ହେଡଲାଇନସ୍:

ସ୍ଥାୟୀ ଜମିପଟ୍ଟା ଦାବିରେ ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼/ଶାସକପ୍ରଶାସକ

ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ବରଗଡ଼ ସହର ସମେତ ଆଖପାଖ ଗ୍ରାମର ହଜାର ହଜାର ଭୂମିହୀନ ମହିଳା ଓ ପୁରୁଷ ନିଜ ପିଲାଛୁଆଙ୍କୁ ଧରି ସ୍ଥାନୀୟ ଗଣେଶରାମ ଭବନରେ ସମବେତ ହୋଇଥିଲେ। ସ୍ଥାୟୀ ଜମିପଟ୍ଟା ଦାବି ନେଇ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସେଠାରୁ ଏକ ବିଶାଳ ରାଲିରେ ଜିଲାପାଳ ଅଫିସ ଅଭିମୁଖେ ଆସିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ପୋଲିସ ଜିଲାପାଳ ଅଫିସ ମୁଖ୍ୟଫାଟକ ବନ୍ଦ କରି ଦେଇଥିଲା। ଫଳରେ ଭୂମିହୀନମାନେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତିର ରମେଶ ମହାପାତ୍ର, ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର, ପବିତ୍ର ଦେହେରୀ ପ୍ରମୁଖ ଏହାର ନେତୃତ୍ୱ ନେଉଥିବାବେଳେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ସେଠାକୁ ପହଞ୍ଚି ଉଦବୋଧନ ଦେଇଥିଲେ। ସେହିପରି ସ୍ଥାନୀୟ ବୀର ବୀର୍ସାମୁଣ୍ଡା ସଂଘର୍ଷ ବାହିନୀ, ଡକ୍ଟର ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ସମେତ ବିଭିନ୍ନ ଦଳିତ ଓ ଭିନ୍ନକ୍ଷମ ସଂଗଠନ ଏଥିରେ ସାମିଲ ହୋଇଛନ୍ତି।

0
0
0
s2sdefault