ହେଡଲାଇନସ୍:

ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଗାଁ କୁ ପକ୍କା ରାସ୍ତା ଟିଏ ନାହିଁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିକେ ସଦୟ ଦୃଷ୍ଟି ପକାଇବେ କି ପ୍ରଶାସନ, ଭାଲୁକନାବାସୀଙ୍କ ରାସ୍ତା ସ୍ବପ୍ନ ହୁଅନ୍ତା ପୂରଣ !!!

ପଦ୍ମପୁର(ଶାସକପ୍ରଶାସକ)- ଗ୍ରାମାଞ୍ଚଳକୁ ସହର ସହିତ ସିଧାସଳଖ ଯୋଡିବା ପାଇଁ ସରକାର ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତା ତିଆରି କରୁଛନ୍ତି । ପଞ୍ଚାୟତ ବିଭାଗ ପକ୍ଷରୁ ମଧ୍ୟ ପକ୍କା ରାସ୍ତା ତିଆରି କରାଯାଉଛି। ଗ୍ରାମାଞ୍ଚଳରେ ପକ୍କା ରାସ୍ତା ତିଆରି  ହେବା ଦ୍ବାରା ଲୋକମାନେ ଠିକ ଭାବରେ ଯିବା ଆସିବା କରି ପାରିବେ । ହେଲେ ପଦ୍ମପୁର ବ୍ଳକ ଚାରପାଲି ଗ୍ରାମପଞ୍ଚାୟତ ଭାଲୁକନା ଗ୍ରାମରେ ଦେଖିବାକୁ ମିଲୁଛି ଏହାର ବ୍ୟତିକ୍ରମ । ଝାଞ୍ଜ ପାହାଡ଼ ପାଦତଲେ ଅବସ୍ଥିତ ଏହି ଛୋଟିଆ ଗ୍ରାମ ଭାଲୁକନାକୁ ଆଜି ଯାଏଁ ପକ୍କା ସଡ଼କ ଟିଏ ହୋଇ ପାରିନାହିଁ । ଏଠାକାର ପିଲାମାନେ ପାଠ ପଢିବା ପାଇଁ ଲମ୍ବରଯୁନା କିମ୍ବା ଚାରପାଲିକୁ ଯାଆନ୍ତି । ରାସ୍ତା ଅବ୍ୟବସ୍ଥା ଯୋଗୁଁ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ବର୍ଷା ଦିନ ରୋଗୀ ମାନଙ୍କୁ ଡାକ୍ତରଖାନା ନେବା ପାଇଁ ମଧ୍ୟ ବହୁ ଅସୁବିଧା ହୋଇଥାଏ । ଭାଲୁକନା ଗ୍ରାମକୁ ଯଥାଶୀଘ୍ର ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ସାଧାରଣତଃ ଦାବି ହୁଏ ।

0
0
0
s2sdefault