ହେଡଲାଇନସ୍:

"ସ୍ୱଛ, ନିର୍ଭିକ,ନିରପେକ୍ଷ ସାମ୍ବାଦିକତା ଆବଶ୍ୟକ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜାତୀୟ ପ୍ରେସ ଦିବସ ପାଳିତ

ପୁରୀ/ଅନିମେଶ ପଟ୍ଟନାୟକ : ସରକାର ଓ ଜନତାଙ୍କ ମଧ୍ୟରେରେ ମଧ୍ୟସ୍ଥିର କାମ କରିଥାଏ ଜଣେ ସାମ୍ବାଦିକ। ସାମାଜିକ ସମସ୍ୟା ଓ ଜନତାଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇଥାଏ ଜଣେ ସାମ୍ବାଦିକ। ସେଥିପାଇଁ ସାମ୍ବାଦିକମାନଙ୍କ ସମ୍ମାନ ସର୍ବାଗ୍ରେ । ତେଣୁ ସମାଜରେ ସ୍ୱଛ, ନିର୍ଭିକ,ନିରପେକ୍ଷ ସାମ୍ବାଦିକତା ଆବଶ୍ୟକତା ରହିଛି । ସ୍ଥାନୀୟ ବଡଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ପୀଠରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ସାମ୍ବାଦିକ ସଂଘ, ପୁରୀ ଶାଖା ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜକୁମାର ମହାନ୍ତି ଯୋଗଦେଇ ସାମ୍ବାଦିକମାନେ ତାଲିମ ପ୍ରାପ୍ତ ହେବା ସହ ସାମ୍ବାଦିକତା ଆଇନ ବିଷୟରେ ଅବଗତ ହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ସମାଜସେବୀ ବଦ୍ରୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ, ସମାଜସେବୀ ଚକ୍ରଧର ମହାପାତ୍ର, ପୁରୀ ଓକିଲ ସଂଘର ପ୍ରାକ୍ତନ ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ, ଓଡ଼ିଶା ସାମ୍ବାଦିକ ସଂଘ, ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ପ୍ରମୁଖ ସାମ୍ବାଦିକମାନଙ୍କ ପାଇଁ ସରକାର ସମସ୍ତ ସୁବିଧା ଯୋଗାଇଦେବା ପାଇଁ ମତ ରଖିଥିଲେ । ଆଗାମୀ ଦିନରେ ୫୦ ଜଣ ସାମ୍ବାଦିକଙ୍କୁ ନେଇ ଏକ ଟ୍ରେନିଂ କ୍ୟାମ୍ପ କରାଯିବ ବୋଲି ସଭାପତି ବିଜୟ ମିଶ୍ର ସୂଚନା ଦେଇଥିଲେ ।
ପ୍ରାରମ୍ଭରୁ ପ୍ରାକ୍ତନ ରାଜ୍ୟ ସଭାପତି ସ୍ୱର୍ଗତ ପ୍ରଭାତ ଦାସ ଓ ଜିଲ୍ଲା ସଭାପତି ସ୍ୱର୍ଗତ କେଶବ ସେନାପତିଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକା ଲିନୁ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ସଂଘର ଉପସଭାପତି ବିଶ୍ୱନାଥ ମିଶ୍ର ଅତିଥି ପରିଚୟ ସହ ସଭା ସଞ୍ଚାଳନ କରିଥିଲେ । ଜିଲ୍ଲା ସଂଘର କାର୍ଯ୍ୟକାରି ସଭାପତି ଅକ୍ଷୟ ସ୍ୱାଇଁ, ସଂଗଠନ ସମ୍ପାଦକ ନିରଞ୍ଜନ ମିଶ୍ର , ସମ୍ପାଦକ ସୁଧାଂଶୁ ଶେଖର କର, ସହ ସମ୍ପାଦକ ସୁଶାନ୍ତ କୁମାର ସାହୁ, ସଞ୍ଜୟ ଅଗ୍ରୱାଲ, କୋଷାଧ୍ୟକ୍ଷ ସାଗର ମଦନ ମୋହନ ପ୍ରତିହାରୀ, କାର୍ଯ୍ୟକାରୀ ସଭ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଦିବ୍ୟରଂଜନ ବିଶୋଇ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସହ ସମ୍ପାଦକ ଦେବେନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault