ହେଡଲାଇନସ୍:

ଓଡ଼ଗାଁରେ ହନୁମାନ ଜୟନ୍ତି ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ କ୍ଷେତ୍ରରେ ରବିବାର ଚୈତ୍ର ଶୁକ୍ଳ ଷଷ୍ଠୀ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଶ୍ରୀରଘୁନାଥ ଜିଉଙ୍କ ପୀଠ ମୁଖ୍ୟ ରାସ୍ତାର ପ୍ରାରମ୍ଭରେ ବିରାଜିତ ହନୁମାନଙ୍କ ବିଜେ ମଣ୍ଡପରେ ଜୟନ୍ତୀ ଉତ୍ସବ ଜାକଜମକରେ ପାଳିତ ହୋଇଥିଲା । ପ୍ରାତଃ କାଳରେ ଦୈନଦିନ ସମସ୍ତ କର୍ମ ବିଧାନ ପରେ ଜନ୍ମ ବିଧାନ କର୍ମ ଆରମ୍ଭ ହୋଇଥିଲା । ପଣ୍ଡିତ ସାନ୍ତନୁ କୁମାର ଦାଶ, ଜଳନ୍ଧର ରଥ, ରଘୁନାଥ ଦାଶ ଏବଂ ରଞ୍ଜନ କୁମାର ଦାଶ ପ୍ରମୁଖ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ଜନ୍ମ ବିଧାନ କର୍ମ ସମାପନ ହୋଇଥିଲା। ପରେ ଖିରି ଖେଚୁଡି ଭୋଗ ଲାଗି ହୋଇ ପହୁଡ଼ ପଡ଼ିଥିଲା । ପରେ ସନ୍ଧ୍ୟା ଆରତି ପରେ ଶ୍ରଦ୍ଧାଳୁମାନେ ମହାବିର ହନୁମାନଙ୍କ ଦର୍ଶନ କରିଥିଲେ । ଏବଂ ମନ୍ଦିର ଦ୍ବାରା ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ପଣା ପ୍ରସାଦ ବଣ୍ଟନ କରାଯାଇଥିଲା। ପରେ ପ୍ରଭୁଙ୍କ ନାମ ସଙ୍କୀର୍ତ୍ତନ କରାଯାଇଥିଲା । ପୂର୍ଣ୍ଣ ଚନ୍ଦ୍ର ଦାଶ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀ ବଜାର ବଣିକ ସଙ୍ଘ କର୍ମକର୍ତ୍ତା ମାନଙ୍କ ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଅକୁଣ୍ଠିତ ଚିତ୍ତରେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ। ସେହିପରି ଶ୍ରୀ ରଘୁନାଥ ଜିଉଙ୍କ ବେଢ଼ା ଏବଂ ବିଭିନ୍ନ ଗ୍ରାମମାନଙ୍କରେ ବିରାଜିତ ହନୁମାନ ପୀଠରେ ଜୟନ୍ତୀ ଉତ୍ସବ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି ।

0
0
0
s2sdefault