ହେଡଲାଇନସ୍:

ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି  )ପାଣ୍ଠିରୁ ୮ଟି ନୂଆ ପ୍ରକଳ୍ପ ଅନୁମୋଦିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଗଷ୍ଟ ୧୫ ତାରିଖ ସୁଦ୍ଧା ଗୃହ ନିର୍ମାଣ ପ୍ରକଳ୍ପ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।

ଖଣି ଅଞ୍ଚଳରେ ପ୍ରଦୂଷଣ  ସ୍ତର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ।

13-07-18-cs.jpg - 46.34 kBଭୁବନେଶ୍ୱର : ଓମ୍ବାଡସି ପାଣ୍ଠିରୁ ଖଣିଜ ଅଞ୍ଚଳ ଜିଲ୍ଲାମାନଙ୍କ ପାଇଁ ପ୍ରାୟ ୨୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ମଞ୍ଜୁର କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ‘ବୋର୍ଡ ଅଫ୍ ଡିରେକ୍ଟର ବୈଠକରେ ଏହି ପ୍ରକଳ୍ପ ଗୁଡିକ ଅନୁମୋଦିତ ହୋଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଓମ୍ବାଡସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଉମା ନନ୍ଦୁରୀ ପ୍ରକଳ୍ପ ଗୁଡିକର ଆର୍ଥିକ  ଏବଂ ପ୍ରଶାସନିକ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଓମ୍ବାଡସି ପାଣ୍ଠି ବିନିଯୋଗରେ ଆରମ୍ଭ କରାଯାଇଥିବା ଗୃହ ନିର୍ମାଣ ପ୍ରକଳ୍ପ ସବୁକୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ସାରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖଣି ଅଞ୍ଚଳରେ ବାୟୁ ଓ ଜଳର ପ୍ରଦୂଷଣ  ସ୍ତର ନିୟମିତଭାବେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ରାଜ୍ୟ ପ୍ରଦୂଷଣ  ନିୟନ୍ତ୍ରଣ ବୋର୍ଡଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଆଦିବାସୀ, ହରିଜନ, ପଛୁଆ ବର୍ଗ ଏବଂ ସଂଙ୍ଖ୍ୟାଲଘୁ ସଂପ୍ରଦାୟର ଯୁବକ ଯୁବତୀ ମାନଙ୍କ ପାଇଁ କୌଶଳ ବିକାଶ ତାଲିମ, ଉଦ୍ୟାନ ଚାଷ, ମେଗା ଉଠା ଜଳସେଚନ, ଆଦର୍ଶ ବିଦ୍ୟାଳୟର ଦୃଢ଼ୀକରଣ, ଉଠା ଜଳସେଚନ ସୁବିଧା ଥିବା ଚେକ୍ ଡ୍ୟାମ୍, ଓଭର ବ୍ରିଜ୍, ଦୁର୍ଗମ ଅଂଚଳ ସଂଯୋଗ ପାଇଁ ରାସ୍ତା ଓ ପୋଲ ନିର୍ମାଣ ଆଦି ପ୍ରକଳ୍ପ ରହିଛି । ଏହି ସବୁ ପ୍ରକଳ୍ପ ଓମ୍ବାଡସି ଅନ୍ତର୍ଭୁକ୍ତ ଜିଲ୍ଲା ମାନଙ୍କରେ କାର୍ଯ୍ୟକାରୀ କରାଯିବ । ସୂଚନା ଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ଅନୁଗୋଳ, ଢେ଼ଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଓମ୍ବାଡସି ପାଣ୍ଠିରୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ନନ୍ଦୁରୀ ଜଣାଇଥିଲେ ଯେ ପୂର୍ବରୁ ଅନୁମୋଦିତ ପ୍ରାୟ ୩୫୧୭ କୋଟି ଟଙ୍କାର ଓମ୍ବାଡସି ପ୍ରକଳ୍ପ ଏହି ଜିଲ୍ଲା ମାନଙ୍କରେ କାର୍ଯ୍ୟକାରୀ କରାଯଉଛି । ଆଜିର ମଞ୍ଜୁରୀକୁ ମିଶାଇ ଖଣିଜ ଅଂଚଳ ଜିଲ୍ଲାଗୁଡିକ ପାଇଁ ଏହି ପାଣ୍ଠିରୁସମୁଦାୟ ପ୍ରାୟ ୬୩୧୭ ଟଙ୍କାର ପ୍ରକଳ୍ପ ମଞ୍ଜୁର ହେଲା ।

ଉନ୍ନୟନ କମିଶନର  ଆର.ବାଲାକ୍ରିଷ୍ଣନ୍,ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ବିଭାଗ  ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅର୍ଥ ବିଭାଗ  ତୁହିନକାନ୍ତ ପାଣ୍ଡେ, ଖଣି ଓ ଇସ୍ପାତ ବିଭାଗ ପ୍ରମୁଖ ଶାସନ ସଚିବ  ରାଜ କୁମାର ଶର୍ମା, ପଂଚାୟତି ରାଜ ବିଭାଗ ପ୍ରମୁଖ ଶାସନ ସଚିବ  ଦେଓ ରଂଜନ କୁମାର ସିଂ, ଗ୍ରାମ ଉନ୍ନୟନ ପ୍ରମୁଖ ଶାସନ ସଚିବ ଡ଼ଃ ମୋନା ଶର୍ମା, ପି.ସି.ସି.ଏଫ୍ ସନ୍ଦିପ ତ୍ରିପାଠୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ନନ୍ଦୁରୀଙ୍କ ସମେତ ବୋର୍ଡର ସ୍ୱାଧିନ ସଦସ୍ୟ ଏବଂ ସଂପୃକ୍ତ ବିଭାଗର ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

0
0
0
s2sdefault