ହେଡଲାଇନସ୍:

ପଦ୍ମପୁରରେ କୋରୋନା ସଚେତନତା‌ ରାଲି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସମ୍ପ୍ରତି କୋରୋନ ଭୂତାଣୁକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ନିୟମ କାନୁନ ସୃଷ୍ଟି କରିଛନ୍ତି । ଏହି ନିୟମକୁ ପାଳନ କରି ଅଙ୍ଗନୱାଡ଼ି କର୍ମୀ ସବିତା ବହିଦାରଙ୍କ ନେତୃତ୍ୱରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱ।ର୍ଡ଼୍ ନଂ ୦୩ ଅନ୍ତର୍ଗତ କେନାଲ ପଡ଼ା ଓ ମାଲ୍ ପଡ଼ାଠାରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ଅଙ୍ଗନୱାଡ଼ି କର୍ମୀ ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବା, ନିୟମିତ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ସାବୁନରେ ହାତ ଧୋଇବା ଓ ହାତକୁ ସାନିଟାଇଜ୍ କରିବା ପାଇଁ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଇଥିଲେ । ଏହି ସଚେତନ ରାଲିରେ ଆଶାକର୍ମୀ ସୁରେଖା ନନ୍ଦିଘୋଷ, ଅଙ୍ଗନୱାଡ଼ି ସହାୟିକା ପୂର୍ଣ୍ଣମାସୀ ପୁରୋହିତ, ଏନ୍.ଏ.ସି. ସ୍ୱଚ୍ଛ ସାଥୀ ସୁପରଭାଇଜର୍ ସ୍ମରଣିକା ମିଶ୍ର, ସ୍ୱୟଂ ସହାୟିକା ମାଁ ଭାନୁମତୀ ପ୍ରଧାନ, ସଜନା ପଧାନ, ବିନକି ଜାଲ ଓ ଅନ୍ୟାନ୍ୟ ସ୍ୱୟଂ ସହାୟିକା ମହିଳା   ଏହି ସଚେତନତା ରାଲିରେ ସାମିଲ ଥିଲେ ।

0
0
0
s2sdefault