ହେଡଲାଇନସ୍:

ମାସକୁ ମାତ୍ର ଦୁଇ ହଜାର ଟଙ୍କା ଦରମାରେ ଖଟୁଛନ୍ତି ଅଧ୍ୟାପକ ଓ କର୍ମଚାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜଧାନୀରେ ଶିକ୍ଷକଙ୍କ ବିଶାଳ ସମାବେଶ, ମାଣ ବସା ପୂଜା କରି ପ୍ରତିବାଦ

ଭୁବନେଶ୍ୱର : ସରକାର ସମସ୍ୟା ସମାଧାନ କରିନଥିବାରୁ ବିଧାନସଭା ଆଗରେ ଆଜି ବିଶାଳ ସମାବେଶ କରି ଆନ୍ଦୋଳନ କରିଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘ । ଗୁରୁବାର ମାଣ ବସା ପୂଜା କରି ସଂଘ ପକ୍ଷରୁ ଅଭିନବରେ ପ୍ରତିବାଦ କରାଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ମାସକୁ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମା ପାଇ କାମ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପ୍ରାୟ ୩୦୦ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୭ଘଂଟା କାର୍ଯ୍ୟ କରିବା ସହ ବାୟମେଟ୍ରିକ୍ ଦେଉଛନ୍ତି । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସ୍ଥାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି । ସେହିପରି ସରକାରଙ୍କ ନିର୍ବାଚନ, ସ୍କାଉଟ୍, ଏନସିସି , ଏନ୍ଏସ୍ଏସ୍ ଓ ରେଡ୍ରକ୍ରସ ଆଦିର କାର୍ଯ୍ୟ ତୁଲାଉଛନ୍ତି । ଅଥଚ ସରକାର ଏମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାର ଅନ୍ତର୍ଭୁକ୍ତ କରିନାହଁନ୍ତି । ୧ ଜୁନ୍ ୨୦୦୮ ମସିହାରୁ ୩୦ନଭେମ୍ବର ୨୦୧୩ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପାଇଁ ଦୀର୍ଘଦିନ ଦାବି ହୋଇ ଆସୁଛି । ସଂଘ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଜଣାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟ ୨୦୧୮ ଓ ୨୦୨୦ ମସିହାରେ ଏକ ଆଲୋଚନା କରି ରାଜ୍ୟର ବିଭିନ୍ନ ଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକଙ୍କ ଜରିଆରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅବସ୍ଥିତି ମଗାଯାଇଥିଲା ଏବଂ ଅଧ୍ୟାପକ, ଅଧ୍ୟାପକା ଓ କର୍ମଚାରୀଙ୍କ ସଂଖ୍ୟା ୨୭୫୦ଜଣ ବୋଲି ଆକଳନ କରାଯାଇ ୧ କୋଟି ୪୨ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲେ ମଧ୍ୟ ସରକାର ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ସଂଘ ତରଫରୁ ବିଧାନସଭା ଆଗରେ ଆନ୍ଦୋଳନ କରାଯାଉଛି । ଏଥିରେ ସଂଘର ସଭାପତି, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ ଓ ସଂଘର ୨ହଜାର ସଭ୍ୟ ସାମିଲ୍ ହୋଇଛନ୍ତି ।

0
0
0
s2sdefault