ହେଡଲାଇନସ୍:

କୁରୁଲ ହାଇସ୍କୁଲକୁ ଇନର୍ ହ୍ୱିଲ କ୍ଲବ ପକ୍ଷରୁ ଆର.ଓ ୱାଟର ପ୍ୟୁରିଫାୟାର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର( ନିରୋଜ ମିଶ୍ର ) ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ରାମଜୀ ଉଚ୍ଚ ବିଦ୍ୟାଳୟକୁ ଇନର ହ୍ୱିଲ କ୍ଲବ  ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଆର.ଓ ୱାଟର ପ୍ୟୁରିଫାୟାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଇ.ଡବ୍ଲୁ ଚେୟାରମେନ କ୍ରୀଷ୍ଣା ମହାନ୍ତି, କ୍ଲବ ସଭାପତି ଖୁସୀ ଜୈନ, ସମ୍ପାଦିକା ସ୍ୱିଟୀ ଅଗ୍ରୱାଲ, ମୀରା ଅଗ୍ରୱାଲ, ସୁନୀତା ବଂଶଲ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ଆଇ.ଡବ୍ଲୁ ଚେୟାରମେନ କ୍ରୀଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ସହ ଶିକ୍ଷା ଜଡିତ ବୋଲି କହିବା ସହ ଆଗାମୀ ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାଳୟର ସୁନାମ ରଖିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବାସନ୍ତି ସାହୁ । 

 

0
0
0
s2sdefault