ହେଡଲାଇନସ୍:

ନିର୍ଯ୍ୟାତିତ ଆଦିବାସୀ ହରିଜନଙ୍କୁ ଶିଘ୍ର ନ୍ୟାୟ ମିଳୁ- ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ଆଦିବାସୀ ହରିଜନ ନିର୍ଯ୍ୟାତନା ନିବାରଣ ବୈଠକ

ବଲାଙ୍ଗିର(ନିରୋଜ ମିଶ୍ର) ସମାଜରେ ସାଧାରଣ ବର୍ଗଙ୍କ ସହିତ ସମସ୍କନ୍ଦ ହେବା ପାଇଁ ଆଦିବାସୀଙ୍କ ପାଇଁ ଅନେକ ଯୋଜନା ଅଛି । ଯେତେବେଳେ ସମାନେ କୌଣସି  ଜାଗାରେ ନିର୍ଯ୍ୟାତିତ ହେଉଛି, ତାଙ୍କର ନ୍ୟାୟ ପାଇଁ ଉଠୁଥିବା ସ୍ୱରକୁ ଦବେଇ ଦିଆଯାଉଛି ସେତେବେଳେ ସମାଜରେ ସାମାଜିକ ନ୍ୟାୟ ଅସନ୍ତୁଳିତ ହେବା ଭୟ ଅଛି । ତେଣୁ ଯେତେବେଳେ ଏହି ବର୍ଗର ଲୋକେ କୌଣସି  ପ୍ରକାରେ ନିର୍ଯ୍ୟାତିତ ହେଉଛନ୍ତି ପ୍ରଶାସନ ସେ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର । ତାଙ୍କର ଅଭିଯୋଗ ଗ୍ରହଣ କରିବା ସହିତ ଅନୁସନ୍ଧାନ କରି ଯେତେଶିଘ୍ର ହେବ ଆଦିବାସୀ ହରିଜନମାନଙ୍କୁ ନ୍ୟାୟ ପ୍ରଦାନ କରିବା ଉଚିତ ବୋଲି ଆଜିି ଜିଲ୍ଲା ଆଦିିବାସୀ ହରିଜନ ନିର୍ଯ୍ୟାତନା ନିବାରଣ ବୈଠକରେ ଯୋଗ ଦେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା  ନରସିଂହ ମିଶ୍ର ମତ ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଆଦିବାସୀ ହରିଜନ ନିର୍ଯ୍ୟାତନ ରୋକିବାରେ ପୋଲିସ ପ୍ରଶାସନ ପ୍ରମୁଖ ଭୂମିକା ଅଛି । ତେଣୁ ଏହି ବିଭାଗର ମୁଖ୍ୟ ବିଶେଷ ସମ୍ବେଦନଶୀଳ ହେବା ଦରକାର । ବୈଠକରେ ବିଭାଗ ମୁଖ୍ୟଙ୍କ ଜାଗାରେ ଯଦି ଅନ୍ୟ ଅଧିକାରୀ ପ୍ରତିନିଧିତ୍ୱ କରୁଛନ୍ତି ତେବେ ନିଷ୍ପତ୍ତି ନେବା କ୍ଷମାତା ତାଙ୍କର ରହିବା ଦରକାର ଶ୍ରୀମିଶ୍ର କହିଛନ୍ତି । ଜିଲ୍ଲାପାଳ ଅରନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ କମିଟିର ସଭ୍ୟଥିବା ବିଧାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ଆଦିବାସୀ ହରିଜନ ସଂପ୍ରଦାୟକ ପ୍ରତିନିଧିତ୍ୱ କରୁଥିବା ସଭ୍ୟ ସତ୍ୟନାରାୟଣ ଭୋଇ, ସତ୍ୟାନନ୍ଦ ସୁନା, ବ୍ରଜ କିଶୋର ସିଂଭୋଇ, ଓମ୍ ପ୍ରକାଶ ବିଶ୍ୱାଲଙ୍କ ସମେତ ଅନ୍ୟାନ୍ୟ ଆଦିବାସୀ ପ୍ରତିନିଧି ଯୋଗଦେଇଥିଲେ । ବୈଠକରେ ଗତ ସଭାର ବିବରଣୀକୁ ଗୃହିତ କରିବା ସହ ଆଦିବାସୀ ନିର୍ଯ୍ୟାତିତ ଲୋକଙ୍କ ପାଇଁ ଆସିିଥିବା  ସହଯୋଗ ରାଶିର ବିବରଣୀ ଉପସ୍ଥିତ ଥିବା ପୋଲିସ ଅଧିକାରୀ ପ୍ରଦାନ କରିଥିଲେ । ଆଦିବାସୀ ନିର୍ଯ୍ୟାତନା ବିରୁଦ୍ଧରେ ଦଣ୍ଡ ପ୍ରଦାନର ହାର ବହୁ ନଗନ୍ୟ ଥିବାରୁ ଗୃହରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏପରି କି ଏହି ସବୁ ଅପରାଧ ସମୟର ସାକ୍ଷ୍ୟ ପ୍ରମାଣ ପ୍ରଦାନ କରୁଥିବା ଲୋକଙ୍କୁ ଅଧିକାରୀମାନଙ୍କ ଦ୍ୱାରା ସୁରକ୍ଷା ପ୍ରଦାନରେ ଅବହେଳା କରାଯାଉଥିବାରୁ ବହୁ ସମୟରେ ସାକ୍ଷ୍ୟ ପ୍ରଦାନ କରିଥିବା ଲୋକ ନିଜ ମତ ବଦଳାଇ ଦେଉଥିବାରୁ ସଭ୍ୟମାନେ ଚିନ୍ତା ପ୍ରକଟ କରିଥିଲେ । ଥାନାମାନଙ୍କରେ ହରିଜନ ଆଦିବାସୀ ସହାୟତା କେନ୍ଦ୍ର ନ ଥିବାରୁ ଲୋକେ ହଇରାଣ ହେଉଥିବା ଆଲୋଚନା ହୋଇଥିଲା । ସର୍ଗିପାଲି ଗଣଧର୍ଷନ ମାମଲାରେ ପିଡିତା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ରାଶି ପାଇ ନ ଥିବାରୁ ବିଧାୟକ ଶ୍ରୀ ମିଶ୍ର ଉଦ୍ବେଗ ପ୍ରକାଶ କରିଥିଲେ । ଘଟଣାରେ ସତ୍ୟତା ଥିବା ତତ୍ତେ୍ୱ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ·ର୍ଜସିଟ ହୋଇପାରୁନଥିବାରୁ ପିଡିତା କୌଣସି  ପ୍ରକାର ଆର୍ଥିକ ସାହଯ୍ୟ ପାଉନଥିବାରୁ ଏହା ଉପରେ ଆଇନଗତ ତର୍ଜମା କରାଯିବାର ଉଚିତ ବୋଲି ମତପ୍ରକାଶ ପାଇଥିଲା । ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଆଦିବାସୀ ନେତା ସତ୍ୟାନନ୍ଦ ସୁନା, ବ୍ରଜ କିଶୋର ସିଂଭୋଇ, ସତ୍ୟନାରାୟଣ ଭୋଇ ପ୍ରମୁଖ ସର୍ଗିପାଲି ପିଡିତାଙ୍କୁ ଶତପ୍ରତିଶତ ଆର୍ଥିକ ସାହାଯ୍ୟ ମିଳିଯିବା ଉଚିତ ବୋଲି ମତ ଦେଇଥିଲେ । ଅନେକ ସମୟରେ ପ୍ରଶାସନିକ ଅବହେଳା ଯୋଗୁଁ ଆଦିବାସୀ ହରିଜନଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ହୋଇପାରୁନାହିଁ । ଏପରିକି ଅଭିଯୁକ୍ତ ସରକାରୀ ଦରମା ନେଉଥିବା ବେଳେ ଅନୁସନ୍ଧାନକାରୀ ବିଭାଗ ଅଭିଯୁକ୍ତକୁ ଫେରାର ଦର୍ଶାଉଛି । ତେଣୁ ଏହାକୁ ନେଇ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିବା ସହ ଏହା ଉପରେ  ପୋଲିସ ପ୍ରଶାସନ ଶିଘ୍ର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁ ବୋଲି ମତପ୍ରକାଶ ପାଇଥିଲା । ଭୂମିହୀନ ଆଦିବାସୀ ହରିଜନଙ୍କ ଥଇଥାନ ପାଇଁ ଶିଘ୍ର ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି ଉଠିଥିଲା । କିଛି ଜାଗାରେ ପଟ୍ଟା ପ୍ରଦାନ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଯାଇ ଜମି ଚିହ୍ନଟ ନ କରୁଥିବାରୁ ଲୋକେ ସେ ଜମି  ପାଇ ପାରୁନଥିବା ସଭ୍ୟମାନେ ଅଭିଯୋଗ କରିଥିଲେ । ସଭା ଶେଷରେ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ପୁର୍ଣ୍ଣ୍ୟ ତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଏହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଧନ୍ୟବାଦ ଦେଇ ବୈଠକ ଶେଷ ଘୋଷଣା କରିଥିଲେ ।

 

0
0
0
s2sdefault