ହେଡଲାଇନସ୍:

 ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଆନୁକୂଲ୍ୟ  ଆମ ରୋଷେଇ ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଆନୁକୂଲ୍ୟରେ  ରାଷ୍ଟ୍ରିୟ ମୁକ୍ତ ବିଦ୍ୟାଳୟ ଅଧିନରେ ଡିଏଲ.ଇଡି.ସିପି ତାଲିମ ନେଉଥିବା ଅଣତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବର୍ଣ୍ଣାଢ୍ୟ ଶୃଙ୍ଖଳିତ ଆମ ରୋଷେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ମୁର୍ମୁଙ୍କୁ ସଭାପତିତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୁପେ ସେବା ନିବୃତ ରାଜ୍ୟପାଳ ପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇଥିଲେ । ଏକ ସୁସ୍ଥ , ସୁନ୍ଦର ଓ ସ୍ମରଣୀୟ ସମାଜ ଗଠନ କରିବାକୁ ହେଲେ ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ଭୁମିକା ଯଥେଷ୍ଟ ରହିବା ଆବଶ୍ୟକ । କେବଳ ଶିକ୍ଷାଦାନ ଯଥେଷ୍ଟ ନୁହେଁ । ତତ୍‍ସହିତ ଛାତ୍ରଛାତ୍ରୀଙ୍କ ପବିତ୍ର ପରମ୍ପରାକୁ ଅନୁଧ୍ୟାନ ଏବଂ ଖେଳକୁଦ ଗୀତ , ନୃତ୍ୟ ଅଭିନୟ ଶିକ୍ଷା ସାଙ୍ଗକୁ ସୁରୁଚି ଖାଦ୍ୟ ପ୍ରସ୍ତୁତି ଶିକ୍ଷା ମଧ୍ୟ ଆବଶ୍ୟକ । କମ୍‍ ଖର୍ଚ୍ଚରେ ପୁଷ୍ଟିକର ରନ୍ଧନ ପ୍ରସ୍ତୁତି ଶାରିରୀକ ସୁସ୍ଥ ଆଣିଥାଏ ବୋଲି ଅତିଥି ମାନେ କହିଥିଲେ । ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ପ୍ରଶିକ୍ଷକ, ପ୍ରଶିକ୍ଷିକା ମାନେ ନିଜେ ନିଜେ କୋଡିଏ ଦଳରେ ୨୦୦ଜଣ ଅଂଶ ଗ୍ରହଣ କରି ସୁରୁଚିପୂର୍ଣ୍ଣ ଖାଦ୍ୟ ସାମଗ୍ରୀ( ରନ୍ଧନ ପରିବେଷଣ)ଖାଦ୍ୟମେଳାରେ ପ୍ରଦର୍ଶନ କରିଥିଲେ । ମୁକ୍ତ ବିଦ୍ୟାଳୟର ସଂଯୋଜିକା ସୁଚିସ୍ମିତା ବଳ, ମମତା ଜେନା, ଧର୍ମରାଜ ପାତ୍ର, ପ୍ରଫୁଲ ପାଣିଗ୍ରାହୀ, ମନୋଜ ଗମାଙ୍ଗ, ପ୍ରସାଦ ନାୟକ , ସନ୍ତୋଷି ଦେବୀ ପ୍ରଭୃତି କାର୍ଯ୍ୟକ୍ରମ ସୁପରିଚାଳନା କରି ଏକ ଅନ୍ୟାନ୍ୟ ଆକର୍ଷଣ ସୃଷ୍ଟି କରିପାରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷାର୍ଥୀ ସୁବର୍ଣ୍ଣ କୁମାର ପାତ୍ର, ନରସିଂହ ପ୍ରଧାନ , ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ନିତ୍ୟାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜର ସମସ୍ତ ନିୟମିତ ଶିକ୍ଷାର୍ଥୀ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ । 

0
0
0
s2sdefault