ହେଡଲାଇନସ୍:

ଶହେ ବର୍ଷ ମଧ୍ୟରେ ଦେଶରେରେ ୧ଲକ୍ଷରୁ ଅଧିକ ଥିବା ବାଘ ସଂଖ୍ୟା ଏବେ ୪ହଜାରରେ ପହଁଚିଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୬୪ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବାରିପଦା/ଦିଲ୍ଲୀପ ମହାନ୍ତି  - ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ୬୪ତମ ବନ୍ୟପ୍ରାଣୀ ସପ୍ତାହ ବାରିପଦା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅଵୁସ୍ଥିତ  ହୋଇଯାଇଛି । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ  ଯଜ୍ଞଦତ୍ତ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆରସିସିଏଫ ଶଶି ପଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାଘ୍ର ସୁରକ୍ଷା ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ସମ୍ପର୍କିତ ଶିର୍ଷକ ଆଲୋଚନା ଚକ୍ରରେ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଶହେ ବର୍ଷ ମଧ୍ୟରେ ଭାରତବର୍ଷରେ ବାଘ ସଂଖ୍ୟା ୧ଲକ୍ଷରୁ ଅଧିକ ଥିବା ବେଳେ ବର୍ତମାନ ୪ହଜାରରେ ପହଁଚିଛି । ସେହିପରି ୧୦୦ବର୍ଷ ମଧ୍ୟରେ ହାତୀ ସଂଖ୍ୟା ମଧ୍ୟ କମିଛି । ତେବେ ବିଗତ ୪ବର୍ଷ ମଧ୍ୟରେ ବାଘସଂଖ୍ୟା ଓଡ଼ିଶାରେ ବୃଦ୍ଧି ପାଉଥିବା ଲକ୍ଷ କରାଯାଉଛି ବୋଲି ଆଲୋଚନା କରାଯାଇଥିଲା । ଏହାଛଡା ଶିମିଳିପାଳ ଜଙ୍ଗଲରେ ସରକାରୀ ଭାବେ ୨୯ଟି ବାଘ ଥିବା ବେଳେ ବର୍ତମାନ ତାହା ବୃଦ୍ଧି ପାଇଛି । ତେବେ ବର୍ତମାନ ୪୦ଟି ବାଘ ଥିବା ଆକଳନ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ଉପସ୍ଥାପନ କରାଯାଇଥିଲା  । ସେହିପରି ବର୍ତ୍ତମାନ ସ୍ଥିତିରେ ଜଙ୍ଗଲ ନଷ୍ଟକୁ ନେଇ ବକ୍ତାମାନେ ଘଭୀର ଉଦବେଗ ପ୍ରକାଶ କରିଥିଲେ ।  ପୂର୍ବରୁ ଶିମଳିପାଳ ଜଙ୍ଗଲ ବିସ୍ତିତ ଅଙ୍ଚଳକୁ ବୁଝାଉଥିବା ବେଳେ ଜଙ୍ଗଲ କାଟା ହେବା ଫଳରେ ଏହାର ସୀମା କ୍ରମଶଃ ସଙ୍କୁଚିତ ହୋଇଯାଇଛି । ଏଣୁ ଶିମିଳାପାଳ ଜଙ୍ଗଲ ସହିତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏତଦବ୍ୟତୀତ ଜଙ୍ଗଲ ମଧ୍ୟରେ ଅନୁପ୍ରବେଶକାରୀମାନେ ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛନ୍ତି । ଅନୁପ୍ରେବଶକାରୀମାନଙ୍କୁ ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ଡିଏଫଓ ରାଇରଙ୍ଗପୁର କୁଲନେ୍ଦ ଗୋରକ ଅମାନ, ବନ୍ୟପ୍ରାଣୀ ତତ୍ୱାବଧାରକ ପ୍ରଦୀପ୍ତ କୁମାର କବି ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି ଅବସରରେ ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଆଣିଥିବା କରଞ୍ଜିଆ ସବଡିଭିଜନ ଅର୍ନ୍ତଗତ ଠାକୁରମୁଣ୍ଡା ଅଂଚଳର ଶରତ କୁମାର ତ୍ରିପାଠୀ ଏବଂ ବାରିପଦା ସବଡିଭିଜନର ନୀଳକଣ୍ଠ ମହାନ୍ତଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ବାରିପଦା ବନଖଣ୍ଡର ଏସିଏଫ ଦିଲ୍ଲୀପ କୁମାର ବାରିକ ସ୍ୱାଗତ ଭାଷଣ ଦେଇଥିବା ସମୟରେ ବନ ବିଭାଗର ବିଭିନ୍ନ ରେଞ୍ଜର, ବନ କର୍ମଚାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । 

0
0
0
s2sdefault