଇ, ମହମ୍ମଦ ସଲିମଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ହାଲ୍ଲା ସିଂ, ଶେଖର ଜୈନ, ରମେଶ ଅଗ୍ରୱାଲ, ସୁକଦେବ ତିୱାରୀ, ମହମ୍ମଦ ରିଜୱାନ ବାବା ଖାନ, ଇସମୁଲ ଖାନ ପ୍ରମୁଖ ଯୋଗ ଦେଇଥିଲେ । 

 

 

 

 

0
0
0
s2sdefault