ହେଡଲାଇନସ୍:

ମେଗା ରକ୍ତଦାନ ଶିବିରରୁ 172 ୟୁନିଟ ରକ୍ତ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-  ଆବଶ୍ୟକତା ଠାରୁ  ବର୍ତ୍ତମାନ ର ଘଡିସନ୍ଧି ମୁହୂର୍ତ୍ତରେ ଅନେକ କାରଣରୁ ଅନେକ କମ ରକ୍ତ ସଂଗ୍ରହ ହେଉଛି ଯାହା ଫଳରେ ବିଭିନ୍ନ ରକ୍ତଭଣ୍ଡାର ଗୁଡିକରେ ଦେଖାଦେଇଛି ରକ୍ତ ର ଅଭାବ । ଏହି ରକ୍ତଅଭାଵ କରଣ ରୁ ଅନେକ ବହୁମୂଲ୍ୟ ଜୀବନ ଅକାରଣରେ ଚାଲିଯାଉଛି ।  ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଗତ ବର୍ଷ ଠାରୁ ରାଜ୍ୟ ବାସୀଙ୍କର ବହୁମୂଲ୍ୟ ଜୀବନ ବଞ୍ଚେଇବା ପାଇଁ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ଇତି ମଧ୍ୟରେ ଓଡ଼ିଶା ମୋ ପରିବାର , ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଗତ 210 ମାସରେ ରେକର୍ଡ ଏକ ଲକ୍ଷ ୟୁନିଟରୁ ଉର୍ଦ୍ବ ରକ୍ତ ସଂଗ୍ରହ କରି ପ୍ରଶଂସନୀୟ ହୋଇପାରିଛି ।  

ବରଗଡ଼ ଜିଲ୍ଲାରେ  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ ଓ ବିଜୁ ମହିଳା ଜନତା ଦଳର ସଭାପତି ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ତଥା ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ରଙ୍କର ନିଃସ୍ୱାର୍ଥପର ଉଦ୍ୟମ ଓ କଠୋର ପରିଶ୍ରମ ଫଳରେ ବରଗଡ଼ ଜିଲ୍ଲାରେ କ୍ରମାଗତ ଭାବରେ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ଏହିକ୍ରମରେ ଆଜି ବିଜେପୁର ଡିଗ୍ରୀ କଲେଜ ଠାରେ  , ବିଧାୟିକା ଶ୍ରୀମତୀ ରୀତା ସାହୁ ଙ୍କର ପ୍ରତକ୍ଷ ତତ୍ୱବାଧାନରେ ଆୟୋଜିତ ମେଗା ରକ୍ତଦାନ ଶିବିର ରେ ବରଗଡ଼ ରକ୍ତଭଣ୍ଡାର ତରଫରୁ ମୋଟ 172 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟତଃ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି କରନ ସିକଦର ଓ ବିଜେପୁର ଛାତ୍ର ଜନତା ଦଳର ସଭାପତି ସୋମ୍ୟ ରଞ୍ଜନ ସାହୁ ଙ୍କର କଠିନ ପରିଶ୍ରମ ଓ ଉଦ୍ୟମରେ ଏହି ଶିବିରରେ ଅନେକ ଛାତ୍ର ଓ ଯୁବକ ମାନେ ବ୍ଲକ ର ବିଭିନ୍ନ ସ୍ଥାନରୁ ଆସି ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିଥିଲେ । ଏହି ଶିବିରରେ ଚାରି ଜଣ ଦମ୍ପତି ମଧ୍ୟ ରକ୍ତ ଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି ସଫଳ ରକ୍ତଦାନ ଶିବିରକୁ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ , ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୋ ପରିବାରର ଜିଲ୍ଲା ସହାସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ , ଗତି ମିଶ୍ର , ଦେବନନ୍ଦ ଗଡଟିଆ , ନିମାଇଁ ଚରଣ ସାହୁ , ମୋତିରାମ ସାହୁ , ସଂକୁନ୍ତଳା ମହାପାତ୍ର , ରଙ୍ଗିନୀ ମହଣା, ଅଂଚଳର ଅନେକ ସରପଞ୍ଚ ଓ ସମିତି ସଭ୍ୟ ପରିଚାଳନା କରିଥିଲେ । ଆଜିର ଏହି ସଫଳ ଆୟୋଜନ ପାଇଁ ସମସ୍ତ ଆୟୋଜକ ଓ ରକ୍ତଦାତା ମାନଙ୍କୁ ମାନ୍ୟବର ମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault