ହେଡଲାଇନସ୍:

ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟୋରୋପଣ ଚି଼ହ୍ନଟ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆଦିକବି ଶାରଳା ଦାସ ସଂସ୍କୃତି ଭଵନ ପରିସରରେ ଭିନ୍ନକ୍ଷମମାନଙ୍କ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟୋରୋପଣ ନିମନ୍ତେ ଏକ ଚି଼ହ୍ନଟ ଶିବିର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଏହି ଶିବିରକୁ ଉଦଘାଟନ କରିଥିଲେ l ଏହି ଶିବିରରେ A. R. C (ଭିନ୍ନକ୍ଷମ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ) ଭୁବନେଶ୍ୱରର ଦୁଇଜଣ ପେଶାଗତ (professional) ଶ୍ରୀ ନିହାର ରଞ୍ଜନ ସିଂହ ଏବଂ ଶ୍ରୀ ଉଦୟନାଥ ମହାରଥୀ ଯୋଗଦେଇଥିବା ଭିନ୍ନକ୍ଷମମାନଙ୍କର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟୋରୋପଣନିମନ୍ତେ ମାପଚୁପ କରଥିଲେ l ଆଜିର ଶିବିରରେ ମୋଟ ଜିଲ୍ଲାକୁ ୩୧ ଜଣ ହିତାଧିକାରୀ ଯୋଗଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୨ ଜଣ କୃତ୍ରିମ ଗୋଡ଼ ଲଗାଇବା ନିମନ୍ତେ ଏବଂ ୯ ଜଣ କୃତିମ ହାତ ନିମନ୍ତେ ୧୦‌ ଜଣ ଭିନ୍ନକ୍ଷମ ପିଲା ରୂପାନ୍ତରିତ ଜୋତା ତିଆରି ନିମନ୍ତେ RVSK ଟିମମାନଙ୍କ ଦ୍ୱାରା ମାପଚୁପ କରାଯାଇଥିଲା l ମାପଚୁପ ହୋଇଥିବା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଭୁବନେଶ୍ୱରକୁ ପଠାଯାଉ ପୁନର୍ବାର fitment (ମାପ) କରାଯାଉ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତ କରାଯିବ l ଏହି ଶିବିରରେ ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ବିରିଡି, ନାଉଙ୍ଗା, ତିର୍ତ୍ତୋଲ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜଗତସିଂହପୁର ପୌରପରିଷଦ ସି.ଓ, ମିସସୋନିଆ, ପରିଚାଳକ RBSK ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ l ଆଗାମୀ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିରରେ ଉପରୋକ୍ତ ହିତାଧିକାରୀଙ୍କୁ କୃତିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ l

0
0
0
s2sdefault