ହେଡଲାଇନସ୍:

ଆଗେ ମାଟି, ତାର ପରେ ରାଜନୀତି :  କ୍ୟାନସର ହସ୍ପିଟାଲ ଦାବିରେ ଏକାଠି ହେଲେ ସବୁ ରାଜନୈତିକ ଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼/ଶାସକପ୍ରଶାସକ: ବରଗଡ଼ ଜିଲ୍ଲାରେ କ୍ୟାନସର୍‌ ହସପିଟାଲ ଦାବିରେ ଚକାଜାମ୍‌ । ୟୁନାଇଟେଡ୍‌ ଫୋରମ୍‌ ତରଫରୁ ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିରେ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ଦଳ ସାମିଲ ହୋଇଛନ୍ତି । ବରାହଗୋଡ଼ା ଟୋଲ୍‌ଗେଟ୍‌ ଠାରେ ଏହି ୫ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ ହୋଇଛି । ଏହାର ପ୍ରଭାବ ଯାନବାହନ ଚଳାଚଳ ବନ୍ଦ ରହିଛି । ମାଲବାହୀ ଗାଡ଼ି ସମେତ ଯାତ୍ରୀବାହୀ ଗାଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି । ଫଳରେ ଯାତ୍ରୀମାନେ ହଇରାଣ ହୋଇଛନ୍ତି । ବରଗଡ଼ରେ ଅଧିକ ସଂଖ୍ୟକ କର୍କଟ ରୋଗୀ ରହିଛନ୍ତି ଏହା ସହିତ ପଶ୍ଚିମ ଓଡ଼ିଶାରେ କ୍ୟାନସର ହସପିଟାଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଦିନରୁ ଏଥିପାଇଁ ଦାବି ହୋଇ ଆସୁଛି ।

0
0
0
s2sdefault