ହେଡଲାଇନସ୍:

ମାନବିକତା ଦେଖାଇଲେ ପଦ୍ମପୁର ଥାନା ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ଭେଉଁରିଆ ଛକ ଠାରେ ଜନୈକ ମହିଳା ତାର ସାତ ମାସର ଶିଶୁକୁ ଅନ୍ୟ ଜଣେ ମହିଳାକୁ ସହଯୋଗ ସ୍ୱରୂପ କାଖେଇବାକୁ କହି ପାଣି ପିଇବା ଆଳରେ କୁଆଡେ ଚାଲି ଯାଇଥିଲା। ପ୍ରଚଣ୍ଡ ଗରମ ସମୟରେ ଦୀର୍ଘ ସମୟ ନ ଫେରିବାରୁ କାଖେଇଥିବା ମହିଳା ଜଣକ ଚିନ୍ତା କରୁଥିଲେ। ଘଟଣାଟି ସମସ୍ତେ ଜାଣିବା ପରେ ଭିଡ଼ ଜମି ଥିଲା। ଉକ୍ତ ସମୟରେ ପଦ୍ମପୁର ଥାନା ଅଧିକାରୀ ମମତା ନାଏକ କୌଣସି କାମରେ ଯାଉଥିବା ବେଳେ ଭିଡ଼ ପ୍ରତି ନଜର ପଡିଥିଲା। ଘଟଣା ସ୍ଥଳକୁ ଆସି ତୁରନ୍ତ ମାଆକୁ ଖୋଜିବାକୁ ସହକର୍ମୀକୁ ନିୟୋଜିତ କଲେ। ସୌଭାଗ୍ୟ ବଶତଃ ବହୁ କଷ୍ଟରେ ମହିଳା ଜଣକୁ ପାଇଲେ। ଥାନାକୁ ଆଣି ତାର ଖାଦ୍ୟ, ପାନୀୟ ବ୍ୟବସ୍ଥା କରି ଆଶ୍ଵସ୍ଥ ହେଲା ପରେ ଜଣାଗଲା ଯେ, ମହିଳା ଜଣକ ଝାରବନ୍ଧ ଥାନା ଡଭା ଗ୍ରାମର ଜ୍ୟୋତ୍ସ୍ନା ସତନାମୀ। ଖରା ସମୟ ଅତିବାହିତ ହେବା ପରେ ଥାନା ଅଧିକାରୀ ଝାରବନ୍ଧ ବସରେ ପଠାଇ ଥିଲେ। ସନ୍ଧ୍ୟାରେ ଝାରବନ୍ଧ ଛକରେ ଏକାକୀ ଦେଖି ସାମାଜିକ କର୍ମୀ ଗୋବିନ୍ଦ ପଟେଲ ଏକ ଗାଡିର ବ୍ୟବସ୍ଥା କରି ଡଭା ପଠାଇ ଥିଲେ।

0
0
0
s2sdefault