ହେଡଲାଇନସ୍:

ମନରେଗା ଦୁର୍ନୀତି ତଦନ୍ତ ବେଳେ ମାଡ଼ ଘଟଣା: ନାଏବ୍ ସରପଞ୍ଚ ଗଲେ ଜେଲ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଗ୍ରାମପଞ୍ଚାୟତ ର ପୁଟୁକା ଗ୍ରାମରେ ସରକାର ଙ୍କ ତରଫ ରୁ ମନରେଗା ଯୋଜନାରେ ପୋଖରୀ ଖନନ ନାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। କେତେକ ଶ୍ରମିକ କାମ ନ କରି ମିଥ୍ୟା ତଥ୍ୟରେ ଟଙ୍କା ଉଠାଣ କରିଥିବା ଜଣାପଡିଥିଲା। ତେଣୁ ମୋତିଲାଲ ସାହୁ ଓ ଗ୍ରାମର ଅନ୍ୟମାନେ ଜିଲ୍ଲା ପ୍ରଶାସନ ଏବଂ ଝାରବନ୍ଧ ବି.ଡି.ଓ ଠାରେ ତଦନ୍ତ ଦାବି କରିଥିଲେ। ବି.ଡି.ଓ ସୁଶ୍ରୀ ଦମୟନ୍ତି ସାହୁ ଅଭିଯୋଗର କିଛିଦିନ ପରେ ତଦନ୍ତ କରିଥିଲେ।ଗତ ୧୭ ତାରିଖ ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ତରୀୟ ତଦନ୍ତକାରୀ ଟିମ ପୁଟକା ଗ୍ରାମ କୁ ଆସି ତଦନ୍ତ କରିଛନ୍ତି ଉକ୍ତ ଦିନ ନାଏବ ସରପଞ୍ଚ ଶିବପ୍ରସାଦ ଭୁଏ ଅଭିଯୋଗକାରୀ ମୋତିଲାଲ ସାହୁ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ମାଡ଼ପିଟ କରିଥିଲେ।ଶ୍ରୀ ସାହୁ ଏ ସକ୍ରାନ୍ତ ରେ ଜଗଦଲପୁର ଥାନା ରେ ଏତଲା ଦେଇଥିଲେ ।ଏତଲା ଗ୍ରହଣ କରି ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ନାଏବ ସରପଞ୍ଚ ଶିବପ୍ରସାଦ ଭୁଏ ଙ୍କୁ ଥାନା କେସ ନଂ ୭୫/୨୧ରେ ଗିରଫ କରି ଶ୍ରୀ ଭଗତ କୋର୍ଟ ଚାଲାଣ କରିଛନ୍ତି।

0
0
0
s2sdefault