ହେଡଲାଇନସ୍:

ଭୋଟର ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା):  ୧୮ ବର୍ଷରୁ ଉର୍ଦ୍ଧ  ଯୁବ ଭୋଟର ମାନଙ୍କୁ  ମତଦାନ କରିବାକୁ ଉତ୍ସାହିତ କରିବା ପାଇଁ ଆଜି ରାଉରକେଲା ତଥା ଆଖପାଖ ଅଂଚଳର  ବିଭିନ୍ନ ମହାବିଦ୍ୟାଳୟରେ ଭୋଟର ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ସରକାରୀ ସ୍ବୟଂଶାସିତ ମହାଵିଦ୍ୟାଳୟ ,ରାଉରକେଲା ମହାବିଦ୍ୟାଳୟ, ପ୍ରିୟ ଦର୍ଶିନୀ ମହିଳା ମହାଵିଦ୍ୟାଳୟ, ନୀଳଶୈଳ ମହାବିଦ୍ୟାଳୟ, ସିଟିଇ ରାଉରକେଲା , ଏଚକେ ରାୟ ଡିଗ୍ରୀ ମହାବିଦ୍ୟାଳୟ , କଲ୍ୟାଣୀରାୟ ଡିଗ୍ରୀ ମହାବିଦ୍ୟାଳୟ, ଗାନ୍ଧୀ ମହାବିଦ୍ୟାଳୟ ଏବଂ ସି.ଏ.ଏସ.ଟି ବଣ୍ଡମୁଣ୍ଡା ଆଦି ମହାବିଦ୍ୟାଳୟରେ  ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l  ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗଣତନ୍ତ୍ରର ପରଂପରା ବଜାୟ ରଖିବାକୁ ଏବଂ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ର ଗରିମା କୁ ବଜାୟ ରଖିବା ସହିତ ମତଦାନ ସାବ୍ୟସ୍ତ କରିବାକୁ  ଶପଥ ପାଠକରିଥିଲେ ା ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ କାର୍ଯ୍ୟକ୍ରମ  ଆୟୋଜନ କରାଯାଇଥିଲା l  ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଲାଠିକଟା ତହସିଲଦାର ଆର୍ତତ୍ରାଣ ଥାଟି , ବିଶ୍ରା ତହସିଲଦାର  ମନିଷା ହେମ୍ବ୍ରମ  ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭୋଟଦାନ କରିବାକୁ ଉତ୍ସାହିତ କରିଥିଲେ l

0
0
0
s2sdefault