ହେଡଲାଇନସ୍:

ସହରାଂଚଳ, ପଂଚାୟତ ଏବଂ ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୂବନେଶ୍ୱର :ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ଏବଂ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ୩ଟି କମିଟି ଗଠନ କରାଯାଇଅଛି । ସହରାଂଚଳ, ପଂଚାୟତ ଏବଂ ସୀମା ସୁରକ୍ଷା ରାଜ୍ୟ କମିଟି ପାଇଁ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି ।

ସହରାଂଚଳ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀ କେ.ଭି.ସିଂହଦେଓ ଓ ସଂଯୋଜକ ଭାବେ ଡ.କୃଷ୍ନଚନ୍ଦ୍ର ମହାପାତ୍ର; ପଂଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶ୍ରୀ ଶଙ୍କର ପରିଡା;ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟୀତ୍ୱ ଦିଆଯାଇଅଛି ।

0
0
0
s2sdefault