ହେଡଲାଇନସ୍:

ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ ହେଲା ଆଲୋଚନା - ଧର୍ମେନ୍ଦ୍ର ପ୍ରଧାନ

  • • ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ସାମୂହିକ ଦାୟିତ୍ୱ ନେବା

  • • ସମ୍ବଲପୁର କୋର୍ଟ ପରିସରରେ ଥିବା କାଳିନ୍ଦୀ ଭାଇଙ୍କ ଦୋକାନରୁ ପକୁଡି ଖାଇଲେ

  • • ଦ ଆର୍ଟ୍ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ

  • • ହୋମ୍ ମେଣ୍ଟେନାନ୍ସ ସର୍ଭିସ୍ ‘ହୋମଭେରୀ’ରେ କର୍ମଚାରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ

ସମ୍ବଲପୁର, ଏପ୍ରିଲ ୧୬ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଆଜି ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ମାନଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି ।

ସମ୍ବଲପୁର ବାର୍ ଆସୋସିଏସନର ଅନେକ ବରିଷ୍ଠ, ଅନୁଭବୀ ତଥା ପୁରୁଣା ଓକିଲ ବନ୍ଧୁ ମାନଙ୍କୁ ଭେଟି ଖୁସି ପ୍ରକଟ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଜିଲ୍ଲାର ସାମୂହିକ ବିକାଶ, ଲୋକ ଆକାଂକ୍ଷା ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ଦିଗରେ ସମସ୍ତଙ୍କ ଉପାଦେୟ ପରାମର୍ଶ ନେଲି । ସମାଜ ଜୀବନରେ ଓକିଲଙ୍କ ଭୂମିକାଙ୍କ ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ପ୍ରଧାନ କହିଥିଲେ ଯେ ସମ୍ବଲପୁର ଆମ ସଂସ୍କୃତି ଓ ସଭ୍ୟତାର ଅନନ୍ୟ କେନ୍ଦ୍ର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନେକ ଗୁଡିଏ ବିକାଶମୂଳକ କାମ ହେଉଅଛି । ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ଯୁବବର୍ଗଙ୍କୁ ରୋଜଗାର ସହ ଯୋଡିବାକୁ ହେବ । ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ବାର୍ ଆସୋସିଏସନଙ୍କ ସହ ସାମୂହିକ ଦାୟିତ୍ୱ ନେବାକୁ ହେବ ।

ଏହି ଦିନ ଶ୍ରୀ ପ୍ରଧାନ ଓଡ଼ିଶାର ହୋମ୍ ମେଣ୍ଟେନାନ୍ସ ସର୍ଭିସ୍ ହୋମଭେରୀର କର୍ମଚାରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ । ସେ କହିଥିଲେ ଗ୍ରାହକମାନଙ୍କୁ ସଠିକ୍ ସମୟରେ ପ୍ଲମ୍ବିଂ, କାର୍ପେଣ୍ଟ୍ରି, ଗୃହ ଉପକରଣ ମରାମତି ତଥା ଘର ଉପକରଣ ସହ ଜଡ଼ିତ ସେବା ଯୋଗାଇଦେବା ପାଇଁ ନିୟୋଜିତ ସମସ୍ତ ଟେକ୍ନିସିଆନ କର୍ମଚାରୀଙ୍କ କାର୍ଯ୍ୟ ପ୍ରଶଂସନୀୟ । ସମ୍ବଲପୁରରୁ ଆରମ୍ଭ ହୋଇଥିବା ‘ହୋମଭେରୀ’ ବର୍ତ୍ତମାନ ଭୁବନେଶ୍ୱର, କଟକ ଓ ବରଗଡ଼ ଭଳି ବଡ ବଡ ସହରରେ ସେବା ଯୋଗାଇ ଆସିବା ଖୁସିର ବିଷୟ ।

Imageପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଡିଗ୍ରୀ ଅପେକ୍ଷା ଦକ୍ଷତା ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ଷ୍ଟାର୍ଟଅପ୍ ପରମ୍ପରାରେ ଅନୁପ୍ରାଣିତ ହୋଇ ‘ହୋମଭେରୀ’ ଆରମ୍ଭ କରିଥିବା ପ୍ରହ୍ଲାଦ ମିତ୍ତଲ ଓ ରଜତ କର ରୋଜଗାର ଦେବାର ପରମ୍ପରା ତିଆରି କରି ଯୁବ ସମାଜ ପାଇଁ ଉଦାହରଣ ସାଜିଛନ୍ତି । ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଦିଗରେ ଏଭଳି କଳ୍ପନା ଓ ଦକ୍ଷତା ନିଶ୍ଚିତ ଭାବେ ସମାଜକୁ ପ୍ରେରିତ କରିବ । ଆଗାମୀ ଦିନରେ ଏହି ସଂସ୍ଥା ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଅଂଶବିଶେଷ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ ।

ଏହାବ୍ୟତିତ ଶ୍ରୀ ପ୍ରଧାନ ସମ୍ବଲପୁର କୋର୍ଟ ପରିସରରେ ଥିବା କାଳିନ୍ଦୀ ଭାଇଙ୍କ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପକୁଡି ଖାଇଥିଲେ । ସମ୍ବଲପୁରରେ ଦ ଆର୍ଟ୍ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିକଶିତ ଭାରତରେ ଓଡ଼ିଶା ଓ ସମ୍ବଲପୁର ଉପରେ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଜାତନ୍ତ୍ରରେ ଭୋଟର ମୂଲ୍ୟ, ଦେଶ ଓ ବିଶ୍ୱ କଲ୍ୟାଣ ପାଇଁ ଆବଶ୍ୟକତା, ଭାରତୀୟ ନାଗରିକଙ୍କ ଭୂମିକା ନେଇ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବିଚାର ଓ ଆଧ୍ୟାତ୍ମିକତା ଆଧାରରେ ସମାଜ ଗଠନର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ସେହିପରି ଏକ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବା ସହ ଶ୍ରୀ ପ୍ରଧାନ ଗୁଜୁରାଟୀ ସମାଜର ଚୈତ୍ର ନବରାତ୍ରିର ଅଷ୍ଟମୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା’ ଓମିଆ ମାତାଙ୍କ ଦର୍ଶନ କରିଥିଲେ ।

0
0
0
s2sdefault