ହେଡଲାଇନସ୍:

କାଶୀପୁର ଠାରେ କଂଗ୍ରେସ ଗ୍ୟାରେଣ୍ଟି ଇସ୍ତାହାର କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଗାମୀ ସାଧାରଣ ନିର୍ବାଚନ ରେ କେନ୍ଦ୍ର ଶାସିତ ବିଜେପି ଦଳ କୁ ମାତ ଦେବାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ " କଂଗ୍ରେସ ର ଗ୍ୟାରେଣ୍ଟି " ଇସ୍ତାହାର କାର୍ଯ୍ୟକ୍ରମ କାଶୀପୁର ଠାରେ ଅନୁଷ୍ଠିତ ହେଇଯାଇଛି ।
କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ଅନ୍ତର୍ଗତ ୨୪ ଟି ଗ୍ରାମ ପଞ୍ଚାୟତ ର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିବାବେଳେ ବ୍ଲକ ସଭାପତି ଅଙ୍ଗଦ ନାଏକ, ଜିଲ୍ଲା ଯୁବ ସଭାପତି ଜସେଫ ଖସଲା, ଅନୁସୂଚିତ ଜାତି ଜିଲ୍ଲା ସଭାପତି ରାଜେନ୍ଦ୍ର ଦୁରିଆ, ଜିଲ୍ଲା ମହିଳା ସଭାନେତ୍ରୀ ଅମ୍ବିକା ମାଝି, ଜିଲ୍ଲା ସମ୍ପାଦକ ସାନ୍ଧୁ ଚରଣ ମାଝି ପ୍ରମୁଖ ମଞ୍ଚସିନ ଥିଲେ ।

ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ "କଂଗ୍ରେସ ଗ୍ୟାରେଣ୍ଟି ଇସତେହାର କୁ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ ଇସତେହାର ରେ ୧୦ ଟି ଦାବି କୁ ନେଇ ପ୍ରାଞ୍ଜଳ ଭାବେ ମଞ୍ଚସିନ ନେତୃବୃନ୍ଦ ବୁଝେଇବାକୁ ଚେଷ୍ଟା କରିଥିଲେ । ଯାହା କଂଗ୍ରେସ ଦଳ ସରକାର ଗଢିଲେ ୩ ହଜାର ଟଙ୍କା ରେ ଧାନ କ୍ରୟ ,୨ଶହ ୟୁନିଟ ବିଜୁଳି ଦେୟମୁକ୍ତ , ୫ ଲକ୍ଷ ଯୁବଯୁବତୀ ଙ୍କୁ ବାର୍ଷିକ ନିଯୁକ୍ତି ,ମହିଳା ମଣ୍ଡଳ କୁ ଋଣ ଛାଡ, ଘରର ମୁଖ୍ୟ ମହିଳା ଙ୍କୁ ମାସିକ ୨ ହଜାର ଟଙ୍କା,ପ୍ରତି ପରିବାର କୁ ୫ଶହ ଟଙ୍କା ରେ ଗ୍ୟାସ ସିଲିଣ୍ଡେର ,ଦେଶବାସୀ ଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କ୍ଷେତ୍ର ରେ ଆର୍ଥିକ ସହାୟତା ,ବିଭିନ୍ନ ଭତା କୁ ୨ ହଜାର ଟଙ୍କା କୁ ବୃଦ୍ଧି, ଜାତିଭିତ୍ତିକ/ସାମାଜିକ ଓ ଆର୍ଥିକ ବର୍ଗ ର ଲୋକଙ୍କୁ ଶିକ୍ଷା କ୍ଷେତ୍ର ଓ ନିଯୁକ୍ତି କ୍ଷେତ୍ର ରେ ୨୭% ସଂଗ୍ରକ୍ଷଣ ଭଳି ବିଭିନ୍ନ ଦାବି କୁ କାର୍ଯ୍ୟକାରୀ କରିବ ବୋଲି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ସହ ଆଗାମୀ ନିର୍ବାଚନ ରେ କଂଗ୍ରେସ କର୍ମୀ ଘରେ ଘରେ ପହଞ୍ଚି ଯେଉଁଭଳି ବର୍ତ୍ତମାନ ର କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ୱାରା କରାଯାଉଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ର ପ୍ରତ୍ସାହନ ବିଷୟ ସବୁ ଲୋକଲୋଚନକୁ ଆଣିବେ ପୁଣି କଂଗ୍ରେସ ଅମଳ ରେ ଯୋଉ ଶିକ୍ଷା, ଚିକିତ୍ସା, ଓ ଉଦ୍ୟଗ ପ୍ରତିଷ୍ଠାନ ତଥା ଦେଶର ପ୍ରଗତି ହେଇଥିଲା କିନ୍ତୁ ଚଳିତ ସରକାର ୧୦ ବର୍ଷ ରେ ଉକ୍ତ ପ୍ରଗତି କୁ ବର୍ତ୍ତମାନ ଧରାଶାୟୀ କରିଦେଇଥିବା ବେଳେ ଦେଶ କୁ ଋଣଭାର ରେ ଡୁବେଇ ଦେଇଥିବା ବିଷୟ କୁ ଭୋଟଦାତା ବୁଝେଇବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା ।
କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ୨୪ ଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ଅନ୍ୟ କର୍ମୀ ମାନଙ୍କ ମଧ୍ୟରୁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ମଣ୍ଟୁ ସାହୁ, ଜିଲ୍ଲା ସହସମ୍ପାଦକ ଜିଜୁରୁ ମାଝି ,ଅନୁସୂଚିତ ଜାତି ବ୍ଲକ ସଭାପତି କାର୍ତିକ ନାଏକ, ବ୍ଳକ ମହିଳା ସଭାନେତ୍ରୀ ଗୌରୀ ନାଏକ, ବ୍ଲକ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଭାପତି ପୁରନ୍ଦର ସିଂ ଏବଂ କାଶୀପୁର ବ୍ଲକ ୨୪ ଟି ପଂଚାୟତ ର ଦଳ ସଭାପତି ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault