ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଂକ ଦ୍ୱାରା ଲୋକାର୍ପିତ ହେଲା ପାନୀୟ ଜଳ ଯୋଗାଣର ଉନ୍ନତିମୂଳକ  ପ୍ରକଳ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗିରରୁ ନିରୋଜ ମିଶ୍ର : ଶନିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ  ଉନ୍ନୟନମୂଳକ  ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମନୋହରପୁର ହେଲିପ୍ୟାଡ଼ରେ ଅବତାରଣ କରିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ହେଲିପ୍ୟାଡ୍ ପଡ଼ିଆରୁ ମୁଖ୍ୟମନ୍ତ୍ରୀ ସର୍କିଟ୍ ହାଉସ୍ ନିକଟସ୍ଥ  ପମ୍ପହାଉସ ଠାରେ  ପହଂଚି ୫୫.୩୬ କୋଟି ଟଙ୍କା ବ୍ୟାୟରେ ନିର୍ମିତ ବଲାଙ୍ଗିର ସହର ପାନୀୟ ଜଳ ଯୋଗାଣର ଉନ୍ନତିମୂଳକ  ପ୍ରକଳ୍ପ ବଲାଙ୍ଗିର ସହରବାସୀଙ୍କ ନିମନ୍ତେ ଉତ୍ସର୍ଗିକୃତ କରିଥିଲେ । ପରେ ସେଠାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୫.୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨୫ ଶଯ୍ୟା ବିଶିଷ୍ଟ ମା' ଓ ଶିଶୁ ଚିକିତ୍ସା ହସ୍ପିଟାଲ୍, ୬.୦୬ କୋଟି ଟଙ୍କା ବ୍ୟୟରେ ବଲାଙ୍ଗିର-ଅର୍ଜୁନପୁର-ତୁସୁରା-ଦେଓଗାଁ ରାସ୍ତାରେ ମାଧିଆପାଲି ନାଳ ଉପରେ ନିର୍ମିତ ହାଇଲେଭଲ ସେତୁ, ୨.୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ନବ ନିର୍ମିତ କୋଠା ଓ ୫.୨୦ କୋଟି ଟଙ୍କା ବ୍ୟୟରେ ଅନ୍ତର୍ଲାରୁ ପିପଲପଦର ରାସ୍ତାରେ ସୋନଗଡ଼ ନଦୀ ଉପରେ ନିର୍ମିତ ହାଇଲେଭଲ ସେତୁର ଉଦ୍ଘାଟନ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ୫.୨୧ କୋଟି ଟଙ୍କା ବ୍ୟୟରେ ଦେଓଗାଁ ବ୍ଲକର ଆଠ ଗାଁ- ଦେଓଗାଁ ରାସ୍ତାରେ ପାଣ୍ଡେଲ ଗ୍ରାମ ନିକଟସ୍ଥ ପାଣ୍ଡେଲ ଜୋର ନାଳ ଉପରେ ସେତୁ ନିର୍ମାଣ ପ୍ରକଳ୍ପ ଓ ୧୬ କୋଟି ଟଙ୍କା ବ୍ୟୟରେ ଲୋଇସିଂହା- ଭରମୁଳା ରାସ୍ତାରେ ଅଙ୍ଗନଦୀ ଉପରେ ହାଇଲେଭଲ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର  ସ୍ଥାପନ କରିଥିଲେ । ପରେ ସେଠାରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଅନୁଷ୍ଠିତ ବିକାଶ ଓ ଦକ୍ଷତା ବିକାଶ ସକାସେ ମୁରବାହଲ ବ୍ଲକର ଲଖନ ପଂଚାୟତସ୍ତରୀୟ ସଂଘକୁ ୩,୪୩,୫୪୯ ଟଙ୍କାର ଚେକ୍ ଓ ଦେଓଗାଁ ବ୍ଳକ ଅନ୍ତର୍ଗତ ଲଣ୍ଡାପଥର ଗ୍ରାମପଂଚାୟତର  ମା' ତୁଳସୀ ସ୍ୱୟଂସହାୟକ ଗୋଷ୍ଠୀ କୁ ୧୫ ହଜାର ଟଙ୍କାର ବିବର୍ତନ  ପାଣ୍ଠି ନିମନ୍ତେ ଚେକ୍ ପ୍ରଦାନ କରିଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ ତରଫରୁ ଆଗଳପୁର ବ୍ଲକର ଘୁତେପାଲି ଗ୍ରାମ ପଂଚାୟତ ଅଧିନସ୍ଥ ଘୁତେପାଲି ଗ୍ରାମର ମଧୁମଙ୍ଗଳ ସାହୁ ଓ ସଜେନ୍ଦ୍ର ବାଗଙ୍କୁ ସାଇକେଲ୍, ସେହି ଗ୍ରାମର ହିତାଧିକାରୀ ପଦ୍ମନାଭ ବାରିକଙ୍କୁ ବିବାହ ସହାୟତା ବାବଦକୁ ୨୫ ହଜାର ଟଙ୍କାର ଚେକ୍, ଖପ୍ରାଖୋଲ ବ୍ଲକର ବେନକେଲା ଗ୍ରାମର ବେଲମତୀ ସାହାଣିଙ୍କୁ ଶିକ୍ଷା ସହାୟତା ବାବଦକୁ ୭ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସାମାଜିକ ସୁରକ୍ଷା ଯୋଜନା ଜରିଆରେ ସେଠାରେ ମୁଖ୍ୟମନ୍ତ୍ରୀ ଖୁଜେନ ପାଲି ଗ୍ରାମ ପଂଚାୟତର  ବାଗଭାତି ଗ୍ରାମର କିଶୋର କୁମାର ସାହୁଙ୍କୁ ଶ୍ରବଣ ଉପକରଣ, ଖୋଜେନପାଲି ଗ୍ରାମର ଜୟରାମ ପୁଟେଲଙ୍କୁ ୩ ଚକିଆ ସାଇକେଲ,  ଚକ୍ରଧର ନାୟକଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ କୋଷଳ କଳାମଣ୍ଡପ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ  ଦେଇଥିଲେ ।

0
0
0
s2sdefault