ହେଡଲାଇନସ୍:

ମାଷ୍ଟରଷ୍ଟ୍ରୋକ ଖେଳିବେ କି ନବୀନ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କଣ୍ଟାବାଞ୍ଜି କୁ ମିଳିବ କି ମହିଳା କାର୍ଡ

  • ଏବେ ବି ସସ୍ପେନ୍ସ ରେ କଣ୍ଟାବାଞ୍ଜି ଆସନ

  • ଆଦିବାସୀ ମହିଳା କାର୍ଡ ଖେଳିବା ନେଇ ଚାଲିଛି କି ମନ୍ତ୍ରଣା.

ଟିଟିଲାଗଡ଼/ଭୂମିସୁତା ବିଶିଙ୍କ ରିପୋର୍ଟ:  ନିର୍ବାଚନ ବିଗୁଲ ବାଜି ସାରିଛି l ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ସେମାନଙ୍କ ପ୍ରାର୍ଥୀ ତାଲିକା ବି ଗୋଟାଏ ପରେ ଗୋଟାଏ ପ୍ରାର୍ଥୀ ଙ୍କ ନାମ ବି ଘୋଷଣା କରିଚାଲିଛନ୍ତି l ହେଲେ ଆଜି ବି ବଲାଙ୍ଗୀର ଜିଲ୍ଲା ର ଏକମାତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜି ବିଧାନସଭା ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିବା ଯୋଗୁଁ ଏବେ ନାନା ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି l ଅନେକ ଆଶାୟୀ ପ୍ରାର୍ଥୀ ଙ୍କ ହୃଦସ୍ପନ୍ଦନ ବି ବଢ଼ିବାରେ ଲାଗିଛି l ସାଧାରଣ ଲୋକଙ୍କ ଉତ୍କଣ୍ଠା ବି ଆହୁରି ବଢ଼ିବାରେ ଲାଗିଛି l ତେବେ ଏକ ପ୍ରାଥମିକ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ମହିଳା କାର୍ଡ ଖେଳି ପ୍ରଥମ ଥର ପାଇଁ ସମଗ୍ର ଦେଶରେ ଚର୍ଚ୍ଚା କୁ ଆସିଥିଲେ l ପଂଚାୟତ ନିର୍ବାଚନ ହେଉ କି ପୌରପରିଷଦ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ ହେଉ ମହିଳା ମାନଙ୍କୁ ଅଗ୍ରାଧିକାର ଦେବା ସହ ସେମାନଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ର ରେ ପୁରୁଷବର୍ଗ ଙ୍କ ସହ ସମକକ୍ଷ ହେବା ନେଇ ଅନେକ ଯୋଜନା କରିଆସିଛନ୍ତି l ନିର୍ବାଚନ ରେ ମଧ୍ୟ 33 ପ୍ରତିଶତ ସ୍ଥାନ ମହିଳା ମାନଙ୍କ ପାଇଁ ସଂରକ୍ଷଣ ରଖି ଚର୍ଚ୍ଚା ରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ମାନଙ୍କ ତାଲିକା ଘୋଷଣା କରିଥିବା ବେଳେ ଏବେ ବି ଅନେକ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିବାରୁ ସାଧାରଣ ରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି l ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା, ବଲାଙ୍ଗୀର, ପାଟଣାଗଡ଼, ଏବଂ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ସାରିଥିବା ବେଳେ ଏବେ ବି କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ପ୍ରାର୍ଥୀ ଘୋଷଣା ନ କରିବା ଯୋଗୁଁ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି l ତେବେ ନିକଟ ଅତୀତ ରେ ସମସ୍ତଙ୍କୁ ଚକମା ଦେଇ ପଶ୍ଚିମ ଓଡିଶା ଆଦିବାସୀ ସଙ୍ଘ ସଚିବ ନିରଞ୍ଜନ ବିଶି ଙ୍କୁ ରାଜ୍ୟସଭା ଆସନ ଦେଇ ହଟଚମଟ କରିଥିଲେ ଠିକ ସେହିପରି କଣ୍ଟାବାଞ୍ଜି ଆସନ ରେ ମଧ୍ୟ ଜଣେ ଆଦିବାସୀ ମହିଳା ଙ୍କୁ ଟିକେଟ ଦେଇ ପୁଣି ଥରେ ନବୀନ ପଟ୍ଟନାୟକ ମାଷ୍ଟର ଷ୍ଟ୍ରୋକ ଖେଳିବାକୁ ଯାଉଥିବା ନେଇ ଏବେ ଚର୍ଚ୍ଚା ହେଉଛି l ବଲାଙ୍ଗୀର ଜିଲ୍ଲା ର କଣ୍ଟାବାଞ୍ଜି ଅଂଚଳ ଏକ ଆଦିବାସୀ ତଥା ପଛୁଆ ଅଞ୍ଚଳ ଭାବରେ ବେଶ ପରିଚିତ..ବଙ୍ଗୋମୁଣ୍ଡା, ତୁରକେଲା, ମୁରିବାହାଲ ବ୍ଲକ ଅଞ୍ଚଳ ରେ ସତକଡା 75% ଭାଗ ଲୋକେ ଆଦିବାସୀ ତଥା ପଛୁଆ ଅଞ୍ଚଳ ର ହୋଇଥିବା ବେଳେ ଆଗକୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମହିଳା କାର୍ଡ ଖେଳି ସମସ୍ତ ଙ୍କୁ ଚକମା ଦେବେ କି ବୋଲି ଚର୍ଚ୍ଚା ଜୋର ହେଉଛି l ପୂର୍ବରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ଲକ୍ଷଣ ବାଗ ଙ୍କୁ ପ୍ରାର୍ଥୀ କରିସାରିଛି l ଉଭୟ କଣ୍ଟାବାଞ୍ଜି ଅଂଚଳରେ ଲୋକଙ୍କ ଆସ୍ଥା ହରାଇ ସାରିଥିବା ବେଳେ ଉଭୟ ଅନେକ ସମୟରେ ବିଭିନ୍ନ ଘଟଣା କ୍ରମ ରେ ଜେଲ ଯାଇଥିବା ବେଳେ ଦାଦନ ଶ୍ରମିକ ଚାଲାଣ ରେ ପରୋକ୍ଷରେ ସମରୁକ୍ତି ରହିଥିବା, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ମଧ୍ୟ ସ୍ଥାନୀୟ ଅଂଚଳ ରେ ନିଜ ଲୋକ ପ୍ରିୟତା ହରାଇସାରିଥିବା ବେଳେ ମହଜନୀ କରବାର ରେ ଲୋକଙ୍କୁ ଶୋଷଣ କରୁଥିବାରୁ ଏବେ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନ ପାଇଁ ଏଇ ଆଦିବାସୀ ମହିଳା କାର୍ଡ ଖେଳି ବିରୋଧୀ ଙ୍କୁ ଚକମା ଦେବା ସହ ପୁଣି ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ, ଚାଷୀ ପରିବାର,ଦଳିତ, ଅନୁସୂଚିତ ଜାତି, ଜନଜାତି ,ତଥା ପଛୁଆ ବର୍ଗ ଙ୍କ ଭୋଟ ହାତେଇବାରେ ସଫଳ ହେବେ

0
0
0
s2sdefault