ହେଡଲାଇନସ୍:

ବିକାଶ ହୁଡ଼ିଛି ବାଟ : ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଦଣ୍ଡାମୁଣ୍ଡା ଗାଁର ଗର୍ଭବତୀ ଝୁନିତା ନାଏକଙ୍କ ଗର୍ଭ ଯନ୍ତ୍ରଣାରେ ୨ କି.ମି ଛଟପଟ ହୋଇ ଚାଲିଲେ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ଗ୍ରାମ ପଞ୍ଚାୟତ ର ଅନେକ ଗାଁକୁ ନିତି ଦିନିଆ ଯାତାୟତ ପାଇଁ ରାସ୍ତା ନ ଥିବାରୁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ଆଣ୍ଠେଇ ପେଟେଇ ହେଇ ଗାଁ କୁ ଯାଆନ୍ତି ଭୋଟ ମାଗିବା ପାଇଁ | କିନ୍ତୁ ତାଙ୍କ ଆଖିରେ ଦିସେ ନାହିଁ ଗାଁର ସମସ୍ୟା, ଭୋଟ ପାଇଲା ପରେ ଦେଖା ମିଳେନାହିଁ ନେତାଙ୍କର | ଗ୍ରାମବାସି ବାରମ୍ବାର ଗୁହାରି କରିବା ସହ ସରକାର ଙ୍କୁ ଲିଖିତ ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ ଚୁପ୍ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଲା ଭଳି | ପକ୍କା ରାସ୍ତା ତ ସାତ ସପନ, ମୁରୁମ୍ ରାସ୍ତା ମଧ୍ୟ ନାହିଁ। ଗର୍ଭବତୀ ହଉ କି ରୋଗୀ ଓ ସାଧାରଣ କେତେବେଳେ ଖଟିଆରେ ତ କେତେବେଳେ ଭାରରେ ବୁହା ହେଉଛନ୍ତି। ଗତକାଲି କୋଡ଼ିପାରି ପଞ୍ଚାୟତ ଦଣ୍ଡାମୁଣ୍ଡା ଗାଁ ର ଝୁନିତା ନାଏକ (୩୫) ସ୍ବାମୀ ଡିତେନ୍ଦ୍ର ନାଏକ ପତ୍ନୀ ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ | ଗାଡ଼ି ଆସି ଅଧା ବାଟରେ ଗାଁ କୁ ରାସ୍ତା ନ ଥିବାରୁ ଅଟକି ଯାଇଥିଲା। କେବେ ଜନସାଧାରଣ ସୁବିଧା ପାଇବେ ଆଉ କେତେ ବର୍ଷ ପରେ ଗାଁ କୁ ରାସ୍ତା ହବ ବୋଲି ଅଞ୍ଚଳବାସୀ ଓ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଙ୍କି ମାରିବା ସହ ଜନତା ସାଧାରଣ ରେ ଦାବୀ କରିଛନ୍ତି।

0
0
0
s2sdefault