ହେଡଲାଇନସ୍:

ପଦ୍ମପୁର କପସିଲା ଠାରେ କୋରୋନା ଟୀକାକରଣ କ୍ୟାମ୍ପ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହର ନିକଟସ୍ଥ କପସିଲା କଲ୍ୟାଣ ମଣ୍ଡପ ଠାରେ କୋରୋନା ଟିକାକରଣ କ୍ୟାମ୍ପ କରାଯାଇ ଟୀକାକରଣ କରାଯାଇଥିଲା ଏହା ସହିତ ରୁଗଣ ଓ ବୃଦ୍ଧ ବ୍ୟକ୍ତି ମାନଙ୍କୁ ଘରକୁ ଘର ଯାଇ ଟୀକାକରଣ କରାଯାଇଥିଲା , ଏବଂ ୩୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କ ବିପି ଓ ସୁଗର ମଧ୍ୟ ଚ୍ୟାକଅପ କରାଯାଇଥିଲା । ଆଜିର ଏହି କ୍ୟାମ୍ପରେ ୨୫ ଜଣଙ୍କୁ ପ୍ରଥମ ଡୋଜ ଓ ୩୯ ଜଣଙ୍କୁ ଦ୍ବିତୀୟ ଡୋଜ ଟୀକା ଦିଆଯାଇଥିଲା । ଏଥିରେ ମହିଳା ସ୍ବାସ୍ଥ୍ୟକର୍ମୀ ବିଶ୍ବଳୟା ସାହୁ, ମିନତି ସାହୁ, ଆଶାକର୍ମୀ ମଞ୍ଜୁ ଭୋଇ, ଯୋଗେଶ୍ବରୀ ରଣା, ଲିସା ବହିଦାର, ସୁନିତା ପାଣ୍ଡେ, ମହେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault