ହେଡଲାଇନସ୍:

ଟିଟିଲାଗଡ଼ ଜିଲ୍ଲା ଦାବି ନେଇ ପୁଣି ଆନ୍ଦୋଳନ ତେଜିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଭିନ୍ନ ମୌଲିକ ସମସ୍ୟା ନେଇ ମିଳିତ  କ୍ରିୟାନୁଷ୍ଠାନ କମିଟିର ଐତିହାସିକ ବିକ୍ଷୋଭ ଶୋଭାଯାତ୍ରା

ଟିଟିଲାଗଡ଼(ସୁନୀଲ ବେହେରା) ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ସମେତ ସହରରେ ଲାଗି ରହିଥିବା ବିଭିନ୍ନ ମୌଲିକ ସମସ୍ୟାର ପ୍ରତିକାର ଦାବି ନେଇ ନାଗରିକ ମଞ୍ଚର ଆହ୍ୱାନକ୍ରମେ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ସହ ମୁଖ୍ୟ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ, ବିଭିନ୍ନ କ୍ଲବ, ଧାର୍ମିକ ଅନୁଷ୍ଠାନ, ବ୍ୟବସାୟୀକ ଅନୁଷ୍ଠାନ, ନାରୀ ସଂଗଠନ, ଛାତ୍ର ସଂଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଆଜି ହାଟପଦା ସ୍ଥିତ ଘଣ୍ଟାସୁନୀ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ମହିଳା, ପୁରୁଷ, ଛାତ୍ର ସମୁହ, ବୁଦ୍ଧିଜୀବୀ ଓ ସହରବାସୀ  ବିକ୍ଷୋଭ ପ୍ରଦର୍ଶନ ପୁର୍ବକ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏଥିସହ ପୁର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ପଥପ୍ରାନ୍ତ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ମିଲିତ କ୍ରିୟାନୁଷ୍ଠାନ କମିଟିର ଆବାହକ ରାଧାକାନ୍ତ ପାଢୀ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁ, ନାଗରିକ ମଞ୍ଚ ସମ୍ପାଦକ ମୋହନ ଜୈନ, ବଣିକ ସଂଘ ସଭାପତି ତ୍ରିନାଥ ସରାଫ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ପୁର୍ବତନ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ମାରୱାଡ଼ି ସମ୍ମେଳନର ସଭାପତି ପ୍ରକାଶ ଗୋୟଲ, ଅଗ୍ରୱାଲ ସଭାର ସଭାପତି ସତ୍ୟନାରାୟଣ ଗୁପ୍ତା, ମାରୱାଡି ଯୁବା ମଞ୍ଚର ଶମ୍ଭୁ ଗୋୟଲ, ଓକିଲ ରବି କିରଣ ସ୍ୱାଇଁ, ଓକିଲ ଆଲୋକ ନାୟକ ଯୁବ ନେତା ବିରେନ୍ଦ୍ର ବାଗ, ନାରୀ ଶକ୍ତି ଅଧ୍ୟକ୍ଷା ଅଞ୍ଜଳି ବେହେରା, ମାରୱାଡି ମହିଳା ସମିତିର ଲଳିତା ଲାଠ୍, ମହାବୀର ପଞ୍ଚାୟତୀ ଧର୍ମଶାଳା ଟ୍ରଷ୍ଟର ସଭାପତି ପ୍ରେମଚନ୍ଦ ଜୈନ ପ୍ରମୁଖ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରଡିନିଧିଙ୍କ ବିରୋଧରେ ଗର୍ଜିଥିଲେ । ସେମାନେ କହିଥିଲେ ଯେ ଜିଲ୍ଲା ଦାବି ନେଇ ବିଭିନ୍ନ ସମୟରେ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଅଣଦେଖା କରି ଟିଟିଲାଗଡ଼ ବାସୀଙ୍କୁ ଆଶ୍ୱାସନାଦେଇ ଭୁଆଁ ବୁଲାଇ ଚାଲିଛନ୍ତି । ୧୩ଟି ଜିଲ୍ଲା ୩୦ଟି ଜିଲ୍ଲାରେ ପରିଣତ ହେଲା କିନ୍ତୁ ଟିଟିଲାଗଡ଼ର ଭାଗ କୁଆଡେ଼ ଗଲା ବୋଲି ପ୍ରଶ୍ନ କରି ଟିଟିଲାଗଡ଼ର ପାନୀୟ ଜଲ ସମସ୍ୟା ସମାଧାନ ଦାବି ନେଇ ସହରବାସୀ ଯେପରି ଆନ୍ଦୋଳିତ ହୋଇ ପଡ଼ିଥିଲେ ତାକୁ ସ୍ମରଣ କରାଇ ପୁଣି ସେହି ଆନ୍ଦୋଳନର ପୁନରାବୃତ୍ତି ଘଟିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ସହରବାସୀ ପାନୀୟ ଜଲ, ବିଜୁଲି ଭଲି ମୌଲିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଏଣୁ ଏହାର ସ୍ଥାୟୀ ସମାଧାନ ଦିଗରେ ଯତ୍ନବାନ ହେବାକୁ  ପରାମର୍ଶ ଦେଇଥିଲେ  ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ଚେତାବନୀ ଦେଇଥିଲେ । ଶେଷରେ ଦେବାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସୂଧାକର ନାୟକଙ୍କ ଅନୁପସ୍ଥିତିରେ ତହସିଦାର ସୁମନ କିଶୋର ଡୁଙ୍ଗଡୁଙ୍ଗକୁ ୧୧ ଦଫା ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ର ଗ୍ରହଣ କରି ଶ୍ରୀ ଡୁଙ୍ଗଡୁଙ୍ଗ ଏହା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଶ୍ଚିତ ଭାବେ ପଠାଇ ଦିଆଯିବ ବୋଲି ନିର୍ଭର ପ୍ରତିଶୃତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୁତ ହୋଇଥିଲା । ସ୍ମାରକପତ୍ରରେ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା, ପିପିପି ମୋଡ଼ରେ ଟିଟିଲାଗଡ଼ ସହରରରେ ସୁପର ସ୍ପେସାଲିଟି ହସପିଟାଲ ପ୍ରତିଷ୍ଠା କରାଯିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟିଟିଲାଗଡ଼ ସ୍ଥାନାନ୍ତର କରାଯିବା, ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡ଼ିଥିବା ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ ସହ ଆନୁସଙ୍ଗିକ ବ୍ୟବସ୍ଥା କରିବା, ଜୁନିୟର ମହିଳା ମହାବିଦ୍ୟାଳୟର  ପୁରାତନ ବିଲଡିଂର ପୁନରୁଦ୍ଗଧାର କରାଯିବା ସହ ଯୁକ୍ତ ୩ ଛାତ୍ରୀଙ୍କ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ କରିବା,  ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ସ୍ୱତଶାସିତ ଡିଏଭି କଲେଜରେ ଅତ୍ୟାଧୁନିକ ଅଡିଟୋରିୟମ ପ୍ରତିଷ୍ଠା  କରାଯିବା, ଡିଲେଜରେ ଦୀର୍ଘ ବର୍ଷରୁ ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦବୀ ପୁରଣ ସହ ସ୍ନାତକୋତ୍ତର ପାଇଁ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କରିବା, ଲାଗିରହିଥିବା ବିଜୁଲି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୧୩୨ କେଭି ଗ୍ରୀଡ ସ୍ଥାପନ କରିବା, ପାନୀୟ ଜଳ ଯୋଗାଣର ଅନିୟମିତତା ଦୁର କରିବା, ସହରର ଜଳ ନିଷ୍କାଷନ ପାଇଁ ଅତ୍ୟାଧୁନିକ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଯିବା ଆଦି ଦାବି ଅର୍ନ୍ତଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ନାଗରିକ ମଞ୍ଚର ସମ୍ପାଦକ ମନୋଜ ହାତୀ, ଚାମ୍ବର ଅଫ କମର୍ସର ସଭାପତି ଈଶ୍ୱର ଜୈନ, ବଣିକ ସଂଘ ସମ୍ପାଦକ ରାଜେଶ ପ୍ରଧାନ, ବବରିଷ୍ଠ  ଶିକ୍ଷାବିତ ରାଜୀବ ଲୋଚନ ପାଢି, ଅଶ୍ୱିନୀ ମହାନ୍ତି, ଜଗନ୍ନାଥ ପଣ୍ଡା, ଓକିଲ ରାଜେନ୍ଦ୍ର ମିଶ୍ର, ସରପଞ୍ଚ ସଂଘର ସମ୍ପାଦକ ହରିନାରାୟଣ ମିଶ୍ର, କାଉନସିଲର କୃଷ୍ଣଚନ୍ଦ୍ର ସରାଫ, ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଭାପତି ଅମ୍ଲାନ ପ୍ରତୀକ ଷଡ଼ଙ୍ଗୀ, ମାରୱାଢି ମହିଳା ସମିତି ସଭାନେତ୍ରୀ ଆଶା ଅଗ୍ରୱାଲ, ସୁକାନ୍ତି ପାଢୀ, ସଞ୍ଜୟ ତ୍ରିପାଠୀ, ଉତ୍ତମା ନାୟକ, ଚାଷୀ ନେତା ଜୀତୁ ସାହୁ, ପ୍ରମୋଦ ସରାଫ, ପ୍ରଦୀପ ସାହୁ, ଲିଙ୍ଗରାଜ ସାହୁ, ସୁବୋଧ ଦାଶ, ସଞ୍ଜିବ ତ୍ରିପାଠୀ, ଉପେନ୍ଦ୍ର ବାଗ, ପଦ୍ମନାଭ ବେହେରା, ହରିଶ ରାଏଥାଥା, ଲକ୍ଷ୍ମୀ କାନ୍ତ ମହାପାତ୍ର, ଶିବ ପରିଡା, ଦୀପକ ସମାଦ୍ଧାର, ସୁଧିର ଘଡେଇ, ଓକିଲ କିଶୋର ଚନ୍ଦ୍ର ପଣ୍ଡା, ପଙ୍କଜ ପାଢୀ, ସଞ୍ଜିବ ପାଢୀ, ରଣଜିତ ପୃଷ୍ଟି, ପ୍ରକାଶ ସରାଫ, ଅରୁଣ ସାହୁ, ରାଜୁ ମିଶ୍ର, ପ୍ରକାଶ ଅଗ୍ରୱାଲ, ସ୍ୱେଚ୍ଛାସେବୀ ବନମାଲି ବେହେରାଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଓକିଲ, ଯୁବ ଛାତ୍ର, ମହିଳା ଓ ସହର ବାସୀ ହଜାର ହଜାର ସଂଖ୍ୟାରେ ଆନେ୍ଦାଳନରେ ସାମିଲ ହୋଇ ଏକଜୁଟତାର ପରିଛୟ ଦେଇଥିଲେ ।  

0
0
0
s2sdefault