ହେଡଲାଇନସ୍:

ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି : ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୦୨୦-୨୧ ଖରିଫ୍ ବିପଣନ ଋତୁରେ ଖରିଫ ଧାନ ଓ ରବିଧାନ 

  • ଅଦ୍ୟାବଧି ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ୍ ରବିଧାନ ସଂଗ୍ରହ

  • ଯାଞ୍ଚ ହୋଇଥିବା ପଂଜୀକୃତ ଚାଷୀଙ୍କ ମଧ୍ୟରୁ ଅଦ୍ୟାବଧି ୮୮ ପ୍ରତିଶତ ଚାଷୀ ଧାନ ବିକ୍ରି  କରିଛନ୍ତି

  • ୨ ହଜାର ୬୨୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ରବିଧାନ ସଂଗ୍ରହ

ଭୁବନେଶ୍ୱର: ୨୦୨୦-୨୧ ଖରିଫ୍ ବିପଣନ ଋତୁରେ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛିା ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଆଜି ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛିା ସେହିପରି ୨୦୨୦-୨୧ରେ ୬୨ ଲକ୍ଷ ୯୩ ହଜାର ମେଟ୍ରିକ ଟନ୍ ଖରିଫ୍ ଧାନ ସଂଗ୍ରହ କରାଯାଇଛିା ଚଳିତ ଖରିଫ୍ ବିପଣନ ଋତୁରେ ରାଜ୍ୟ ସରକାର ମୋଟ ୭୧ ଲକ୍ଷ ମେଟ୍ରିକ ଟନ୍ ଖରିଫ ଓ ରବିଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୋ ୨୦୧୯-୨୦ ଖରିଫ ବିପଣନ ଋତୁରେ ରାଜ୍ୟ ସରକାର ସମୁଦାୟ ୭୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ୍ ଖରିଫ ଓ ରବିଧାନ ସଂଗ୍ରହ କରିଥିଲୋ ଏହି କ୍ରମରେ ରାଜ୍ୟରେ୨୦୨୦-୨୧ ବିପଣନ ଋତୁରେ ଅଦ୍ୟାବଧି ୭୬ ଲକ୍ଷ ୯୮ ହଜାର ମେଟ୍ରିକ ଟନ୍ ଖରିଫ୍ ଓ ରବିଧାନ ସଂଗ୍ରହ କରାଯାଇଛି, ଯାହାକି ୨୦୧୯-୨୦ ଖରିଫ୍ ବିପଣନ ବର୍ଷ ଏବଂ ଚଳିତ ଖରିଫ୍ ବିପଣନ ବର୍ଷର ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ମେଟ୍ରିକ ଟନ୍ ଅଧିକ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତିା କୋଭିଡ୍ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା 

ଚଳିତ ରବିଧାନ ବିକ୍ରି କରିବା ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୬୦୧ ଚାଷୀ ଅନ୍ଲାଇନରେ  ସେମାନଙ୍କ ନାମ ପଂଜୀକୃତ କରିଥିବାବେଳେ ୨,୨୩,୫୮୯ ଜଣ ଚାଷୀଙ୍କ ଜମିଜମା ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ ଆଦି ଯାଞ୍ଚ  କରାଯାଇଛିା ଯାଞ୍ଚ ହୋଇଥିବା ଚାଷୀଙ୍କ ମଧ୍ୟରୁ ୮୮ ପ୍ରତିଶତ ଚାଷୀ ଆଗୁଆ ଟୋକେନ୍ ମାଧ୍ୟମରେ ଧାନ ବିକ୍ରି  କରିସାରିଛନ୍ତିିା ଅଦ୍ୟାବଧି ରାଜ୍ୟର ୧୭ଟି ଜିଲ୍ଲାର ୧ ଲକ୍ଷ ୯୮ ହଜାର ୧୭୭ ଜଣ ଯାଞ୍ଚ କରାଯାଇଥିବା ପଂଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତିା ୧୦୨୫ ଟି ଧାନ ସଂଗ୍ରହ କେନ୍ଦ୍ରରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨ ହଜାର ୬୨୫ କୋଟି ୯୦ ଲକ୍ଷ ଟଙ୍କା ମୂଲ୍ୟର ରବିଧାନ ସଂଗ୍ରହ କରାଯାଇଛିା

ଅଧିକ ରବିଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୫ ଲକ୍ଷ ୧୦ ହଜାର ୨୮ ମେଟ୍ରିକ ଟନ୍, କଳାହାଣ୍ଡିରେ ୨ ଲକ୍ଷ ୨୩ ହଜାର ୩୧୩ ମେଟି୍ରକ୍ ଟନ୍, ସୁବର୍ଣ୍ଣପୁର ଜିଲ୍ଲାରେ ୨ ଲକ୍ଷ ୨୯ ହଜାର ୨ ମେଟ୍ରିକ ଟନ୍, ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୨୮ ହଜାର ୬୭୫ ମେଟ୍ରିକ୍ ଟନ୍, କୋରାପୁଟରୁ ୧ ଲକ୍ଷ ୨୨ ହଜାର ୨୫୭ ମେଟ୍ରିକ ଟନ୍, ବାଲେଶ୍ୱର ଜିଲ୍ଲାରୁ ୫୧ ହଜାର ୭୪ ମେଟ୍ରିକ୍ ଟନ୍ ରବିଧାନ ସଂଗ୍ରହ କରାଯାଇଛିା ଚଳିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରବିଧାନ ସଂଗ୍ରହ କରାଯିବା 

 

0
0
0
s2sdefault