ହେଡଲାଇନସ୍:

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଆ ପର୍ବପର୍ବାଣୀ ଓ ଲୋକପରମ୍ପରା ସମାଜରେ ଭକ୍ତି ଓ ନିଷ୍ଠା ସହ ଆଧ୍ୟାତ୍ମିକ ଚେତନାକୁ ଉଜାଗର କରୁଛି - ଧର୍ମେନ୍ଦ୍ର ପ୍ରଧାନ

• ସମ୍ବଲପୁର ସ୍ଥିତ ହନୁମାନ ମନ୍ଦିର, ଅଇଁଠାପାଲିସ୍ଥ କାମାକ୍ଷା ମନ୍ଦିର, ହୀରାକୁଦରେ ମା’ ଦଣ୍ଡକାଳୀ ମନ୍ଦିର, ସମେତ ବିଭିନ୍ନ ମନ୍ଦିର ଦର୍ଶନ ସହ ବୃକ୍ସହିଲ ହନୁମାନ ମନ୍ଦିରରେ ମହାଆଳତୀ କଲେ
• ଚାରବାଟି, ଦେଓଗାଁ, ରସିଆପାଲିରେ ହନୁମାନ ଜୟନ୍ତୀ ଓ ନାମ ସଂକୀର୍ତ୍ତନରେ ସାମିଲ ହେଲେ, ଖୁବେଲ ଓ ହୀରାକୁଦରେ ମେରୁ ଯାତ୍ରାରେ ଯୋଗଦେଲେ
• ଆମର ମନ୍ଦିର ଓ ଧାର୍ମିକ ସ୍ଥଳୀ ଗୁଡିକ ଧାର୍ମିକ ଓ ଆସ୍ଥାର ଅନନ୍ୟ କେନ୍ଦ୍ର, ଦଣ୍ଡନାଚ ସାମାଜିକ ସମରସତାର ଅନନ୍ୟ ପରମ୍ପରା
• ମହାପ୍ରଭୁଙ୍କ ଆଶୀର୍ବାଦ ଓ ମା' ସମଲେଇଙ୍କ କରୁଣାରୁ ଓଡ଼ିଆ ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ
• ସମାଜ ସବୁବେଳେ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଏକଜୁଟ ହେବା ସହ ଲଢେଇ କରୁ, ଏହା କାମନା

Image

Imageସମ୍ବଲପୁର, ଏପ୍ରିଲ ୧୪ – ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନନ୍ୟ । ଆମର ପର୍ବପର୍ବାଣୀ ସ୍ୱତନ୍ତ୍ର । ମେରୁ ଯାତ୍ରା, ଦଣ୍ଡ ନାଚ ଭଳି ଲୋକକଳା ଓ ଲୋକପରମ୍ପରା ଗୁଡିକ ସମାଜରେ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକ ଚେତନାକୁ ଉଜାଗର କରିବାର ମହାନ ଅବସର ଦେଉଅଛି ବୋଲି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Imageଶ୍ରୀ ପ୍ରଧାନ ଏହି ପବିତ୍ର ଅବସରରେ ସମ୍ବଲପୁର ସ୍ଥିତ ହନୁମାନ ମନ୍ଦିର, ଅଇଁଠାପାଲିସ୍ଥ କାମାକ୍ଷା ମନ୍ଦିର, ହୀରାକୁଦରେ ମା’ ଦଣ୍ଡକାଳୀ ମନ୍ଦିର, ଧମା ଓ ସାହସପୁର ସମେତ ଅନେକ ସ୍ଥାନରେ ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଦେଓଗାଁ, ଯୁଯୁମୁରା ରସିଆପାଲିରେ ଅନୁଷ୍ଠିତ ନାମଯଜ୍ଞ ଓ ନାମ ସଂକୀର୍ତ୍ତନରେ ସାମିଲ ହୋଇଥିଲେ । ଚାରମାଳ ଖୁବେଲ ଓ ହୀରାକୁଦରେ ମେରୁ ଯାତ୍ରା ଓ ଦଣ୍ଡନାଚରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଚାରବାଟି ଠାରେ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ସମ୍ବଲପୁର ଜିଲ୍ଲା ହାଇସ୍କୁଲ ଛକ ଠାରେ ଥିବା ହନୁମାନ ମନ୍ଦିରରେ ମହାଆଳତି କରିବାର ସୌଭାଗ୍ୟ ଲାଭ କରିଥିବା କହିଥିଲେ ।

Imageଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଆଜିର ଦିନଟିକୁ ଲୋକମାନେ ବଡ ଉତ୍ସାହର ସହ ହନୁମାନ ଜୟନ୍ତୀ ପାଳନ କରୁଛନ୍ତି । ସେ କହିଛନ୍ତି ଆମର ମନ୍ଦିର ଓ ଧାର୍ମିକ ସ୍ଥଳୀ ଗୁଡିକ ଧାର୍ମିକ ଓ ଆସ୍ଥାର ଅନନ୍ୟ କେନ୍ଦ୍ର । ମେରୁ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ନାଗରିକମାନେ ସମବେତ ହେବା ସମାଜରେ ଭକ୍ତି, ନିଷ୍ଠା ଓ ଆଧ୍ୟାତ୍ମିକତା ଭାବାବେଗର ପରିଚୟ ଦେଉଛି । ଦଣ୍ଡନାଚ ମଧ୍ୟ ସାମାଜିକ ସମରସତାର ଅନନ୍ୟ ପରମ୍ପରା । ଆଧ୍ୟାତ୍ମିକ ଓ ତପସ୍ୟାର ଅନ୍ୟ ନାଁ ହେଲା ଦଣ୍ଡନାଚ । ଭରସା ଓ ବିଶ୍ୱାସର ଏହି ଯାତ୍ରାରେ ସାମିଲ ହେବା ମୋର ସୌଭାଗ୍ୟ । ଭଗବାନଙ୍କ ପ୍ରତି ଲୋକଙ୍କ ଆସ୍ଥା ସମ୍ପନ୍ନତାରେ ପରିପୂର୍ଣ୍ଣ ହେଉ ବୋଲି ଶ୍ରୀ ପ୍ରଧାନ କାମନା କରିଛନ୍ତି।

Imageସେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ, ମା' ସମଲେଇଙ୍କ କରୁଣାରୁ ଓଡ଼ିଆ ନୂଆବର୍ଷ ଆମ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ । ଆଜିର ଦିନରେ 'ବିକଶିତ ଭାରତ, ବିକଶିତ ଓଡ଼ିଶା' ଗଠନ କରିବା ପାଇଁ ସାମୂହିକ ସଂକଳ୍ପ ନେବାକୁ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସବୁଠି ଅଭୁତପୂର୍ବ ଜନସମର୍ଥନ, ଆଶୀର୍ବାଦ ଓ ଭଲପାଇବା ଦେଖାଯାଇଛି । ଓଡ଼ିଶାରେ ପରିବର୍ତ୍ତନ ହେବ । ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେବ ବୋଲି ସେ କହିଥିଲେ।

Image

0
0
0
s2sdefault