ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଓଝାଳିଲେ ବିଜେଡି ସାଂସଦ ସସ୍ମିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

  •  ନିଜ ଗାଁରେ ସ୍ମାର୍ଟ କ୍ଲାସରୁମଟିଏ ନିର୍ମାଣ କରିପାରିନାହାନ୍ତି

  •  ଧର୍ମେନ୍ଦ୍ରଙ୍କ ଗାଁରେ ପଞ୍ଚାୟତ ନିର୍ବାଚନ ହାରିଥିଲା ବିଜେପି

  •  ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇଲେ ନିରବ ରହୁଛନ୍ତି


ଭୁବନେଶ୍ୱର, ୧୫/୦୪/୨୦୨୪: କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି । ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ସେ ଗୋଟିଏ ବି ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଗଣମାଧ୍ୟମରେ ମତ ରଖି ଏହା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ଢେଙ୍କାନାଳ ଓ ସମ୍ବଲପୁରବାସୀ ବାରମ୍ବାର ୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇବା ସହିତ ଏହି ସଡକର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ଥିବାରୁ କିଭଳି ଶହ ଶହ ମୂଲ୍ୟବାନ ଜୀବନ ଯାଉଛନ୍ତି, ତାହା ଦର୍ଶାଇ ଆସୁଛନ୍ତି । ହେଲେ ସେ ବାରମ୍ବାର ଏହି ସମସ୍ୟାର ସମାଧାନ କରିବାକୁ କିମ୍ବା ଏହି ପ୍ରସଙ୍ଗରେ କହିବାକୁ ମନା କରିଦିଅନ୍ତି । ଏବେ ସେ ସମ୍ବଲପୁରରୁ ନିର୍ବାଚନ ଲଢୁଥିବା ବେଳେ ଏଭଳି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ କିଭଳି ସାମ୍ନା କରିବେ ସେ ନେଇ ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଢେଙ୍କାନାଳ, ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିନାହାନ୍ତି । ଏପରିକି ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ୍ ରୁମ୍ ନିର୍ମାଣ କରିପାରିନାହାନ୍ତି । ସେଥିପାଇଁ ତାଙ୍କ ନିଜ ଗାଁରେ ପଞ୍ଚାୟତ ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା ।
ଅପରପକ୍ଷରେ ବିଜେଡି ସରକାର ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ୍ ଲାଇବ୍ରେରୀ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ମାଧ୍ୟମରେ ହାଇସ୍କୁଲ ଶିକ୍ଷାକୁ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ରୂପାନ୍ତରଣ କରିଛନ୍ତି । ସେ ସବୁ ରୂପାନ୍ତରଣ ତାଙ୍କୁ ଦେଖାଯାଉ ନାହିଁ । ୫-ଟି ଅଭିଯାନ ରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ' ଅଧୀନରେ ଓଡ଼ିଶାକୁ ‘ଆୱାର୍ଡ ଅଫ୍ ଏrଲେନ୍ସ' ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶ୍ରୀ ପ୍ରଧାନ ପ୍ରକୃତରେ ଦୁଃଖିତ ବୋଲି ଡ. ପାତ୍ର କହିଛନ୍ତି ।

0
0
0
s2sdefault