ହେଡଲାଇନସ୍:

ଚୋରି ସିଲିଂ ପଙ୍ଖା, ମୋଟର ପମ୍ପ ଉଦ୍ଧାର : ଅଭିଯୁକ୍ତ କୁ ଗିରଫ୍ କଲା ପଦ୍ମପୁର ପୋଲିସ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ : ସ୍ଥାନୀୟ ଚନ୍ଦ୍ରାବତୀ ସ୍କୁଲ ରୁ ଚୋରି ହୋଇଥିବା ପଙ୍ଖା ଓ ମୋଟର ପମ୍ପ କୁ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ l ପ୍ରାପ୍ତ ସୂଚନା ଅନୁଯାୟୀ ଗତ ରବିବାର କେହି ଚନ୍ଦ୍ରାବତୀ ସ୍କୁଲର ତାଲା ଭାଙ୍ଗି ପଙ୍ଖା, କ୍ୟାରେମ ବୋର୍ଡ, ମୋଟର ପମ୍ପ ଚୋରି ହୋଇଥିବା ଥାନା ରେ ପ୍ରଧାନ ଶିକ୍ଷକ ଅଭିଯୋଗ କରିଥିଲେ l ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରଜାପଡା ରୁ ଶ୍ରୀରତନ ବାଗ ଘରେ ଚଢାଉ କରି ଗୋଟି ପଙ୍ଖା ସମେତ ଗୋଟିଏ ମୋଟର ପମ୍ପ ଜବତ କରିବା ସହିତ ଅଭିଯୁକ୍ତ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ବଡ଼ପଡା ର ବନମାଳୀ କୁମ୍ଭାର ଫେରାର ହୋଇଯାଇଥିବା ଜଣାପଡିଛି l ଉଦ୍ଧାର ସାମଗ୍ରୀ ଅଭିଯୋଗକାରୀ ଙ୍କୁ ଜିମା ଦିଆଯାଇଥିବା ବେଳେ ପଦ୍ମପୁର ଥାନା କେସ୍ ନଂ 113/27-03-2024 u/s457 /380 Ipc ଅନୁଯାୟୀ ଅଭିଯୁକ୍ତ ଶ୍ରୀରତନ ବାଗ କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀ ମମତା ନାଏକ ସୂଚନା ଦେଇଛନ୍ତି l

0
0
0
s2sdefault