ହେଡଲାଇନସ୍:

କର୍ତ୍ତବ୍ୟ କ୍ଷୁଧା ସଫଳ ପେଶାଦାର ସୃଷ୍ଟି କରେ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଶାସକ ପ୍ରଶାସକ) : କର୍ତ୍ତବ୍ୟ ପ୍ରତି କ୍ଷୁଧା ଜାଗ୍ରତ ହେଲେ ଜଣେ କର୍ମଚାରୀ ତା'ର ପେଶାରେ ସଫଳ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତିା ସଂପ୍ରତି ଇମେଜ୍ ସ୍ଥିତ ଅଫିସର ହଷ୍ଟେଲ ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କୃଷି ବିଭାଗ ଗ୍ରୁପ୍-ଏ ଓ ଗ୍ରୁପ୍-ବି ଅଫିସରମାନଙ୍କର ଦିବସବ୍ୟାପୀ ତାଲିମ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତିା ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଡ. ସାହୁ କହିଥିଲେ ଯେ ତାଲିମ ଏକ ଉତ୍କୃଷ୍ଟ ଶିକ୍ଷା ମାଧ୍ୟମ ଯାହା ବ୍ୟକ୍ତିକୁ ଜୀବନତମାମ ଆବଶ୍ୟକ ପଡ଼ିଥାଏା ଏଥିନିମନ୍ତେ ଯୋଗାଯୋଗ ନିତାନ୍ତ ଆବଶ୍ୟକା କୃଷି ସଂପ୍ରସାରଣରେ ଯୋଗାଯୋଗର ପ୍ରାଧାନ୍ୟ ଖୁବ୍ ବେଶୀ ଉପଲବ୍ଧ ହେବା ଦରକାରା ତାଲିମ ଏକ ନିରବଚ୍ଛିନ୍ନ ଧାରାା ଯେଉଁମାନେ ଏବେ ତାଲିମପ୍ରାପ୍ତ ହୋଇଛନ୍ତି ସେମାନେ ଆସନ୍ତା ଦିନରେ ନୂଆପିଢ଼ିର ଅଧିକାରୀ, କୃଷି ଉଦ୍ୟୋଗୀ ତଥା କୃଷକମାନଙ୍କୁ ତାଲିମ ପ୍ରଦାନ କରି ଆଗକୁ ବଢ଼ାଇବେ ବୋଲି ମନ୍ତ୍ରୀ ଡ. ସାହୁ ଉଲ୍ଲେଖ କରିଥିଲୋ ଚିରାଚରିତ ଢଙ୍ଗରେ କାର୍ଯ୍ୟ କରିବା ଅପେକ୍ଷା ପେଶାଦାର ମନୋଭାବ ନେଇ କାର୍ଯ୍ୟ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ସମ୍ଭବ ହେବ ବୋଲି ଡ. ସାହୁ କହିଥିଲୋ ଆନୁଷଙ୍ଗିକ କୃଷି ବିଭାଗ ଯଥା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶରେ ମଧ୍ୟ ଅନୁରୂପ ତାଲିମ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ପ୍ରସ୍ତାବ ରଖିଥିଲୋ
କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏହି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଉଲ୍ଲେଖ କରି କହିଥିଲେ ଯେ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଆମକୁ ଅନ୍ତର୍ମୁଖୀ ହେବାକୁ ପଡ଼ିବା ନିଜେ ଏଥି ପାଇଁ ସଫଳତାର ମାନକ ନିଶ୍ଚିତ କରିବାକୁ ହେବା ନିଜ ସହ ନିଜେ ପ୍ରତିଯୋଗିତା କରିବାକୁ ହେବା ତେବେ ଯାଇ ଆମେ କାର୍ଯ୍ୟକ୍ଷେତ୍ରରେ ବେଶୀ ପେଶାଦାର ହୋଇପାରିବାା
ଉଦ୍ଘାଟନୀ ସଭା ପରେ ଦିନବ୍ୟାପୀ ତାଲିମ ଶିବିରରେ ୫୦ ଜଣ ଗ୍ରୁପ୍-ଏ ଓ ଗ୍ରୁପ୍-ବି ଅଧିକାରୀ ଅଂଶଗ୍ରହଣ କରିଥିଲୋ ଆଗାମୀ ଦିନରେ ୧୫ଟି ଏଭଳି ତାଲିମ କାର୍ଯ୍ୟକ୍ରମ କରାଯାଇ ୭୫୦ ଜଣ ଅଧିକାରୀଙ୍କୁ ତାଲିମ ଦିଆଯିବାକୁ ସ୍ଥିରୀକୃତ ହୋଇଛିା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ସ୍ୱାଗତ ଭାଷଣ ସହ ତାଲିମ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବାବେଳେ ଇମେଜ୍ର ନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲୋ

 

0
0
0
s2sdefault