ହେଡଲାଇନସ୍:

ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

* ଝରଣା ପାଣି ଭରସାରେ ଅଞ୍ଚଳବାସୀ
* ୫ ବର୍ଷର ବିକାଶର ହିସାବ ମାଗୁଛନ୍ତି ଭୋଟର

ଲାଞ୍ଜିଗଡ:  ଯୋଜନା ପରେ ଯୋଜନା.ପାଣି ଭଳି ଖର୍ଚ୍ଚ ହେଉଛିକୋଟି କୋଟି ଟଙ୍କା ହେଲେ ସୁଧୁରି ପାରୁନି ଦୁର୍ଗମ ଅଞ୍ଚଳର ଆଦିବାସୀ ଇଲାକା। ଭୋଟ ହାତେଇବା ପାଇଁ ନେତାଙ୍କ ଗଦା ଗଦା ପ୍ରତିଶୃତି। ବିକାଶର ସ୍ବପ୍ନ ଦେଖାଇ ସରଳ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇବା ସାଧାରଣ ନିର୍ବାଚନରେ ପଡ଼ିପାରେ କି ମହଙ୍ଗା। ଏବେ ଆସିଛି ସାଧାରଣ ନିର୍ବାଚନ ପାଞ୍ଚ ବର୍ଷର ବିକାଶର ହିସାବ ମାଗୁଛନ୍ତି ଭୋଟର‌। ଯେଉଁ ଗାଁକୁ ଗଲେ ଭୋଟରଙ୍କ ପ୍ରଶ୍ନ ବାଣରେ ଘାଇଲା ହେଉଛନ୍ତି ନେତା। ଏଭଳି ବିକାଶର ସ୍ୱାଦ ନ'ଚାଖିଥିବା ଅଞ୍ଚଳ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତ। ଏହି ପଞ୍ଚାୟତରେ ରହିଛି ୧୧ ଗୋଟି ୱାର୍ଡ ଓ ୨୭ ଗୋଟି ଗାଁ ହେଲେ ସ୍ୱାଧୀନତାର ଦିର୍ଘ ଦଶନ୍ଧି ପରେ ମଧ୍ୟ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ। ପଞ୍ଚାୟତର ୨୭ ଗୋଟି ଗାଁ ମଧ୍ୟରୁ କୁନାକାଡୁ,ପାଳବେରି,ତାଡିଝୋଲା, ଅମଠାପଦର,କାଶୀବଣ୍ଡେଲ, ଗନ୍ଧନୀ, ଆମଗୁଡା ଆଦି ଗାଁରେ ସମସ୍ୟା କହିଲେ ନସରେ. ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନା, ପନୀୟ ଜଳ, ଭଳି ମୌଳିକ ସୁବିଧା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଆଠରୁ ଉର୍ଦ୍ଧ ଗାଁର ଲୋକେ ସଞ୍ଜ ନହେଉଣୁ ରାତ୍ରି ଭୋଜନ କରିଥାନ୍ତି। ସେମାନଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ପାଲଟିଛି।ଅନେକ ଗୁଡ଼ିଏ ଗାଁରେ ଝରଣା ପାଣି ହିଁ ଦେଇଛି ବଞ୍ଚିବାର ରାହା। ଝରଣା ପାଣି ପିଇ ଅନେକ ଲୋକ ରୋଗାକ୍ରାନ୍ତରେ ଡାକ୍ତରଖାନା ନ ଥିବାରୁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ଶେଷରେ ଗୁଣି ଗାରେଡ଼ି କରି ମୃତ୍ୟୁ ମୁଖରେ ପଡୁଛନ୍ତି। ସେହିଭଳି ଶିକ୍ଷା ବ୍ୟବସ୍ଥା ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି କହିଲେ ଅତୃପ୍ତି ହେବ ନାହିଁ । କିଛି ଡମିନେଟ୍ ଶିକ୍ଷକଙ୍କ ଭରସାରେ ଚାଲିଛି ବିଦ୍ୟାଳୟ । ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏହି ମାଓ ପ୍ରବଣ ତ୍ରିଲୋଚନପୁର ପଞ୍ଚାୟତର ବିକାଶର ବାଟବଣା ହେଉଥିବା ଅଭିଯୋଗ କରୁଛନ୍ତି ଲୋକେ। ଏହି ପଞ୍ଚାୟତରେ ସ୍ୱାସ୍ଥ୍ୟକର୍ମୀ,ଅଙ୍ଗନୱାଡି କର୍ମୀ ଏବଂ ସମସ୍ତ କର୍ମୀଚାରି ନିଯୁକ୍ତି ପାଇଛନ୍ତି ସତ କିନ୍ତୁ କେବଳ କାଗଜ ପତ୍ରରେ ଅଞ୍ଚଳର ବିକାଶର ଗୋଲାପୀ ଚିତ୍ର ଆଙ୍କୁଛନ୍ତି। ଭୋଟ ସମୟରେ ପୂର୍ବତନ ବିଧାୟକ ଓ ବର୍ତମାନ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ଦିଶାରୀ ଏହି ଅଞ୍ଚଳକୁ ଆସି ବିକାଶର ବିଭିନ୍ନ ସ୍ବପ୍ନ ଦେଖାଇ ଥିଲେ। ହେଲେ ପାଞ୍ଚ ବର୍ଷ ବିତି ଯାଇ ଥିଲେ ହେଁ ବିକାଶର ଚିହ୍ନ ବର୍ଣ୍ଣ ନାହଁ। ଲୋକେ ଯେତେ ଅଭିଯୋଗ କରିଥିଲେ ସୁଦ୍ଧା ଦେଖ ଶୁଣ ଚୁପ ରୁହ ନୀତି ଅବଲମ୍ବନ କରୁଛନ୍ତି ନେତା ଓ ଅଫିସର। ପ୍ରତ୍ୟେକ ଥର ନେତା ବଦଳୁଛନ୍ତି ଅଫିସର ବଦଳୁଛନ୍ତି ହେଲେ ଦୁର୍ଗମ ଅଞ୍ଚଳର ଗାଁର ଚିତ୍ର ବଦଳି ପାରୁ ନାହିଁ। ଏହାକୁ ନେଇଁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖା ଯାଇଛି। କିଛି ଦିନ ତଳେ ତ୍ରିଲୋଚନପୁର ପଞ୍ଚାୟତର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଧାୟକ ପ୍ରଦୀପ କୁମାର ଦିଶାରୀ ଆସୁଥିବା ସମୟରେ ତ୍ରିଲୋଚନପୁର ପଞ୍ଚାୟତବାସୀ ଅଧା ରାସ୍ତାରୁ ହିଁ ତମେ ଏ ଅଞ୍ଚଳ ପାଇଁ କିଛି କାମ କରିନାହଁ କେବଳ ବିକାଶ ବଦଲରେ ବିନାଶ କରି ଚାଲିଛ ବୋଲି ଗାଁ ଭିତରକୁ ଛାଡି ନଥିଲେ। କାନମୁଣ୍ଡ ଆଉଁସି ଶ୍ରୀଯୁକ୍ତ ଦିଶାରୀ ଓ ତାଙ୍କ ସମର୍ଥକ ଫେରି ଯାଇଥିଲେ।ଏଥର ପୁଣି ଆସିଛି ସାଧାରଣ ନିର୍ବାଚନ ଏଥର ଭୋଟର ମାଗୁଛନ୍ତି ପାଞ୍ଚ ବର୍ଷର ବିକାଶର ହିସାବ। ତେବେ ଆଗକୁ ଦେଖିବାକୁ ବାକି ରହିଲା ଜନତା ଜନାର୍ଦନ କାହା ମୁଣ୍ଡରେ ସୁନା କଲସି ଢାଲୁଛନ୍ତି।

0
0
0
s2sdefault